‘ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ :ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନାୟକ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ପୂର୍ବାହ୍ନରେ
ଏସ୍.ସି.ବି. ମେଡିକାଲ କଲେଜ୍ରେ ଏକାଧ#କ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତିା ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା
ଦେଇ ଏହାକୁ ଉନ୍ନତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତିା
ମନ୍ତ୍ରୀ ଶ୍ରୀ ନାୟକ କଟକ ଏସ୍.ସି.ବି. ମେଡିକାଲ କଲେଜ୍ରେ ସମୁନ୍ନତ ସୁପରସ୍ପେସାଲିଟି ଆଉଟ୍ଡୋର ଉଦ୍ଘାଟନ
କରିଥ#ଲୋ ଏଠାରେ ତିନୋଟି ବ୍ଲକ୍ କାର୍ଯ୍ୟ କରିବା ସର୍ଜରୀ ଓ ଭେଷଜ ବିଭାଗୀୟ ପ୍ରଫେସର ତଥା ରୋଗୀମାନଙ୍କ ନିମନ୍ତେ
ଏଠାରେ ପୃଥକ ପୃଥକ ଭାବରେ ଯଥେଷ୍ଟ ସ୍ଥାନ ରଖାଯାଇଛିା ଜେନେରାଲ ଓ୍ୱାର୍ଡ ସହିତ ଅନ୍ୟ ଏକ ବ୍ଲକ୍ରେ କିଚିନ୍ ଏବଂ
ନର୍ସ ତଥା ପାରାମେଡିକ୍ କର୍ମଚାରୀମାନଙ୍କ ପାଇଁ ମଧ୍ୟ ସ୍ଥାନ ରହିଛିା ରୋଗୀ ପଞ୍ଜିକରଣ କେନ୍ଦ୍ରର ସୁବିଧା ମଧ୍ୟ ଏଠାରେ
ଉପଲବ୍ଧ ହେବା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଲାପ୍ରୋସ୍କୋପିକ୍ ଅପରେସନ୍ ଥ#ଏଟରକୁ ମଧ୍ୟ ମନ୍ତ୍ରୀ ଶ୍ରୀ ନାୟକ
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥ#ଲୋ ସେହିପରି ନୂତନ ଭାବେ ଏକ ବ୍ଲଡ୍ ଷ୍ଟୋରେଜ୍ୟୁନିଟ୍ ମଧ୍ୟ ଲୋକାର୍ପିତ
ହୋଇଛିା ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଏହି ଅପରେସନ୍ ଥ#ଏଟର ଓ ବ୍ଲଡ୍ ଷ୍ଟୋରେଜ୍ୟୁନିଟ୍ ନିମନ୍ତେ ଯଥାକ୍ରମେ
୧.୬୫ କୋଟି ଓ ୨.୮୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥ#ବା ପ୍ରକାଶା
ମନ୍ତ୍ରୀ ଶ୍ରୀ ନାୟକୟୁରୋଲୋଜି ବିଭାଗରେ ମଡୁ୍ୟଲାର ଅପରେସନ୍ ଥ#ଏଟର ଉଦ୍ଘାଟନ କରିଥ#ଲୋ ପ୍ରାୟ ୧.୭୨
କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଥ#ଏଟରରେ କିଡ୍ନୀ ପ୍ରତ୍ୟାରୋପଣ ହୋଇପାରିବ ବୋଲି କୁହାଯାଇଛିା
ୟୁନାଇଟେଡ୍ କମର୍ସିଆଲ୍ ବ୍ୟାଙ୍କ ସୌଜନ୍ୟରୁ ଏକ ଗ୍ଲୋବୋର୍ଡ ମଧ୍ୟ ମନ୍ତ୍ରୀ ଶ୍ରୀ ନାୟକଙ୍କ ଦ୍ୱାରା ଉଦ୍ଘାଟିତ
ହୋଇଛିା ଏହି ବୋର୍ଡରେ କଲେଜ୍ ଓ ବଡ ମେଡିକାଲ ସମ୍ପର୍କିତ ସବିଶେଷ ସୂଚନା ଜନସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ
ହୋଇପାରିବା ଅଧ#କ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମ୍ମିଳନୀ ପ୍ରକୋଷ୍ଠ ସହିତ ଓଡ଼ିଶା ରାଜ୍ୟ ଚିକିତ୍ସା ପା=ିର ଏକ ସେଲ୍ ବା
ପ୍ରକୋଷ୍ଠ ମଧ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛିା ପୂର୍ବରୁ ରାଜ୍ୟ ଚିକିତ୍ସା ପା=ିର ଦୁଇଟି ସେଲ୍ କାର୍ଯ୍ୟ କରୁଥ#ବା ବେଳେ
ଏହାକୁ ମିଶାଇ ତିନୋଟି ସେଲ୍ କାର୍ଯ୍ୟକ୍ଷମ ହେବା
ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ସହିତ ମିଳିତ ହୋଇଥ#ଲେ ଓ ସମ୍ପୃକ୍ତ ମୁଖ୍ୟମାନେ ନିଜ ନିଜ
ବିଭାଗୀୟ କାର୍ଯ୍ୟକଳାପ ସମ୍ପର୍କରେ ବିବରଣୀ ପ୍ରଦାନ କରିଥ#ଲୋ ମନ୍ତ୍ରୀ ବିଭିନ୍ନ ବିଭାଗର ସ୍ଥିତି ଓ ସମସ୍ୟା ସମ୍ପର୍କରେ
ଅବଗତ ହୋଇଥ#ଲୋ
‘ଓଡ଼ିଶା ଦିବସଦର ୮୦ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏହି ଲୋକାର୍ପଣ ଓ ଉଦ୍ଘାଟନ
କାର୍ଯ୍ୟକ୍ରମରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ
ଶାସନ ସଚିବ ଶ୍ରୀମତୀ ଆରତୀ ଆହୂଜାଙ୍କ ସମେତ ଅଧ୍ୟକ୍ଷ ପି. ସି. ମହାପାତ୍ର, ଅଧ#କ୍ଷକ ପ୍ରତାପ ରଥ ଓ ପ୍ରଶାସନିକ
ଅଧ#କାରୀ ପ୍ରତାପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!