ରାଷ୍ଟ୍ରବ୍ୟାପୀ ନବକଳେବର ଯାତ୍ରା ; ମଇ ୧ ରୁ ନୂଆଦିଲ୍ଲୀରୁ ଆରମ୍ଭ ହୋଇ ଜୁନ୍ ୧୪ ରେ ପୁରୀରେ ପହଁଚିବ

photoନୂଆଦିଲ୍ଲୀ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆସ୍ଥାନ ପୁରୀ, ସମଗ୍ର ବିଶ୍ବରେ ରଥଯାତ୍ରାପାଇଁ ପ୍ରସିଦ୍ଧ୤ କିନ୍ତୁ ଭଗବତ୍ ତତ୍ତ୍ବ ବ୍ୟତୀରେକ ଶ୍ରୀମନ୍ଦିରରେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଏକ ସାମାନ୍ୟ ମନୁଷ୍ୟପରି ଅନେକ ପ୍ରଥା ପ୍ରଚଳିତ ରହିଛି, ସେଥିମଧ୍ୟରୁ ଗୋଟିଏ ହେଉଛି, ନିଜର ପୁରୁଣା ଶରୀରକୁ ତ୍ୟାଗ କରି ନୂତନ ଶରୀରରେ ପ୍ରବେଶକରିବା, ଯାହାକୁ ନବକଳେବର ବୋଲି କୁହାଯାଏ୤ ମନ୍ଦିର ନିର୍ମାଣ ହେବାର ଶତାଧିକ ବର୍ଷ ମଧ୍ୟରେ ଅନେକ ଥର ମହାପ୍ରଭୂଙ୍କ କଳେବରକୁ ପରିବର୍ତ୍ତିତ କରାଯାଇଛି, ସାଧାରଣତଃ ୧୨ରୁ ୧୯ ବର୍ଷ ଅନ୍ତରରେ ଥରେ ଏହା ହୋଇଛି୤ ଏହି ଅନୁଷ୍ଠାନରେ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ କଳେବରକୁ ନୂତନଭାବେ ନିର୍ମାଣ କରାଯାଇ ପୁରୁଣା ଶରୀରକୁ ନଷ୍ଟ କରିଦିଆଯାଏ୤ ବିଗତ ନବକଳେବର ୧୯୯୬ ମସିହାରେ ହୋଇଥିଲା୤ ଚଳିତ ବର୍ଷ ଏହା ଜୁନ ଏବଂ ଜୁଲାଇ ମାସରେ ହେବ୤ ଏହି ଅନୁଷ୍ଠାନକୁ ସ୍ବଚକ୍ଷୁରେ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ପୁରୀରେ ପହଞ୍ଚିବାର ଅନୁମାନ କରାଯାଉଛି୤
ଜଗନ୍ନାଥ କେବଳ ହିନ୍ଦୁମାନଙ୍କର ଦେବତା ନୁହନ୍ତି, ସେ ହେଉଛନ୍ତି ସମଗ୍ର ସୃଷ୍ଟିର ଅଧିକାରୀ୤ ତାଙ୍କର ପୂଜା, ଅନୁଷ୍ଠାନ ଓ ଦିନଚର୍ଯ୍ୟା ଜଣେ ସାମାନ୍ୟ ମନୁଷ୍ୟତୁଲ୍ୟ୤ ମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦକୁ ‘ଆଚାଣ୍ଡାଳ ବିପ୍ର ପତ୍ରକେ ଭୁଞ୍ଜନ୍ତି’ ନ୍ୟାୟରେ ବସୁଦେବ କୁଟୁମ୍ବକମ୍ ତତ୍ତ୍ବକୁ ସିଦ୍ଧ କରିଆସୁଛି୤ ଏହି ମହାନ ଜଗନ୍ନାଥ ସଂସ୍କୃତିକୁ ସମଗ୍ର ଦେଶରେ ପ୍ରଚାର କରିବାପାଇଁ ଏକ ଅଭିନବ ପ୍ରୟାସ କରାଯାଉଛି୤ ଏହି କାର୍ଯ୍ୟକ୍ରମ ଅନ୍ତରାଷ୍ଟ୍ରୀୟ ଜଗନ୍ନାଥ ଚେତନା ସୋସାଇଟି (International society for Jagannath Consicousness – ISJC) ଏବଂ ନୂଆଦିଲ୍ଲୀର ଅଗ୍ରଣୀ ଓଡ଼ିଆ ସାମାଜିକ ଅନୁଷ୍ଠାନ ଓଡ଼ିଆପୁଅର ସମନ୍ବୟରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି୤

