“ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ଜନ ବିରୋଧି, ଚାଷୀ ବିରୋଧି”; ପ୍ରତ୍ୟାହାର ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା: ବିଜେପି

buxipatraରାଜ୍ୟ ବିଜେପି ତରଫରୁ ଏକ ପ୍ରେସ୍ ବିବୃତିରେ ଓଡିଶା ସରକାର ସାଧାରଣ ଉପଭୋକ୍ତାଙ୍କ ପାଇଁ ବିଦୁ୍ୟତ୍ ଶୁଳ୍କ ୟୁନିଟ୍ ପିଛା ଏପ୍ରିଲ୍ ୧ ତାରିଖରୁ ୨୦ ପଇସା ଓ ଚାଷୀମାନଙ୍କ ପାଇଁ ୪୦ ପଇସା ବୃଦ୍ଧି କରିଥିବାରୁ ଓଡିଶା ରାଜ୍ୟ ବିଜେପି ଏହାର ଦୃଢ ପ୍ରତିବାଦ କରାଯିବା ସହିତ ଆସନ୍ତା କାଲି ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଏକ ଜନବିରୋଧୀ ନିଷ୍ପତ୍ତି । କୃଷକ ମାନେ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବେ ।
ସରକାର ବିଜୁଳି ଉପôାଦନ, ବଣ୍ଟନ ଓ ବିଦୁ୍ୟତ୍ ସରବରାହ କ୍ଷେତ୍ରରେ ତଥାକଥିତ ସଂସ୍କାର ଆଣିବା ପାଇଁ ଭାରତବର୍ଷରେ ପ୍ରଥମ କରି ବିଭିନ୍ନ କମ୍ପାନୀ ହାତରେ ଏହି ଦାୟୀତ୍ୱ ନ୍ୟସ୍ତ କରିଥିଲେ । ସେତେବେଳେ ବିଦୁ୍ୟତ୍ ବଣ୍ଟନରେ ଗୁଣାତ୍ମକ ଅଭିବୃଦ୍ଧି ସହିତ ବିଦୁ୍ୟତ୍ ଟାରିଫ୍ ବା ବିଦୁ୍ୟତ୍ ଦେୟ ହାରରେ ମଧ୍ୟ କମ୍ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଏହି କମ୍ପାନୀମାନଙ୍କ ଦ୍ୱାରା ବିଦୁ୍ୟତ୍ ଶକ୍ତିର ଉପôାଦନ, ବଣ୍ଟନ ଓ ସରବରାହ କ୍ଷେତ୍ରରେ କୌଣସି ପ୍ରକାରର ସଂସ୍କାର ସମ୍ଭବ ହୋଇ ନାହିଁ । ଅନ୍ୟପକ୍ଷରେ କମ୍ପାନୀ ମାନେ ଓଇଆରସି ଦର୍ଶାଇଥିବା କ୍ଷତି ଏବଂ ଏଟିସି କ୍ଷତିକୁ ମିଶାଇଲେ ୨୦୧୪ ମସିହା ସୁଦ୍ଧା ଏମାନଙ୍କର ୨୫୬୯.୭ କୋଟି ଟଙ୍କା କ୍ଷତି ହୋଇଛି ବୋଲି କୁହାଯାଉଛି ।
ରିଲାଏନସ୍ କମ୍ପାନୀ ଉପରେ ସରକାରଙ୍କର ୨,୬୧୪ କୋଟି ଟଙ୍କା ବାକି ରହିଛି । ବଲ୍କ ପାୱାର କିଣା ବାବଦକୁ ଏହି କମ୍ପାନୀ ମାନେ ମଧ୍ୟ ୪୪୬୪.୭୮ କୋଟି ଟଙ୍କା ବାକି ରଖିଛନ୍ତି । ତେଣୁ କମ୍ପାନୀ ଉପରେ ମୋଟ ବାକିର ପରିମାଣ ହେଉଛି ୭୦୯୮.୭୮ କୋଟି ଟଙ୍କା । ତେଣୁ ଏହି ଟଙ୍କା କମ୍ପାନୀଠାରୁ କିପରି ଆଦାୟ କରାଯିବ ତାହା ସରକାର ଓ କମ୍ପାନୀ ଉଭୟଙ୍କର ଉତ୍ତର ଦାୟୀତ୍ୱ । ନିର୍ଦ୍ଧିଷ୍ଟ ଭାବେ କେତେକ ଅଧିକାରୀ ଦୀର୍ଘକାଳ ଧରି ଶକ୍ତି ବିଭାଗ ଦାୟୀତ୍ୱରେ ରହି ଆସିଛନ୍ତି । ରିଲାଏନସ୍ ଉପରେ ବାକିଥିବା ୭୦୯୮.୭୮ କୋଟି ଟଙ୍କା ଅନାଦେୟ ପାଇଁ ଏହି ଅଧିକାରୀମାନେ ହିଁ ମୁଖ୍ୟତଃ ଦାୟୀ । ତେଣୁ ସେମାନଙ୍କ ଉପରେ ମଧ୍ୟ ଉତ୍ତରଦାୟୀତ୍ୱ ନ୍ୟସ୍ତ କରି ସେମାନଙ୍କୁ ଏଥିପାଇଁ ଦଣ୍ଡିତ କରାଯିବା ଉଚିତ୍ ।
ବିଧାନସଭାରେ ସରକାର ସିଏଜି ତଦନ୍ତକୁ ଅଗ୍ରାହ୍ୟ କରିଥିବାରୁ ସିଏଜିକୁ ସରକାର ଡରୁଛନ୍ତି ବୋଲି ପ୍ରମାଣିତ ହେଉଛି । ଯଦି ସରକାର ଠିକ୍ ଅଛନ୍ତି ଏବଂ କମ୍ପାନୀମାନେ ସ୍ୱଚ୍ଛ ତାହେଲେ ସରକାର ଡରୁଛନ୍ତି କାହିଁକି ? ସିଏଜି ଅଡିଟ୍ କୁ ସରକାରଙ୍କ ଭୟ, ଏହି କାରବାରରେ ହଜାର ହଜାର କୋଟି ଟଙ୍କା ବାଟ ମାରଣା ହୋଇଥିବା ଏବଂ ସରକାରଙ୍କର ପରିଚାଳନା ଗତ ତ୍ରୁଟି ଓ ଅପାରଗତା କୁ ପ୍ରମାଣ କରୁଛି ବୋଲି ବିଜେପିର ମୁଖପାତ୍ର ସଜ୍ଜନ ଶର୍ମା, ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ସହରାଞ୍ଚଳ ପ୍ରକୋଷ୍ଠ ମୁଖ୍ୟ ଦିଲ୍ଲିପ ମହାନ୍ତି ବିବୃତି ରଖିଛନ୍ତି ।

Share in top social networks!