ସୁସଙ୍ଗଠିତ ସ୍ୱାଭିମାନୀ ଯୁବକମାନେ ହିଁ ରାଷ୍ଟ୍ର ରକ୍ଷା କରିପାରିବେ

jagurtiସ୍ଥାନୀୟ ସଙ୍କଟ ମୋଚନ ମହାବୀର ମନ୍ଦିର ପରିସରରେ ଦୁଇଦିନ ଧରି ଚାଲିଥିବା ସପ୍ତମ ବାର୍ଷିକ ଜାଗୃତି ମହୋସôବ ଯୁବ ସାଂସ୍କୃତିକ ଅନୁଷ୍ଠାନର ସଭାପତି ପ୍ରଭାତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ସନ୍ଧ୍ୟାରେ ଖୋର୍ଦ୍ଧାସ୍ଥିତ ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜିର ଚେୟାର୍ମ୍ୟାନ୍ ତଥା ସ୍ୱଦେଶୀ ଜାଗରଣ ମ•ର ପା୍ରନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତିର ଅବକ୍ଷୟକୁ ରୋକିବା ପାଇଁ ଆଜିର ଆଜିର ଯୁବ ସମାଜ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ଆଦର୍ଶକୁ ଉଦ୍ଧୃତ କରି ସେ କହିଲେ ଯୁବକମାନେ ହେଉଛନ୍ତି ଅନନ୍ତ ଶକ୍ତିର ଉସô, ସେମାନଙ୍କୁ ପ୍ରେରଣା ଦେଇ ସୁସଙ୍ଗଠିତ ଓ ସ୍ୱାଭିମାନୀ କରିପାରିଲେ ଆମ ଭାରତ ବର୍ଷ ପୃଥିବୀରେ ଶ୍ରେଷ୍ଠତମ ରାଷ୍ଟ୍ର ହୋଇପାରିବ । ସମ୍ମାନୀତ ଅତିଥି ଭାବରେ ପ୍ରଖ୍ୟାତ ମର୍ଦଳ ବାଦକ କାଳି ଚରଣ ପରିଡା ଯୋଗ ଦେଇଥିବାବେଳେ ଶତୀଶ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରଖ୍ୟାତ ବଂଶୀବାଦକ ବିଶ୍ୱଜିତ ପ୍ରଧାନ ଏବଂ ଭଏସ ଅଫ୍ପି ପିଲିର ଶ୍ରେଷ୍ଠ ବିବେଚିତ ତିନି ଜଣ କଳାକାରମାନଙ୍କୁ ମୁଖ୍ୟ ଅତିଥି ବିଶେଷ ଭାବରେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଅଶୋକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ମନୋଜ ପ୍ରଧାନ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସଂପର୍କରେ ଅବଗତ କରାଇଥିଲେ ।

ଶେଷରେ ଉପସଭାପତି ବିଭୂନା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟା ଗୀତାରାଣୀ ସାହୁଙ୍କ ନିଦେ୍ର୍ଧଶନାରେ ଶିଶୁ କଳାକାରମାନେ ଭକ୍ତ ଦାସିଆ ନୃତ୍ୟନାଟିକା ପରିବେଷଣ କରିଥିବାବେଳେ ବଲାଙ୍ଗୀରର ନଟରାଜ କଳା ପରିଷଦ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ କେସିଙ୍ଗାର ମା ଧରଣୀ ଦେବୀ ନୃତ୍ୟାନୁଷ୍ଠାନ ଦ୍ୱାରା ପରିବେଷିତ ଘୁମୁରା ନୃତ୍ୟ ଉପସ୍ଥିତ ହଜାର ହଜାର ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ଭାରତୀୟ ନବବର୍ଷ ଯୁଗାବ୍ଦ ୫୧୧୭ ଉପଲକ୍ଷେ ସଙ୍ଗୀତ ଉପଦେଷ୍ଠା ସଚ୍ଚିକାନ୍ତ ନାୟକଙ୍କ ସହଯୋଗରେ ଆୟୋଜିତ ଏହାର ଉଦଘାଟନୀ ଉସôବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଜ୍ୟ ମହାବିଦ୍ୟାଳୟ ପ୍ରମୁଖ ତନ୍ମୟ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଭାରତ ଗୋଟିଏ ପୁରାତନ ସାଂସ୍କୃତିକ ରାଷ୍ଟ୍ର ।

ଏହାର ମହା ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନେଇ ଆମେ ଗର୍ବ କରିବା ଉଚିତ୍ । ଭାରତୀୟ କାଳ ଗଳନା ଅନୁସାରେ ଚୈତ୍ର ଶୁକ୍ଲ ପ୍ରତିପଦା ହେଉଛି ସୃଷ୍ଟିର ଆରମ୍ଭ ଦିନ ଏବଂ ଏହି ତିଥିର ବହୁ ଧାର୍ମିକ, ପୌରାଣିକ ତଥା ଐତିହାସିକ ମହତ୍ୱମାନ ରହିଛି । ଏହି ଦିନରେ ବ୍ରହ୍ମାଙ୍କ ଦ୍ୱାରା କାଳ ଗଣନା ଆରମ୍ଭ, ମର୍ଯ୍ୟଦା ପୁରୁଷୋ•ମ ଶ୍ରୀ ରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ବିକ୍ରମ ସମ୍ବତ୍ ପ୍ରଚଳନ, ମହର୍ଷୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା ଆଦି କାରଣରୁ ଭାରତ ବର୍ଷ ପାଇଁ ଏହି ଚୈତ୍ର ଶୁକ୍ଳ ପ୍ରତିପଦାର ମହ•୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଂଗୀତ ନିଦେ୍ର୍ଧଶକ ମନ୍ମଥ ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ମୃତୁ୍ୟଞ୍ଜୟ ରଥ, ପ୍ରଭାକର ମାରାଣ୍ଡି, ଅଭିନେତା ଅମ୍ଳାନ ଦାସ ଓ ମୀନକେତନ ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଦର୍ଶକଙ୍କୁ ଉସôାହିତ କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ମହାପାତ୍ର ଏହି ଅବସରରେ ମନ୍ମଥ ମିଶ୍ର ଓ ମୃତୁ୍ୟଞ୍ଜୟ ରଥଙ୍କୁ ‘ଜାଗୃତି ମହୋସôବ ସମ୍ମାନ’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଜ୍ଞାନରଞ୍ଜନ ପଣ୍ଡା ଓ ଦୀପ୍ତି ରଞ୍ଜନ ମହାନ୍ତିଙ୍କ ସହଯୋଗରେ ଭୁବନେଶ୍ୱରର ଶ୍ରୀରାଧା କଳାକୁଞ୍ଜର ଶିବ ପ•କ ନୃତ୍ୟନାଟିକା ଏବଂ ପ୍ରିନ୍ସ ଡ୍ୟାନ୍ସ ଆର୍ଟର ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା ।

Share in top social networks!