କାହିଁକି ଭାଙ୍ଗୁଛି ଜଗନ୍ନାଥଙ୍କ ପରମ୍ପରା?

photoଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ
ନବକଳେବର-୨୦୧୫ ସମ୍ଭବତଃ ବିପର୍ଯ୍ୟସ୍ତ ପରମ୍ପରା ପାଇଁ ଇତିହାସ ସୃଷ୍ଟି କରିବ । ଆରମ୍ଭରୁ ବନଯାଗ ଯାତ୍ରାକୁ ନେଇ ଦୁଇଟି ପରମ୍ପରା ଭାଙ୍ଗିବାର ଦେଖାଯାଉଛି । ପ୍ରଥମଟି ହେଲା ଦାରୁ ଚୟନ ଏବଂ ଦ୍ୱିତୀୟଟି ହେଲା ଦାରୁ ଚୟନ ଘୋଷଣା ।
ପ୍ରଥମେ ଦାରୁ ଚୟନକୁ ନିଆଯାଉ । ମଙ୍ଗଳାଙ୍କ ମନ୍ଦିରକୁ ସୂର୍ଯେ୍ୟାଦୟ ପୂର୍ବରୁ ବନଯାଗ ଯାତ୍ରୀ ଦଳ ଆସିନ୍ତି ଓ ମାଙ୍କର ପୂଜାର୍ଚ୍ଚନା ଆରମ୍ବ ହୁଏ । ଚଣ୍ଡୀପାଠ ଏବଂ ସ୍ୱପ୍ନଦେଶ ଏହି ଉସôବର ପ୍ରମୁଖ ଘଟଣା । ୧୯୭୬ ମସିହାର ନବକଳେବର ସମୟରେ ଏହି ଲେଖକ ଦୂରଦର୍ଶନରେ କାର୍ଯ୍ୟ କରୁଥିଲା ଏବଂ ଦେଉଳି ମଠରେ ବନଯାଗ ଯାତ୍ରୀ ଦଳର ପ୍ରବେଶ ସହିତ ମଙ୍ଗଳା ମନ୍ଦିର ଛାଡିବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଭାରପ୍ରାପ୍ତ ପ୍ରଯୋଜକ ରୂପେ କାର୍ଯ୍ୟ କରିଥିଲା । ଚଣ୍ଡୀପାଠରେ ପଣ୍ଡିତ ସଦାଶିବ ରଥ ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆମେ ତାଙ୍କର ମଧ୍ୟ ଏକ କ୍ଷୁଦ୍ର ସାକ୍ଷାତକାର ନେଇଥିଲୁ । ଏହି ଦିନ ମା’ ମଙ୍ଗଳାଙ୍କ ସମ୍ମୁଖରେ ଅଧ୍ୟା ପଡିଥିବା ଚାରିବାଡର ଦଇତାପତି ମାନଙ୍କୁ ସ୍ୱପ୍ନା ଦେଶ ହୁଏ ଏବଂ ସେମାନେ ସେହି ସ୍ୱପ୍ନ କଥା କାହା ନିକଟରେ ପ୍ରକାଶ କରନ୍ତି ନାହିଁ । ସେହି ଦିନ ପୂଜାପାଠ ପରେ ମଙ୍ଗଳା ମନ୍ଦିରରୁ ବନଯାଗ ଯାତ୍ରୀ ଦଳ ଚାରି ଭାଗ ହୋଇ ପୃଥକ ପୃଥକ ଦିଗରେ ଯାତ୍ରାରମ୍ଭ କରନ୍ତି । ସେମାନେ ପଦବ୍ରଜରେ ଯାଇ ବିଭିନ୍ନ ବିଗ୍ରହଙ୍କର ଦାରୁ ନିକଟରେ ପହଞ୍ଚିଥାନ୍ତି । ଏହି ସ୍ୱପ୍ନାଦେଶକୁ ଭକ୍ତମାନେ ସହଜ ଭାବେ ଜଗନ୍ନାଥ ତଥା ମା ମଙ୍ଗଳାଙ୍କ କୃପା ଓ ଦୈବୀଶକ୍ତିର ଚମକôାରିତା ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ଗଲା ଦିନେ ଦୁଇ ଦିନ ଭିତରେ ଯାହାସବୁ ଘଟୁଛି ତାହା ଭକ୍ତମାନଙ୍କର ସରଳ ବିଚାର ଓ ଭକ୍ତିଭାବନାକୁ ଦୋହଲାଇ ଦେଉଛି । ଏବେ ଦାରୁ ନିର୍ବାଚନ ପାଇଁ ଦଇତାପତି ମାନଙ୍କର ଗୋପନ ବୈଠକ, ବିଭିନ୍ନ ସୂତ୍ରରୁ ଦାରୁ ସମ୍ପର୍କିତ ଖବରର ସମୀକ୍ଷା, ଓ ସେଥିରୁ ୪ ଦିଅଙ୍କ ପାଇଁ ୪ ଟି ଦାରୁ ନିର୍ବାଚନ କରିବା ପ୍ରଭୃତି ସମ୍ବାଦ ଜଗନ୍ନାଥ ପ୍ରେମୀ ମାନଙ୍କୁ ବ୍ୟଥିତ କରିଛି ।
ଜଗନ୍ନାଥ ବହୁ ଗୋପନ ସେବା ଓ ରହାସ୍ୟାଚ୍ଛନ୍ନ ପରମ୍ପରା ପାଇଁ ବିଖ୍ୟାତ । ଅଣସର ଘରେ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ଦିନ ଶୀତଳ ଜଳରେ ସ୍ନାନ ଜନିତ ଅସୁସ୍ଥ ହୋଇ େ ବିଶ୍ରାମ ନେଉଥିବା କଥା ବିଶ୍ୱାସ କରାଯାଏ । କିନ୍ତୁ ଏହି ଦିନମାନଙ୍କରେ ବିଗ୍ରହମାନଙ୍କର ଦାରୁ ଦେହକୁ ମରାମତି କରାଯାଉଥିବା କଥା କେହି କହେନାହିଁ ସେହିଭଳି ଦାରୁ ନିର୍ବାଚନ ଜନିତ ଉପରରେ ଆଲୋଚ୍ୟ କଥାଟି ହୁଏତ ସତ୍ୟ କିନ୍ତୁ ଜଗନ୍ନାଥଙ୍କ ବହୁ ରହସ୍ୟକୁ ଗୋପନ ରଖିବାତ ଆମର ପରମ୍ପରା । ଯଦି ଏସବୁ ଏଭଳି ଭାବେ ପ୍ରକାଶ କରାଯିବ ଏବଂ ଏ ସବୁ ବିଷୟର ଗୋପନ ପରମ୍ପରାକୁ ଯେଉଁମାନେ ଗୋପନ ରଖିବା କଥା ସେମାନେ ଯଦି ପ୍ରକାଶ କରି ବାହା ବାହା ନେବେ ତେବେ ଅଯଥା ମଙ୍ଗଳା ମନ୍ଦିରକୁ ଆସି ସ୍ୱପ୍ନାଦେଶର ପ୍ରହସନ କାହିଁକି? ‘ସ୍ୱପ୍ନାଦେଶର’ ପରମ୍ପରା ପ୍ରତି ଏହା ଏକ ଆହ୍ୱାନ ଏବଂ ସରଳ ବିଶ୍ୱାସୀ ଭକ୍ତମାନଙ୍କ ଧର୍ମୀୟ ଭାବନା ଉପରେ ଏହା ଏକ ଶକ୍ତ ପ୍ରହାର ।
ଦ୍ୱିତୀତ କଥାଟି ହେଲା ଦାରୁ ନିର୍ବାଚନ ସମ୍ପର୍କିତ ଘୋଷଣା କାହାର ଅଧିକାର ଭୁ. ଚାରିବାଡର ବାଡଗ୍ରହୀ ଦଇତାପତିମାନଙ୍କର ନା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କର? ଆମେ ଯେତୋଟି ନବକଳେବର ଦେଖି ଆସିଲେଣି କୌଣସି ଗୋଟିକରେ ମନ୍ଦିରର ମୁଖ୍ୟ ପ୍ରଶାସକ ଏହି ଦାୟୀତ୍ୱ ନିଜ ଉପରକୁ ନେଇ ନାହାନ୍ତି । ସବୁ ନବକଳେବରରେ ବନଯାଗ ଯାତ୍ରୀ ଦଳ ଚତୁର୍ଦ୍ଧା ମୂର୍ତ୍ତିଙ୍କର ୪ ଦାରୁ ପାଖରେ ପହଞ୍ଚିବା ପରେ ସେଇମାନେ ହିଁ ଘୋଷଣା କରିଛନ୍ତି । ଏବେ ଆଇନ ଶୃଙ୍ଖଳାର ଦ୍ୱାହି ଦେଇ ମୁଖ୍ୟ ପ୍ରଶାସକ ଦାରୁ ନିର୍ବାଚନ ସମ୍ପର୍କରେ ଚୂଡାନ୍ତ ଘୋଷଣା ନିଜେ କରିବେ ବୋଲି କହିଲେଣି? ପରମ୍ପରା ଭାଙ୍ଗିବାର ଅଧିକାର ତାଙ୍କୁ କିଏ ଦେଇଛି? ଆମ ଜୀବନ କାଳ ଭିତରେ ଭଲଭାବେ ଆମେ ଦୁଇଟି ନବକଳେବର ଦେଖିସାରିଲେଣି । କୌଣସିଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା କଥା ଆମକୁ ଜଣା ନାହିଁ । ସ୍ୱତଃ ପ୍ରବୃତ ଭାବେ ବନଯାଗ ଯାତ୍ରୀ ଦଳ ଯେଉଁଠି ପହଞ୍ଚନ୍ତି ସେଠାରେ ନାମ ସଂକୀର୍ତ୍ତନ ଦଳ ରୁଣ୍ଡ ହୋଇଯାନ୍ତି । ସ୍ଥାନୀୟ ପୋଲିସ ସଜାଗ ଥାନ୍ତି । ଦାରୁ ପାଖରେ ପହଞ୍ଚିବାପରେ ଦଇତାପତିମାନଙ୍କର ନିଦେ୍ର୍ଧଶରେ ଦାରୁ ଚର୍ତୁପାଶ୍ୱରେ ଅତିକମରେ ଶହେ ଫୁଟ ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ବାଉଁସରେ ବ୍ୟାରିକେଡ ହୋଇଯାଏ ଏବଂ ଆହୋରାତ୍ର ଏହି ବ୍ୟାରିକେଡ ବାହାରେ ନାମ ସଂକୀର୍ତ୍ତନ ଚାଲିଥାଏ । ହଜାର ହଜାର ଲୋକ ଦିନରାତି ଆସୁଥାନ୍ତି । ଦୋକାନ ବଜାର ବସେ ଏବଂ ସ୍ଥାନୀୟ ପୋଲିସ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ରହନ୍ତି । କିନ୍ତୁ ଚଳିତ ବର୍ଷରେ କାହିଁକି ଦଇତାପତି ମାନେ ନିଜ ଅଧିକାରକୁ ମୁଖ୍ୟ ପ୍ରଶାସକଙ୍କ ହାତକୁ ଟେକି ଦେଇଛନ୍ତି ? ଏହା କାହା ସ୍ୱାର୍ଥରେ କାହିଁକି କରାଯାଇଛି ?
ପରମ୍ପରାର କେତୋଟି ବିଶେଷ ଦିଗ ଆମର ଆଧ୍ୟାତ୍ମିକ ବିଚାର ଓ ଧର୍ମୀୟ ବିଶ୍ୱାସ ସହିତ ଜଡିତ । ଜଗନ୍ନାଥଙ୍କର ବହୁ ଗୋପନ ସେବା ନେପଥ୍ୟରେ ଥିବା ବହୁ ସମ୍ଭାବ୍ୟ ସତ୍ୟ ଆଜି ମଧ୍ୟ ଅନୁଦ୍ଘାଟିତ । ତେଣୁ ଆମ ବିଚାରରେ କାହାରି ସ୍ୱାର୍ଥ ବା ଅଧିକାରିକ ପ୍ରତିଷ୍ଠା ପାଇଁ ପରମ୍ପରା ନଭାଙ୍ଗୁ । ଗୋପନ ସତ୍ୟ ସେହିଭଳି ଗୋପନ ରହୁ । ରହସ୍ୟମୟତା ହିଁ ଆଧ୍ୟାତ୍ମିକ ବିଚାର ବିଳାସ, ଏହା ଆମେ ଯେପରି ବିସ୍ମୃତ ନହେଉ ।
ଜଗନ୍ନାଥ ବିହାର, ଭୁବନେଶ୍ୱର

Share in top social networks!