ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ

ଆସନ୍ତା ଏପି୍ରଲ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରିବା ନିମନ୍ତେ ରାଜ୍ୟ ସଚିବାଳୟସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷ ପରି ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରିବା ନିମନ୍ତେ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ଭୁବନେଶ୍ୱରକୁ ଏକ ସ୍ୱଚ୍ଛ,
ସୁନ୍ଦର ଓ ନିର୍ମଳ ସହର କରି ଗଢ଼ି ତୋଳିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥ#ଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପି୍ରଲ ୧୩ ତାରିଖ ସକାଳ ଘ.୭.୩୦ମିନିଟ୍ ସମୟରେ ଏକ ପ୍ୟାରେଡ଼୍ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହେବ । ପ୍ୟାରେଡ଼୍ ରବିନ୍ଦ୍ରମଣ୍ଡପ ଠାରୁ ଆରମ୍ଭ ହୋଇ ଜୟଦେବ ଭବନଠାରେ ପରିସମାପ୍ତ ହେବାର ନିଷ୍ପତ୍ତି ନିଆଯାଇଅଛି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ପ୍ୟାରେଡ଼୍ରେ ଅଂଶଗ୍ରହଣ କରିବେ । ବିଭିନ୍ନ ଗଣମାଧ୍ୟମକୁ ରାଜଧାନୀ ପ୍ରତିଷ୍ଠା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ
ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଅନୁରୋଧ କରିବାକୁ ବୈଠକରେ ସ୍ଥିରିକୃତ ହୋଇଥ#ଲା । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳଯୋଗାଣ, ପୂର୍ତ୍ତ ବିଭାଗ ତରଫରୁ ମଞ୍ଚ ସାଜସଜ୍ଜା, ଆସନ ବ୍ୟବସ୍ଥା, ବ୍ୟାରିକେଡ଼ିଂ କରିବା ନିମନ୍ତେ ଓ ଜି.ଇ.ଡ଼ି ଦ୍ୱାରା ଶବ୍ଦ ଓ ଆଲୋକ ସାଜସଜ୍ଜା ବ୍ୟବସ୍ଥା, ସେଣ୍ଟଜୋନ୍ ଆମ୍ବୁଲାନ୍ସ&୍ ଏବଂ କ୍ୟାପିଟାଲ ହାସପାତାଳ ନିର୍ଦ୍ଦେଶକଙ୍କ ତରଫରୁ ପ୍ରାଥମିକ ସହାୟତା କେନ୍ଦ୍ର ଖୋଲାଯିବା ଏବଂ ଆମ୍ବୁଲାନ୍ସ&୍ ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥ#ଲା ।

ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜଧାନୀ ପ୍ରତିଷ୍ଠା ଦିବସ ସମ୍ପର୍କୀତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ତିନିଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଡ଼େପୁଟି ପୋଲିସ
କମିଶନର ପ୍ୟାରେଡ଼ ଉତ୍ସବ ସ୍ଥାନ ତଥା ନିକଟବର୍ତ୍ତୀ ସ୍ଥାନମାନଙ୍କରେ ନିରାପତ୍ତା ଓ ଯାନବାହନ ନିୟନ୍ତ୍ରଣ ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଥ#ଲା ।ଉକ୍ତ ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ, ବିଡ଼ିଏ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କିଶନ୍ କୁମାର, ଅତିରିକ୍ତ ପୋଲିସ କମିଶନର ପି.ଏସ୍ ରଣପାଇସ୍, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜିତ୍ କୁମାର ମହାନ୍ତି, ସଂସ୍କୃତି ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ମିଶ୍ର, ଶିଳ୍ପ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ,
ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଏନ୍.ସି.ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ, ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଉପ-ସଭାପତି ଶ୍ରୀଯୁକ୍ତ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସମ୍ପାଦକ ଶ୍ରୀଯୁକ୍ତ ସନତ୍ ମିଶ୍ର, ପୂର୍ତ୍ତ ବିଭାଗ,ପରିବହନ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ବହୁ ବରିଷ୍ଠ ଅଧ#କାରୀ ପ୍ରମୁଖ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥ#ଲେ ।

Share in top social networks!