ସ୍ୱେଚ୍ଛାକୃତ ଭାବେ ଏଲପିଜି ସବ୍ସିଡି ପରିତ୍ୟାଗ କରିବାକୁ ସ୍ୱଚ୍ଛଳ ବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

dpnm ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛଳ ବର୍ଗର ଲୋକମାନଙ୍କୁ ରନ୍ଧନ ଗ୍ୟାସ ବା ଏଲପିଜି ସବସିଡି ସ୍ୱେଚ୍ଛାକୃତ ଭାବେ ପରିତ୍ୟାଗ
କରିବା ଲାଗି ଆହ୍ୱାନ ଜଣାଇଛନ୍ତି । ସ୍ୱଚ୍ଛଳ ବର୍ଗ ସବସିଡି ଫେରାଇବା ଦ୍ୱାରା ଗରିବ ଲୋକମାନେ ଅଧିକ ସଂଖ୍ୟାରେ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ନୂଆଦିଲ୍ଳୀଠାରେ ବିଶ୍ୱ ଶକ୍ତି ସମ୍ମିଳନୀ-ଉର୍ଜ୍ଜା ସଂଗମକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବସିଡି କେବଳ ଗରିବ ଲୋକଙ୍କ ପାଖରେ ପହଁଚିବା ଦରକାର । ତେବେ ଏଥିଲାଗି ଧନୀ, ଉଚ୍ଚ ଆୟକାରୀ ଗୋଷ୍ଠୀ ଏବଂ ସ୍ୱଚ୍ଛଳ ଶ୍ରେଣୀର ପରିବାରମାନେ ସ୍ୱତଃ ପ୍ରବୃତ ଭାବେ ସେମାନଙ୍କର ଏଲପିଜି ସବସିଡି ଛାଡିବାକୁ ପଡିବ । ସେମାନଙ୍କ ବଦାନ୍ୟତା ଯୋଗୁଁ ଅନେକ ଗରିବ ପରିବାରର ଜାଳେଣି ସମସ୍ୟା ଦୂର ହୋଇ ପାରିବ ଏବଂ ଦେଶ ପାଇଁ ହିତକର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଠାରୁ “ଏଲପିଜି ସବସିଡି ଛାଡ” ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ, ବର୍ତମାନ ସୁଦ୍ଧା ଦେଶର ଦୁଇ ଲକ୍ଷ ୮୦ ହଜାର ଲୋକ ଏଲପିଜି ସବସିଡି ପରିତ୍ୟାଗ କରିଛନ୍ତି । ଏହା ଦେଶ ପାଇଁ ଏକ ବଡ ଅବଦାନ । ଶ୍ରୀ ମୋଦି କହିଛନ୍ତି ଯେ ଦେଶକୁ ଆମଦାନୀ ଉପରେ ଅଧିକ ନର୍ଭର ନକରି ଦେଶ ଭିତରେ ତୈଳ ଉପôାଦନ ବଢାଇବାକୁ ପଡିବ । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତି ଅବସରରେ ଅର୍ଥାତ୍ ୨୦୨୨ ସୁଦ୍ଧା ଅଶୋଧିତ ତୈଳ ଆମଦାନୀ ପରିମାଣ ୧୦ ପ୍ରତିଶତ କମାଇବାକୁ ପଡିବ । ଏହା ଦ୍ୱାରା ଆମର ଅନେକ ବୈଦେଶିକ ମୁଦ୍ରା ସଂଚୟ ହୋଇ ପାରିବ ବୋଲି ସେ କହିଥିଲେ । ଭାରତ ବିଶ୍ୱର ଏକ ଷଷ୍ଠାଂଶ ଜନସଂଖ୍ୟାର
ଅଧିକାରୀ ହୋଇଥିବାରୁ ଦେଶକୁ ଏକ ଷଷ୍ଠାଂଶ ଶକ୍ତି ଦାୟିତ୍ୱ ମଧ୍ୟ ବହନ କରିବା ଉଚିତ । ପହଲ ଯୋଜନା ଏବେ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିବା ଉଲ୍ଲେଖ କରି ଶ୍ରୀ ମୋଦି କହିଥିଲେ ଯେ ପହଲ ସ୍କିମ୍ କାର୍ଯ୍ୟକାରୀ ହେବା ପରେ ସବସିଡି ଏଲପିଜି ବିତରଣରେ
କଳାବଜାରୀ ଏବଂ ଦୁର୍ନିତୀକୁ ରୋକା ଯାଇପାରିଛି । ପ୍ରକୃତ ହିତାଧୀକାରୀଙ୍କ ପାଖରେ ଏଲପିଜି ସବସିଡି ପହଁଚୁଛି । ଗତ ୧୦ ମାସ ମଧ୍ୟରେ ତାଙ୍କ ସରକାର ଶକ୍ତି କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବା ଲାଗି ନୂଆ ନୂଆ ସଂସ୍କାର ମୂଳକ ପଦକ୍ଷେପ ମାନ ହାତକୁ
ନେଇଛନ୍ତି । ସରକାରୀ ନିୟନ୍ତ୍ରଣରୁ ଡିଜେଲକୁ ମୁକ୍ତ କରିବା, ପେଟ୍ରୋଲରେ ଇଥାନଲ୍ ମିଶ୍ରଣ , ଜୈବ ଡିଜେଲ୍ ଉପôାଦନ ବଢାଇବା ଏବଂ ପୂର୍ବ ଭାରତରରେ ଗ୍ୟାସ ଗ୍ରୀଡ୍ ର ସଂପ୍ରସାରଣ ଭଳି ପଦକ୍ଷେପ ମାନ ନିଆଯାଇଛି । ପେଟ୍ରୋଲରେ ଇଥାନଲ ମିଶ୍ରଣ ଦ୍ୱାରା
ଆଖୁଚାଷୀ ମାନେ ପ୍ରକାରାନ୍ତରେ ଲାଭ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ା

ଆସନ୍ତା ୫-ବର୍ଷ ମଧ୍ୟରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଏହି ସମୟ ମଧ୍ୟରେ ପ୍ରାୟ ୧ କୋଟି ଘରକୁ ପାଇପ୍–ଗ୍ୟାସ୍ ଯୋଗାଣ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଭାରତର ତୈଳ କମ୍ପାନୀମାନେ ମଧ୍ୟପ୍ରାଚ୍ୟ, କେନ୍ଦ୍ର ଏସିଆ, ଏବଂ ଦକ୍ଷିଣ ଏସିଆରେ ନିଜର ଉପôାଦନ ଆରମ୍ଭ କରି ବାସ୍ତବରେ ବହୁଜାତୀୟ କମ୍ପାନୀଭାବେ ପ୍ରତିଷ୍ଠା ଲାଭ କରିବାକୁ ପଡିବ । ତା ଛଡା ଉତର ଆମେରିକା ଏବଂ ଆଫ୍ରିକାରେ ପ୍ରାକୃତିକ ଗ୍ୟାସ ଉତୋଳନ ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରିବାକୁ ପଡିବ ବୋଲି ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ଏହି ଉଦଘାଟନୀ ସମାରୋହରେ କେନ୍ଦ୍ର ଦୂର ସଂଚାର ଓ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀମତୀ ନର୍ମଳା ସୀତାରମଣ ଏବଂ ବଂଗଳା ଦେଶର ଶକ୍ତି ଓ ଖଣିଜ ସଂପଦ ମନ୍ତ୍ରୀ ନଜରୁଲ ହମିଦ୍ ପ୍ରମୁଖ ଉଦବୋଧନ ଦେଇଥିଲେ ।

Share in top social networks!