ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ରଣପୁର ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ସମେତ ୨୦ ଜଣିଆ ପ୍ରତିନିଧି ଦଳ

ଗତ ୩.୩.୨୦୧୫ ରାଣପୁର ସମେତ ରାଜ୍ୟର ୯ଟି ଏନ.ଏ.ସି ପାଇଁ ନିର୍ବାଚନ ବିଜ୍ଞପ୍ତି ପାଇଥିବା ବେଳେ ତା . ୧୦.୩.୨୦୧୫ ନିର୍ଦ୍ଧିଷ୍ଟ ଭାବେ ରଣପୁର ଏନ.ଏ.ସି ର ସଂରକ୍ଷଣ ତାଲିକା ସହିତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ୩୧.୩.୨୦୧୫ ତାରିଖ ସଂଧ୍ୟା ୭ ଟା ସମୟରେ ହଠାତ ରାତିଅଧିଆ ରଣପୁର ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ତ୍ରୁଟିଦର୍ଶାଇ ନିର୍ବାଚନକୁ ପୁନଃ ଅଧିସୁଚୀତ କରାଗଲା । ଏହା ବିରୁଦ୍ଧରେ ସ୍ଥାନୀୟ ଜନସାଧାରଣ ୩୧ ସଂଧ୍ୟାରେ ଏହାକୁ ଘୋର ପ୍ରତିବାଦ କରିଥିଲେ । ତଥା ଏପ୍ରିଲ ୧. ତାରିଖ ଦିନ ବିଜେପି ତରଫରୁ ହରତାଲ ଡାକରା ଦିଆଯାଇଥିଲା ।
ଆଜି ରଣପୁର ଏନ.ଏ.ସିର ବିଜେପି ପ୍ରାର୍ଥୀଙ୍କ ସମେତ ୨୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଭଳି ହଠାତ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁନଃ ତାରିଖ ଘୁଚାଂଇବା ଅଗଣତାନ୍ତ୍ରିକ, ସଂପୂର୍ଣ୍ଣ ବେଆଇନ୍ ବୋଲି ଦର୍ଶାଯାଇଛି । ଥରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓ ନିର୍ବାଚନ ପ୍ରଚାର ଜୋରସୋର ଚାଲୁ ରହିଥିବାବେଳେ, ସରିବାକୁ ମାତ୍ର ୭ ଦିନ ବାକିଥବା ବେଳେ ଏହାକୁ ହଠାତ ଯେଉଁ ବିଜ୍ଞପ୍ତି ଅନୁସାରେ ବନ୍ଧ କରାଯାଇଛି ତାହାକୁ ପ୍ରତ୍ୟାହାର କରି ପୂର୍ବ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିବାକୁ ଦାବୀ କରାଯାଇଛି । ଯଦି ନିର୍ବାଚନ ଅଧିକାରୀ ପୁନଃ ଅଧିସୁଚୀତ କରୁଛନ୍ତି ତେବେ ଅନ୍ୟ ୮ ଟି ଏନ.ଏ.ସି ଓ ମୁ୍ୟନିସିପାଲିଟି ନିର୍ବାଚନର ପଂଳାଫଳ ଘୋଷଣାକୁ ସ୍ଥଗିତ ରଖି ରଣପୁର ନିର୍ବାଚନ ପରେ ଏକକାଳୀନ ଗଣତି ଓ ଫଳାଫଳ ଘୋଷଣା କରିବାକୁ ବିଜେପି ପ୍ରାର୍ଥୀଙ୍କ ସମେତ ରଣପୁରର ସାଧାରଣ ଜନତା ଦାବୀ କରିଛନ୍ତି ।

Share in top social networks!