ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ୮୦ ବର୍ଷର ଗୌରବମୟ ଯାତ୍ରା

rbifoundationdayଭାରତୀୟ ରିଜର୍ଭ ବ୍ୟାଙ୍କ୍ର ୮୦ ତମ ପ୍ରତିଷ୍ଠା ଦିବସ ଅବସରରେ, ଭୁବନେଶ୍ୱରର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପରିସରରେ ଜନସଚେତନତା ଉଦେ୍ଧଶ୍ୟରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀ ଏପ୍ରିଲ ୦୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୦୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହା ଜନସାଧାରଣଙ୍କ ପାଇଁ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ପ୍ରଦର୍ଶନୀର ଶୀର୍ଷକ ରହିଛି “ଜଈଓଅ୮୦: ଈରଚ୍ଚକ୍ଟଦ୍ଭୟ ଉରଦ୍ଭଗ୍ଧକ୍ସବକ୍ଷ ଈବଦ୍ଭଳସଦ୍ଭଶ” ।
ଏହି ପ୍ରଦର୍ଶନୀ ଉଦ୍ଘାଟନ ସମାରୋହ ପରିଚାଳନା କରିଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର କ୍ଷେତ୍ରୀୟ ନିଦେ୍ର୍ଧଶକ ଶ୍ରୀ ପ୍ରଦୀପ୍ତ କୁମାର ଜେନା । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଉପେନ୍ଦ୍ର ନାରାୟଣ. ବେହେରା, ନାବାର୍ଡ (ଭୁବନେଶ୍ୱର)ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ସତିସ୍ କେ. କାଲେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଭୁବନେଶ୍ୱର)ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ କୃଷ୍ଣ ମୋହନ ତ୍ରିବେଦୀ ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ବ୍ୟାଙ୍କ୍ର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରିଜର୍ଭ ବ୍ୟାଙ୍କ୍ର ୮୦ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ କେକ୍ କଟାଯିବା ସହିତ ଓଡ଼ିଶାର ଜାତୀୟ ସଂଗୀତ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ବ୍ୟାଙ୍କ୍ର ମୁଖ୍ୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଜନସାଧାରଣଙ୍କୁ ବିଭିନ୍ନ ସମୟରେ ଆର୍ଥିକ ବିଷୟ ସଂପର୍କରେ ମାର୍ଗଦର୍ଶନ ପ୍ରଦାନ କରିଆସୁଅଛି । ଏହା କେନ୍ଦ୍ର ସରକାର, ବିଭିନ୍ନ ବ୍ୟାଙ୍କ୍ ତଥା ଜନସାଧାରଣଙ୍କ ପ୍ରତି ଏହାର କର୍ତ୍ତବ୍ୟ ନିଷ୍ଠାପର ଭାବରେ ତୁଲାଇ ଆସୁଛି । ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ମଧ୍ୟରେ ରହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ୮୦ ବର୍ଷ ଯାତ୍ରାର ଝଲକ୍, ସାଧାରଣ ନାଗରିକଙ୍କ ଜୀବନରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଭୂମିକା, ବ୍ୟାଙ୍କ୍ ନୋଟ୍ ବିଷୟରେ ଅନେକ ରୋଚକ ତଥ୍ୟ, ଇ-ବ୍ୟାଙ୍କିଙ୍ଗ୍ର ଲୋକପ୍ରିୟତା, ଅଳ୍ପ ସମୟରେ ଅଧିକ ଲାଭ ପ୍ରଦାନ କରୁଥିବା ମିଥ୍ୟା ପ୍ରତିଶ୍ରୁତି ବିଷୟରେ ସଚେତନତା, ବ୍ୟାଙ୍କ୍ ବିରୋଧରେ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ସୂଚନା ଇତ୍ୟାଦି ।
ଏହା ସହିତ ଏହି ପ୍ରଦର୍ଶନୀକୁ ଆହୁରି ଆକର୍ଷଣୀୟ କରିତୋଳିଛି ମଇଳା ଓ ଚିରି ଯାଇଥିବା ନୋଟ୍ ତଥା ମୁଦ୍ରା ବଦଳ, ବୀମା ବିଷୟରେ ଅନେକ ଜାଣିବା ବିଷୟ ଇତ୍ୟାଦି । ଜନସାଧାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଏହି ପ୍ରଦର୍ଶନୀ ବୁଲି ଦେଖି ନିଜର ଆର୍ଥିକ ପରିଚାଳନା ବିଷୟରେ ବହୁ ଉପାଦେୟ ତଥ୍ୟ ପାଇପାରିବେ । ଯାହା ସାହାଯ୍ୟରେ ନିଜର ଭବିଷ୍ୟତର ଆର୍ଥିକ ଯୋଜନାକୁ ଦୃଢ଼ ତଥା ସୁରକ୍ଷିତ କରିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତରଫରୁ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଏହି ପ୍ରଦର୍ଶନୀ ବୁଲି ଦେଖିବା ପାଇଁ ଅନୁରୋଧ କରାଯାଉଛି ।

Share in top social networks!