ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଲେ କନକ ବର୍ଦ୍ଧନ ସିଂହଦେଓ

ଭାରତୀୟ ରାଜନୀତିର ପିତାମହ, ଲୋକପ୍ରିୟ ନେତା ଓଜସ୍ୱୀ ବକ୍ତା ଏବଂ ସୁଶାସନର ପ୍ରତୀକ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ଇଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରି, ଓଡିଶା ବିଜେପିର ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଏହା ବିଶେଷ କରି ଭାରତୀୟ ଜନତା ପାର୍ଟି ଏବଂ ପ୍ରତ୍ୟେକ ନାଗରିକ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ଅବସର । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜି ପ୍ରୋଟୋକଲ୍ ଭଙ୍ଗ କରି ଶ୍ରୀ ବାଜପେୟୀଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନକୁ ଯାଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଶ୍ରୀ ସିଂହଦେଓ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇଛନ୍ତି ।

Share in top social networks!