ରାଜ୍ୟ ବିଜେପି କାର୍ଯ୍ୟାଳୟରେ Utkal ଦିବସ ପାଳନ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ୮୦ ତମ ଉକôଳ ଦିବସ ପାଳନ କରାଯାଇଥିଲା । ଓଡିଶାର ବରପୁତ୍ର ସ୍ୱତନ୍ତ୍ର ଓଡିଶାର ମୁଖ୍ୟ ବିନ୍ଧାଣୀ ଉକôଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ଚାରଣ କରାଯାଇ କିଭଳି ଭାଷା ଭିତ୍ତିକ ଆନେ୍ଦାଳନ ସୃଷ୍ଟି କରାଯାଇଥିଲା ସେ ବିଷୟରେ ବକ୍ତାମାନେ ନିଜ ଭାଷଣରେ ଉଲ୍ଲେଖ କରିଥିଲେ । ଓଡିଶା ଗୌରବଜ୍ୱଳ ଐତିହ୍ୟ ଭାଷା, ଆନେ୍ଦାଳନ ସ୍ୱତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣିମାନଙ୍କର ସ୍ମୃତି ଚାରନ କରାଯାଇ ଓଡିଶାର ଗୌରବ ବୃଦ୍ଧି ତଥା ଓଡିଆ ଭାଷାର ସମୃଦ୍ଧି ପାଇଁ ପ୍ରତ୍ୟେକ ଓଡିଆ ଚେଷ୍ଟା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଡଃ ଯତୀନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅନ୍ୟତମ ବକ୍ତାଭାବେ ଡଃ ଲେଖାଶ୍ରୀ ସାମନ୍ତ ସିଂହାର , ଶ୍ରୀ ହୃଷିକେଶ ବେହେରା ଓ ସୁନୀଲ ପଣ୍ଡା ଯୋଗ ଦେଇଥିଲେ ।

Share in top social networks!