ପ୍ରଧାନମନ୍ତ୍ରୀଙ୍କ ରାଉରକେଲା ଗସ୍ତ; “ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ପାଇଁ ଶନିବାର ଆସିବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଧର୍ମେନ୍ଦ୍ର ପ୍ରଧାନ”

ଆସନ୍ତା ଅପ୍ରେଲ ୧ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଉରକେଲା ଇସ୍ପାତ କାରଖାନାର ଦ୍ୱିତୀୟ ସମ୍ପ୍ରସାରଣ କାର୍ଯ୍ୟ ଜାତି ଉଦେ୍ଧଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କିଭଳି ପ୍ରସ୍ତୁତି ଚାଲିଛି ଓ ଏହାର ରୂପରେଖ କ’ଣ ରହିଛି ସେନେଇ ଆସନ୍ତାକାଲି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଠାରେ ସମୀକ୍ଷା କରିବେ । ଦୁଇ କେନ୍ଦ୍ରମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲା ଆସି ଉଚ୍ଚସ୍ତରୀୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!