ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଫୋଟୋୱାକ୍ କ୍ଲବର କାର୍ୟ୍ୟକ୍ରମ

10385281_869718723048382_3495528153044603620_nଚଳିତବର୍ଷ ବ୍ରହ୍ମପୁରରେ ହେଉଥିବା ଠାକୁରାଣୀ ଯାତ୍ରାରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିବ ଏବଂ ଏହି ସମୟରେ ସହରର ଛବିକୁ ନିଜ କ୍ୟାମେରାରେ ବନ୍ଦକରିବାର ଚେଷ୍ଟା କରିବେ ସହରର ଫଟୋଗ୍ରାଫି ପାଇଁ ପ୍ରସିଦ୍ଧ ବ୍ରହ୍ମପୁର ଫଟୋୱାକ୍ କ୍ଲବର ସଦସ୍ୟମାନେ୤ ଆସନ୍ତା ଶନିବାର, ୨୮ ମାର୍ଚ୍ଚ ସକାଳ ଛଅଟାରେ ଦେଶୀବେହେରା ସାହିରେ ନିର୍ମିତ ମା’ଙ୍କର ଅସ୍ଥାୟୀମନ୍ଦିର ନିକଟରେ ଉପସ୍ଥିତ ଦେବୀଭକ୍ତ, ପୂଜା ଆୟୋଜନ ଆଦି ଘଟଣାକୁ ନିଜ କ୍ୟାମେରାରେ ଉତ୍ତୋଳନ କରିବାର ପ୍ରୟାସ କରିବେ ଏହି କ୍ଲବର ଉତ୍ସାହୀ ଯୁବ ସଦସ୍ୟମାନେ୤ କ୍ଲବର ପ୍ରତିଷ୍ଠାତା ସଦସ୍ୟ ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ସମୟରେ ଏହିପରି ଅନେକ ଫୋଟୋୱାକ୍ କାର୍ୟ୍ୟକ୍ରମମାନ ଆୟୋଜନ କରାଯିବ ଏବଂ ଏହା ଦ୍ବାରା ଆମ ସହରର ସର୍ବପୂରାତନ ଏକ ପରମ୍ପରାର ଚିତ୍ରକୁ ବିଶ୍ବଦରବାରରେ ପହଞ୍ଚାଇବାର ଚେଷ୍ଟା କରାଯିବ୤ କାର୍ୟ୍ୟକ୍ରମକୁ ସଞ୍ଚାଳନ କରୁଛନ୍ତି ଅଭିଷେକ ପଣ୍ଡା୤ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ଇତ୍ସୁକ ଫଟୋଗ୍ରାଫର ବନ୍ଧୁମାନେ (୯୦୪୦୯୮୫୪୬୩) ଏବଂ (୮୦୯୩୨୯୫୨୩୪) ନମ୍ବରରେ ଯୋଗାଯୋଗ କରିପାରିବେ

Share in top social networks!