ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପୀ ହରତାଳ ଓ ପିକେଟିଂ

ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ୫୦୦ ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ସହରର ପ୍ରମୁଖ ସ୍ଥାନ ମାନଙ୍କରେ ହରତାଳକୁ ସଫଳ କରିବା ପାଇଁ ପିକେଟିଂ କରିଥିଲେ । ଭୁବନେଶ୍ୱର ଜିଲ୍ଲା ସଭାପତି ଅମୀୟ ଦାଶଙୀ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରୁ ବାହାରି ସହର ବିଭିନ୍ନ ସ୍ଥାନ ମାନଙ୍କରେ ପିକେଟିଂ କରିଥିଲେ । ପିକେଟିଂ କରୁଥିବା କାର୍ଯ୍ୟକର୍ତ୍ତାମାନଙ୍କର ସମୂହକୁ ପୋଲିସ ଲୋୟର ପିଏମଜି ଠାରେ ପିକେଟିଂ କରୁଥିବାବେଳେ ଅଟକାଇ ଗିରଫ୍ କରିଥିଲେ ।

ଏହି ଗିରଫ୍ ଦାରୀରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ପୃଥୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର , ଅମୀୟ ଦାଶ, ଦିଲ୍ଲିପ ମହାନ୍ତି, ଜଗନ୍ନାଥ ସାମଲ ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାକ୍ଷୀ ପ୍ରିୟଦର୍ଶିନୀ ଓ ଅଧିରାଜ ନାୟକ ଆଦି ସାମିଲ ଥିଲେ । ଅନୁରୂପଭାବେ ଜୟଦେବ ବିହାର ଓ ସହୀଦ ନଗରଠାରେ ଯୁବ ବିଜେପିର କାର୍ଯ୍ୟକର୍ତ୍ତାମାନେ ପିକେଟିଂ କରୁଥିବାବେଳେ ପୋଲିସ ରାଜ୍ୟ ଯୁବ ସାଧାରଣ ସଂପାଦକ ଠାକୁର ରଣଜିତ୍ ଦାସ, କାଳି ମିଶ୍ର ଓ ମନୋରଂଜନ ସ୍ୱାଇଁଙ୍କୁ ଗିରଫ କରିଥିଲେ ।

bjpodishaଏହି ବନ୍ଧକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିଥିବାରୁ ରାଜ୍ୟ ବିଜେପି ପକ୍ଷରୁ ସହର ବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିବାବେଳେ, ରାଜ୍ୟ ସରକାରଙ୍କର ଏହି ହରତାଳପରେ ଯଦି ନିଦ ନଭାଙ୍ଗେ ଓ ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର କରାନଯାଏ ତେବେ ଏ ଆନେ୍ଦାଳନ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Share in top social networks!