କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ୱେବସାଇଟ୍ “ୱେବରତ୍ନ ସମ୍ମାନ-୨୦୧୪”ରେ ସମ୍ମାନିତ

tribalaffairsକେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ୱେବସାଇଟ୍ଙ୍ଗଙ୍ଗଙ୍ଗ.ଗ୍ଧକ୍ସସଭବକ୍ଷ.ଦ୍ଭସମ.ସଦ୍ଭ କୁଶ୍ରେଷ୍ଠୱେବସାଇଟ୍ଭାବରେ‘ୱେବରତ୍ନ ସମ୍ମାନ-୨୦୧୪’ ରେ ସମ୍ମାନିତ କରାଯାଇଛି । ଆଜି ନୂଆଦିଲ୍ଲୀସ୍ଥ ଇଣ୍ଡିଆ ହାବିଟାଟ୍ସେଂଟର ଠାରେ ଆୟୋଜିତ ଏକ ୱେବରତ୍ନ ଆୱାଡ଼ କାର୍ଯ୍ୟକ୍ରମରେ କେନ୍ଦ୍ରସୂଚନା ଓ ପ୍ରଦ୍ୟୋଗିକିମନ୍ତ୍ରୀ ଶ୍ରୀରବିଶଙ୍କର ପ୍ରସାଦ ଏହି ସମ୍ମାନ ପ୍ରଦାନ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇ.ଆଇ.ଟି, ଦିଲ୍ଲୀ ଦ୍ୱାରା ସରକାରଙ୍କ ସମସ୍ତ ୱେବସାଇଟ୍କୁ ବ୍ରାଉଜିଙ୍ଗ କରି ତୁଳନାତ୍ମକ ଭାବରେ ବିଭିନ୍ନ ଦୃଷ୍ଟିକୋଣରୁ ଉକ୍ରୃଷ୍ଟଚୟନ କରିବା ପାଇଁଏକ ବିଶେଷଜ୍ଞକମିଟି ଗଠନ କରାଯାଇଥିଲା । ଏହି ବିଶେଷଜ୍ଞ କମିଟିର ସଦସ୍ୟମାନେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନବିଭାଗର ୮୦୦୦ ୱେବସାଇଟ୍କୁ ଅନୁଧ୍ୟାନ ଓ ବିଶ୍ଳେଷଣକରିକେନ୍ଦ୍ରଆଦିବାସୀମନ୍ତ୍ରଣାଳୟରୱେବସାଇଟ୍ଙ୍ଗଙ୍ଗଙ୍ଗ.ଗ୍ଧକ୍ସସଭବକ୍ଷ.ଦ୍ଭସମ.ସଦ୍ଭ କୁସମସ୍ତୱେବସାଇଟଠାରୁ ଅଧିକସରକାରୀସୂଚନା ଉବଲବ୍ଧ ଓ ସାଧାରଣଲୋକଙ୍କ ପାଇଁବିଭିନ୍ନ ତଥ୍ୟ ସହଜରେ ଉପଲବ୍ଧ ହେଉଥିବାରବାଛିଥିଲେଏବଂଶ୍ରେଷ୍ଠୱେବ ଆୱଡ଼୍ ‘ୱେବରତ୍ନ ସମ୍ମାନ-୨୦୧୪’ ପାଇବାକୁଯୋଗ୍ୟବୋଲିଚୟନକରିଥିଲେ ।
ଏହି ୱେବସାଇଟ୍ରେ ସାଧାରଣ ଜନତାଙ୍କ ପାଇଁ କେନ୍ଦ୍ରସରକାରଙ୍କର ବିଭିନ୍ନସ୍କିମ୍, ସାମ୍ଭିଧାନିକ ଅଧିକାର, ଜଙ୍ଗଲସୁରକ୍ଷା ଆଇନ୍, ରିସର୍ଚ୍ଚଏବଂମିଡ଼ିଆ, ଅନଲାଇନ୍ ଅଭିଯୋଗକରିବାରସୁବିଧା, ଘୋଷିତଜନଜାତିତାଲିକା, ଏନ.ଜି.ଓ ଓ ଏହାରଭୂମିକା, ବନବଂଧୁ କଲ୍ୟାଣଯୋଜନା ସମେତ ଜନଜାତିମାନଙ୍କ ବିକାଶ ଉଦେ୍ଧଶ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ବନଜାତ ଦ୍ରବ୍ୟରତାଲିକା ଓ ବିକ୍ରି ପାଇଁ ଆଇନ୍, ବିଭିନ୍ନ ରାଜ୍ୟକୁ ବିଭିନ୍ନଯୋଜନା ଦିଆଯାଇଥିବା ଅର୍ଥ ଏବଂକେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରାପ୍ରଣୀତ ବିଭିନ୍ନ ସରକାରୀ ଯୋଜନା ନିୟମିତଭାବରେ ଉପଲବ୍ଧ କରାଯାଉଛି ।

Share in top social networks!