ବିଜେପିର ସଦସ୍ୟତା ଅଭିଯାନ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢିଲା

ମାର୍ଚ୍ଚ ୩୧ ସୁଦ୍ଧା ବିଜେପି ବିଶ୍ୱର ବୃହତ୍ତମ ଦଳଭାବେ ଉଭା ହୋଇଛି । କମୁ୍ୟନିଷ୍ଟ ଚିନ୍ର ସଭ୍ୟ ସଂଖ୍ୟା ୮.୬ କୋଟି ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ୯ କୋଟିକୁ ଅତିକ୍ରମ କରିସାରିଛି । ଓଡିଶାରେ ମଧ୍ୟ ଏହା ୩୦ ଲକ୍ଷ ଅତିକ୍ରମ କରିସାରିଲାଣି । ତେଣୁ ରାଷ୍ଟୀୟ ଅଧ୍ୟକ୍ଷ ଅମିତ୍ ଶାହା କାର୍ଯ୍ୟକର୍ତ୍ତା ତଥା ନୂଆ ସଦସ୍ୟମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏବେ ଦେଶ ଭିତରେ ବିଜେପିରେ ସାମିଲ ହେବା ନିମନ୍ତେ ସମସ୍ତଙ୍କର ବିଶେଷ କରି ଯୁବଗୋଷ୍ଠୀର ଓ ମହିଳାମାନଙ୍କ ଭିତରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି । ସବୁ ସ୍ତରରୁ ସଦସ୍ୟତା ଗ୍ରହଣର ଶେଷ ଅବଧି ମାର୍ଚ୍ଚ ୩୧ କୁ ଆଉ କିଛି କାଳ ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି । ତେଣୁ ସମସ୍ତଙ୍କ ଅନୁରୋଧକୁ ବିଚାରକୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଦସ୍ୟତା ଗ୍ରହଣ ଅବଧିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସମସ୍ତ କାର୍ଯ୍ୟକର୍ତ୍ତା ଏହାର ସୁଯୋଗ ନେଇ ଅଧିକ ସଂଖ୍ୟାରେ ନୂଆ ସଦସ୍ୟ ଗ୍ରହଣ କରିବାକୁ ରାଜ୍ୟ ବିଜେପି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Share in top social networks!