‘ନବକଳେବର ଯାତ୍ରା’ ସମୟରେ ଏକ ଜଗନ୍ନାଥ ସଂସ୍କୃତି ପ୍ରଚାର ରଥରେ ଜଗନ୍ନାଥ ସଂସ୍କୃତି ତତ୍ତ୍ବକୁ ପ୍ରଚାର କରିବା ପାଇଁ ଦିଲ୍ଲୀଠାରୁ ମଇ ୧ ତାରିଖରୁ ଯାତ୍ରାରମ୍ଭ କରି ଜୁନ୍ ୧୪ ତାରିଖରେ ପୁରୀଠାରେ ସମାପନ କରାଯିବାର ଯୋଜନା ରହିଛି୤

ଏଥିରେ କେମିତି ଅଂଶ ଗ୍ରହଣ କରିବେ ?

ଏହି ଯାତ୍ରାରେ ଅଂଶଗ୍ରହଣ କରିବାପାଇଁ ଆପଣଙ୍କୁ କୌଣସି ବିଶେଷ ଯୋଗ୍ୟତାର ଆବଶ୍ୟକତା ନାହିଁ, ଜାତି ଧର୍ମ ଗୋତ୍ର ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଏହି ଯାତ୍ରାରେ ସାମିଲ ହୋଇପାରିବେ୤ ଯାତ୍ରା ସମୟରେ ନିଜ ଅଞ୍ଚଳରେ ଆପଣ ଯାତ୍ରାକୁ ପ୍ରୋତ୍ସାହିତ କରିବା ସହିତ ଆମ ସହ ସାମିଲ ହୋଇ ଯାତ୍ରା ସହିତ ନିଜେ ବି ଭ୍ରମଣ କରିପାରିବେ୤ ଯାତ୍ରା ସମୟରେ ଜଗନ୍ନାଥ ସଂସ୍କୃତି ପ୍ରଚାର ରଥକୁ ନିଜ ଅଞ୍ଚଳରେ ଭବ୍ୟ ସ୍ବାଗତ କରିବା ସହିତ ପୂଜା ଆଦିର ଆୟୋଜନ, ଜନ ସମାଗମ, ଭଜନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମମାନ ଆୟୋଜନ କରିପାରିବେ୤ (ଏଥିପାଇଁ ପୂର୍ବରୁ ଆୟୋଜନ କମିଟି ସହ ଯୋଗାଯୋଗ କରିବେ, କାରଣ ସମୟକୁ ଦେଖି ଏହି ସବୁ କାର୍ଯ୍ୟକ୍ରମ ହେବ)୤ ଆପଣ ନିଜ ଯାନରେ ଆମ ରଥ ସହ ଭ୍ରମଣ କରିପାରିବେ୤

ଏହି ଯାତ୍ରା ପାଇଁ ଏକ ପୂର୍ବାନୁମାନ ଏବଂ ଯାତ୍ରାସାରଣୀ ନିର୍ଦ୍ଧାରିତ କରାଯାଇଛି୤ ଏବଂ ଏହି ଯାତ୍ରା ସମୟରେ ସମଗ୍ର ଦେଶରେ ନବକଳେବର ରଥକୁ ନେଇ ଭ୍ରମଣରେ ଯିବାହେତୁ ଏକ ସ୍ବୟଂସେବୀ ଦଳ ଗଠନ କରାଯାଉଛି, ଯେଉଁମାନେ ଏହି ଯାତ୍ରା ସମୟରେ ରଥ ସହିତ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବେ୤

