ଓଡ଼ିଶାର ଭୁବନେଶ୍ୱରସ୍ଥିତ ପାତ୍ରପଡ଼ାଠାରେ HDFC Bank ର ୧୧୧ତମ ଶାଖାର ଶୁଭାରମ୍ଭ

hdfcbankଏଚ୍ଡିଏଫ୍ସି ବ୍ୟାଙ୍କ ଲି ଓଡ଼ିଶାର ପାତ୍ରପଡ଼ାଠାରେ ତାର ୧୧୧ତମ ଶାଖାର ଶୁଭାରମ୍ଭ କରି ଆଉ ଏକ ମାଇଲ ସ୍ତମ୍ଭ ପ୍ରତିଷ୍ଠା କରିଛି । ଏହି ବ୍ୟାଙ୍କଟି ଖୋର୍ଦ୍ଧା ଜିଲ୍ଲାର ସହରାଞ୍ଚଳ ଲୋକମାନଙ୍କୁ ସେବା ପ୍ରଦାନ କରିବ । ଏହି ଶାଖାକୁ ଉଦ୍ଘାଟନ କରିଛନ୍ତି ଓଡ଼ିଶା ସରକାରଙ୍କର ମୁଖ୍ୟ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଏବଂ ଅନ୍ୟମାନଙ୍କ ମଧ୍ୟରେ ଏଚ୍ଡିଏଫ୍ସି ବ୍ୟାଙ୍କର ଜୋନାଲ୍ ମୁଖ୍ୟ ଶ୍ରୀ ଦେବାଶିଷ୍ ସେନାପତି ଓ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ୱରର ପାତ୍ରପଡାଠାରେ ଏହି ନୂତନ ଶାଖାଟି ଅବସ୍ଥାପିତ । ଏହା ସପ୍ତାହକୁ ୬ ଦିନ ଖୋଲା ରହିବ ଓ ଲୋକମାନଙ୍କୁ ସମସ୍ତ ପ୍ରକାର ବ୍ୟାଙ୍କିଂ ସେବା ସହାୟତା ପ୍ରଦାନ କରିବ ବୋଲି ଏଚ୍ଡିଏଫ୍ସି ବ୍ୟାଙ୍କ ଓଡ଼ିଶାର ଜୋନାଲ୍ ମୁଖ୍ୟ ଶ୍ରୀଯୁକ୍ତ ଦେବାଶିସ୍ ସେନାପତି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଶାଖା ଖୋଲିବା ଦ୍ୱାରା ଆମେ ନିଜର ପ୍ରତିଶ୍ରୁତିକୁ ପୁଣି ଥରେ ଦୋହରାଇବାକୁ ଯାଉଛୁ । ସ୍ଥାନୀୟ ଲୋକମାନଙ୍କୁ ସମସ୍ତ ପ୍ରକାର ବ୍ୟାଙ୍କିଂ ସୁବିଧା ଯୋଗାଇ ଦେବା ଆମର ପ୍ରମୁଖ ଲକ୍ଷ୍ୟ ହେବ ।
ଜାତୀୟ ସ୍ତରରେ ଏଚ୍ଡିଏଫ୍ସି ବ୍ୟାଙ୍କର ୫୬% ଶାଖା ଅର୍ଦ୍ଧ ସହରାଞ୍ଚଳରେ ରହିଛି ଏବଂ ଏହା କ୍ରମାଗତ ଭାବରେ ଏହାର ବିକାଶ ପ୍ରକିୟା ଜାରି ରଖିଛି । ଡିସେମ୍ବର ୩୧, ୨୦୧୪ ସୁଦ୍ଧା ବ୍ୟାଙ୍କ ତାର ଶାଖା ସଂଖ୍ୟାକୁ ୩୬୫୯ରେ ପହଞ୍ଚାଇଛି ଏବଂ ୨୨୮୭ଟି ସହର/ ଟାଉନ୍ରେ ଏହାର ଏଟିଏମ୍ ସଂଖ୍ୟା ୧୧,୬୩୩ ଟି ରହିଛି । ବ୍ୟାଙ୍କ ଓଡ଼ିଶାର ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ତଥା ବ୍ୟାପକ ସେବା ସମୂହ ପ୍ରଦାନ କରିଆସୁଛି ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସମସ୍ତ ପ୍ରକାର ମୌଳିକ ସେବା ସମୂହ ଯଥା ସେଭିଂସ୍ ଆକାଉଣ୍ଟ, ଫିକ୍ସଡ୍ ଡିପୋଜିଟ୍, କରେଣ୍ଟ ଆକାଉଣ୍ଟ, ଦୁଇ ଚକିଆ ଯାନ ଋଣ, ଅଟୋ ଋଣ, ବାଣିଜି୍ୟକ ଯାନ ଋଣ, କିଷାନ୍ ଗୋଲ୍ଡ କାର୍ଡ଼, କୃଷି ଓ ଦ୍ରବ୍ୟ ଋଣ ପ୍ରଭୃତି ସହିତ ଫୋନ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ ଏବଂ ଇଣ୍ଟରନ୍ୟାସ୍ନାଲ୍ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ର ସୁବିଧା ଯୋଗାଇ ଦିଆଯାଉଛି ।

Share in top social networks!