ବିଦୁ୍ୟତ ଉପଭୋକ୍ତାଙ୍କ ବର୍ଦ୍ଧିତ ବିଦୁ୍ୟତ ଶୁଳ୍କ ପ୍ରତିବାଦରେ ହରତାଳକୁ ବିଜେପି ସମର୍ଥନ କରିବ: ବିଜୟ ମହାପାତ୍ର

bijayବର୍ଦ୍ଧିତ ବିଦୁ୍ୟତ ଦର ରାଜ୍ୟର ଗ୍ରାମାଂଚଳର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଗରିବ ଲୋକ, ଚାଷୀ ମୁଲିଆଙ୍କ ଠାରୁ ଆରମ୍ଭ କରି ସହରତଳୀ ବସ୍ତିବାସିନ୍ଦାଙ୍କ ଉପରେ ବୋଝ ଉପରେ ନଳିତା ବିଡାପରି ହେବ, ଏଣୁ ଏହିଭଳି ଏକ ଜନବିରୋଧୀ ନିିଷ୍ପତିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ବିଜେପିର ବରିଷ୍ଠ ନେତା ତଥା ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଦାବୀ କରିଛନ୍ତି । ଓଡିଶା ବିଦୁୃ୍ୟତ ନିୟାମକ ଆୟୋଗ (ଓଇଆରସି)ର ଏହି ନିଷ୍ପତି ପଛରେ ରାଜ୍ୟ ସରକାରଙ୍କ ସହମତି ତଥା ପ୍ରଛନ୍ନ ଇଙ୍ଗିତ ରହିଥିବା ବେଳେ ରାଜ୍ୟସରକାର ନିଜକୁ ଦୋଷ ମୁକ୍ତ ଦର୍ଶାଇବା ହାସ୍ୟାଷ୍ପଦ ଘଟଣା ବୋଲି ଶ୍ରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି ନିଷ୍ପତିର କାରଣ ପଛରେ ଗ୍ରୀଡକୋ ୭୪୦ କୋଟି ଟଙ୍କା ଏନ୍ଟିପିସିକୁ ଦେୟ ପଇଠ କରିବାର ଆବଶ୍ୟକତା ରହିଛି ବୋଲି ଦର୍ଶାଯାଇଛି । ତେବେ ବକେୟା ରଖିଥିବା ରିଲାଏନ୍ସର ତିନିଗୋଟି କମ୍ପାନୀ ୱେସ୍କୋ, ସାଉଥ୍କୋ ଏବଂ ନେସକୋ ସମ୍ପର୍କରେ ୨୦୦୫ ମସିହାରେ ଏବଂ ପରବର୍ତୀ ୨୦୧୧ ମସିହାରେ ଓଇଆରସି କମ୍ପାନି ବିରୋଧରେ ନିଷ୍ପତି ନେଇଥିଲେ ତାହାକୁ କେଉଁ ସ୍ୱାର୍ଥରେ ରାଜ୍ୟ ସରାକାର କାର୍ଯ୍ୟକାରୀ କରି ନଥିଲେ, ତାହା ରାଜ୍ୟସରକାରଙ୍କୁ ସନେ୍ଦହଘେରକୁ ଆଣିଛି । ରାଜ୍ୟସରକାର କାହାର ଚାପ ଫଳରେ ଏହି କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ତାହା ସ୍ପଷ୍ଟ କରିବା ଉଚିତ । ଏହି କମ୍ପାନୀ ଗୁଡିକର ବିଦୁ୍ୟତ ବିତରଣ କ୍ଷତି ୫୦ %ରୁ ଉଦ୍ଧ୍ୱର୍ ଥିବାବେଳେ ରାଜ୍ୟ ସରକାର କେଉଁ ସ୍ୱାର୍ଥ ଯୋଗୁ ସେମାନଙ୍କୁ ପ୍ରୋସôାହନ କରି ଚାଲିଥିଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଥିଲେ । ସ୍ୱର୍ଗତ ବିଜୁ ପଟନାୟକ ବିଦୁ୍ୟତ୍ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଯେଉଁ ପଦକ୍ଷେପ ନେଇଥିଲେ ତାଙ୍କ ପୂତ୍ର ନବୀନ ପଟନାୟକ ତାହାକୁ ଜଳାଞ୍ଜଳୀ ଦେଇଛନ୍ତି ।
