ହାତୀ ମୃତ୍ୟୁ ଘଟଣା; ଡ୍ରାଇଭରଙ୍କ ନାମରେ ଦାଏର ହେଲା ଏତାଲା

ରମ୍ଭା ଅଞ୍ଚଳରେ ଶନିବାର ଦିନ ବିଳମ୍ବିତ ରାତିରେ ଟ୍ରେନ ଧକ୍କାରେ ୬ ଟି ହାତୀଙ୍କର ମୃତ୍ୟୁ ଘଟିବା ଘଟଣା ପରେ କରମଣ୍ଡଳ ଏକ୍ସପ୍ରେସ ର ଡ୍ରାଇଭରଙ୍କ ନାମରେ ଏତଲା ଦାଏର କରାଯାଇଛି | ବନବିଭାଗ ରେଞ୍ଜରଙ୍କ ପକ୍ଷରୁ ଏଥିନେଇ ଏତଲା ଦାଏର କରିଥିବା ଜଣାପଡିଛି | ଅନ୍ୟପକ୍ଷରେ ଏହି ଅଭାବନୀୟ ଘଟଣା କୁ ନେଇ ରେଳବିଭାଗ ଓ ବନବିଭାଗ ପରସ୍ପର ମଧ୍ୟରେ ଦୋଷ ଲଦାଲଦି କରୁଥିବା ବେଳେ ଆଜି ଏଥିନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି |
31  People for Animals condemn the death of Six innocent Elephants  (1)
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧକ୍ଷତାରେ ବସିଥିବା ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରେଳବିଭାଗର ଡିଆରଏମ ସଞ୍ଜୟ ମହାନ୍ତି, ଚିଫ ପାସେଞ୍ଜର ଟ୍ରାଫିକର ମ୍ୟାନେଜର ଦୀପକ ଝା, ଚିଫ ଟ୍ରାଫିକ ଇନ୍ସପେକ୍ଟର ଡି.କେ.ପଟ୍ଟନାୟକ, ସିନିୟର ଡିଭିଜିନାଲ ଇଞ୍ଜିନିୟର ଅଶୋକ କୁମାର ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ଦୀର୍ଘ ସମୟ ଧରି ଏଥିନେଇ ଆଲୋଚନା ଚାଲିଥିଲା |

ଗତକାଲି ଘଟିଥିବା ଦୁର୍ଘଟଣା ପାଇଁ ଟ୍ରେନ ଡ୍ରାଇଭର ଙ୍କ ନାମରେ ଏତଲା ଦାଏର କରାଯାଇଥିବା ବେଳେ ଏ ସମ୍ପର୍କରେ ପତ୍ର ମଧ୍ୟମରେ କେନ୍ଦ୍ର ମନ୍ତ୍ରଣାଳୟକୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି | ସମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଲେ ଯେ ଏ ଘଟଣା ସମ୍ପର୍କରେ ଉଭୟ ବନ ମନ୍ତ୍ରଣାଳୟ ଓ ପରିବେଶ ମନ୍ତ୍ରଣାଳୟକୁ ଦୁଇ ଦିନ ମଧ୍ୟରେ ଜଣାଇ ଦିଆଯିବ |

Share in top social networks!
Powered By Indic IME