ବିତରଣ କମ୍ପାନୀ ମାନେ ସେମାନଙ୍କ ବିଦୁ୍ୟତ ବିକ୍ରୀର ଅର୍ଥକୁ ଏସକ୍ରୋ ଆକାଉଂଟର ପ୍ରାଥମିକ ଦେୟ ଗ୍ରୀଡକୋକୁ ଦେବାପାଇଁ ବ୍ୟବସ୍ଥା ଥିବା ବେଳେ ତାହାକୁ ରାଜ୍ୟ ସରକାର ଉଠାଇ ଦେବାରେ ଅଭିପ୍ରାୟ କଣ ଥାଇପାରେ ତାହା ସ୍ପଷ୍ଟ କରାଯିବା ଆବଶ୍ୟକ । ସେସୁ ସମେତ ଏହି ତିନି ଘରୋଇ କମ୍ପାନୀ ଉପରେ ୩ ହଜାର କୋଟି ଟଙ୍କାରୁ ଅଧିକ ବାକିଆ ରହିଛି ତେଣୁ ଏହି ସମ୍ପର୍କରେ ସିଏଜି ସଂସ୍ଥା ପକ୍ଷରୁ ପୁଂଖାନୁପୁଂଖ ଭାବେ ଅଡିଟ କରାଯିିବା ପାଇଁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି । ବିଦୁ୍ୟତ ଦର ବୃଦ୍ଧି ସମ୍ପର୍କରେ ଆଗାମୀ ୩୧ ତାରିଖରେ ଉପଭୋକ୍ତା ମାନଙ୍କ ଆନେ୍ଦାଳନରେ ବିଜେପିି ଯୋଗ ଦେବ ବୋଲି ସେ ଘୋଷଣା କରିଥିଲେ ।
ରାଜ୍ୟ ସରକାର ବିଦୁ୍ୟତ ଡୁ୍ୟଟି ବାବଦରେ ବେଦାନ୍ତ ଏବଂ ଏହାର ସହଯୋଗୀ କମ୍ପାନୀ ସେସା ଷ୍ଟେରିଲାଇଟକୁ ୧୨୮ କୋଟି ଟଙ୍କା ଛାଡ କରିଥିବା ସମ୍ପର୍କରେ କେବଳ ଓଇଆରସି ନୁହେଁ କେନ୍ଦ୍ର ବିଦୁ୍ୟତ୍ ଟ୍ରିବୁନାଲ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଜେଡି ସରକାର ଏହି ଟଙ୍କା ଛାଡ କରିବା ଘଟଣା ଲୋକଙ୍କ ମନରେ ଅନେକ ସନେ୍ଦହ ସ୍ୃଷ୍ଟି କରିଛି । ରାଜ୍ୟ ସରକାର ଏହି ଅର୍ଥ ଆଦାୟ କରି ବରଂ ତାକୁ ଆହାର ଯୋଜନାରେ ବିନିଯୋଗ କରିଥିଲେ ଯଥାର୍ଥ ହୋଇଥାନ୍ତା । ଆହାର ଯୋଜନା କାର୍ଯ୍ୟକାରୀ କରିବାରେ ବଜେଟ ବ୍ୟବସ୍ଥା ନ କରି ତାହାକୁ ଏକ ରାଜନୈତିକ କାର୍ଯ୍ୟକ୍ରମ ଭାବେ ବିଜେଡି ଗ୍ରହଣ କରିଛି । ସିଏସଆର ବ୍ୟବସ୍ଥାରେ କିଭଳି ଅର୍ଥ ବରାଦ କରାଯିବାର ନିର୍ଦ୍ଧିଷ୍ଟ ନିୟମ ରହିଛି ଏବଂ ତାହାକୁ କେବଳ ସ୍ଥାୟୀ ବିକାଶ କାର୍ଯ୍ୟକ୍ରମ ଗୁଡିକରେ ବ୍ୟୟ କରିବା ବ୍ୟବସ୍ଥା ନିରୁପିତ ରହିଥିବା ବେଳେ ତାହାକୁ ଶସ୍ତା ରାଜନୈତିକ ରୂପ ଦେବା ହାସ୍ୟାଷ୍ପଦ । ସେଲ୍ ସଂସ୍ଥା ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ୮ କୋଟି ଟଙ୍କା ଦେଇ ସାରିଛି । ବର୍ତମାନ ଏହି ସଂସ୍ଥା ଦ୍ୱାରା ରାଉରକେଲା ଠାରେ ୨୦୦ କୋଟି ଟଙ୍କା ବ୍ୟୟ ବରାଦରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି । ତେବେ ଏହାକୁ କେନ୍ଦ୍ରର ଅବହେଳା ବୋଲି ଦୋଷାରୋପ କରାଯିବା ବାଚାଳତା ମାତ୍ର । ମୋଦି ସରକାର ରାଜ୍ୟର ସ୍କୁଲ ମାନଙ୍କରେ ଶୌଚାଳୟ ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ରାଷ୍ଟ୍ରାୟତ ଉଦ୍ୟୋଗର ସାମାଜିକ ଉତର ଦାୟିତ୍ୱ (ସିଏସଆର)ଯୋଜନାରେ ବ୍ୟବସ୍ଥା କରିଛନ୍ତି, ତେଣୁ ବିଜେଡିପକ୍ଷରୁ କେନ୍ଦ୍ର ଅବହେଳା ଦ୍ୱାହିଦେବା କେବଳ ଏକ ନିମ୍ନ ମାନର ରାଜନୀତି ବୋଲି କୁହାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପୃଥୀରାଜ ହରିଚନ୍ଦନ, ମୁଖପାତ୍ର ସମୀର ମହାନ୍ତି, ସମ୍ପାଦକ ଭୃଗୁ ବକ୍ସିପାତ୍ର ଏବଂ ଦିଲୀ୍ଲପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!