ଆମେ ସମସ୍ତ ଓଡ଼ିଆ ଭାଇଭଉଣୀଙ୍କୁ ଏହି ଯାତ୍ରାରେ ସାମିଲ ହେବାପାଇଁ ନିମନ୍ତ୍ରଣ କରୁଛୁ୤

ନିଜ ନାମ ପଞ୍ଜିକୃତ କରିବାପାଇଁ ଆମ ଇମେଲ୍ ଠିକଣା (odiapuadelhi@gmail.com) କିମ୍ବା ଫୋନ ନମ୍ବର (09899808330/ 011-26503518) (Mahesh Barik – 7838355544) ରେ ଯୋଗାଯୋଗ କରନ୍ତୁ୤

ନବକଳେବର ଯାତ୍ରା ସାରଣୀ

ଯାତ୍ରା ଦିବସ ତାରିଖ ଯୋଜନା
୧ ୧ ମଇ ଦିଲ୍ଲୀ
୨ ୨ ମଇ ଦିଲ୍ଲୀରୁ ଅମୃତସର
୩ ୩ ମଇ ଅମୃତସର, କଟ୍ରା
୪ ୪ ମଇ କଟ୍ର, ଅମ୍ବାଲା, ଚଣ୍ଡୀଗଡ଼
୫ ୫ ମଇ ଚଣ୍ଡିଗଡ଼, ହରିଦ୍ବାର
୬ ୬ ମଇ ହରିଦ୍ବାର, (ଦିଲ୍ଲୀ ପ୍ରତ୍ୟାବର୍ତ୍ତନ)
୭ ୭ ମଇ ଦିଲ୍ଲୀ
୮ ୮ ମଇ ଗୁଡ଼ଗାଓଁ, ଫରିଦାବାଦ, ବୃନ୍ଦାବନ
୯ ୯ ମଇ ବୃନ୍ଦାବନ
୧୦ ୧୦ ମଇ ବୃନ୍ଦାବନ, ଆଗ୍ରା
୧୧ ୧୧ ମଇ ଆଗ୍ରା ଠାରୁ ଜୟପୁର
୧୨ ୧୨ ମଇ ଜୟପୁର, ଉଦୟପୁର
୧୩ ୧୩ ମଇ ଉଦୟପୁର, (ଅହମଦାବାଦ୍ ଯାତ୍ରା)
୧୪ ୧୪ ମଇ ଅହମଦାବାଦ
୧୫ ୧୫ ମଇ ଅହମଦାବାଦ ଠାରୁ ଦ୍ବାରକା
୧୬ ୧୬ ମଇ ଦ୍ବାରକାଧାମ
୧୭ ୧୭ ମଇ ଦ୍ବାରକାଠାରୁ ସୋମନାଥ ଏବଂ ଭଡ଼ୋଦରା (ବରୋଦା)
୧୮ ୧୮ ମଇ ଭଡ଼ୋଦରା
୧୯ ୧୯ ମଇ ଭଡ଼ୋଦରା ଠାରୁ ସୁରତ
୨୦ ୨୦ ମଇ ସୁରତ ଠାରୁ ମୁମ୍ବାଇ
୨୧ ୨୧ ମଇ ମୁମ୍ବାଇ
୨୨ ୨୨ ମଇ ମୁମ୍ବାଇ ଠାରୁ ନାସିକ
୨୩ ୨୩ ମଇ ନାସିକ୍ ଠାରୁ ଶିରିଡ଼ି
୨୪ ୨୪ ମଇ ଶିରିଡ଼ିଠାରୁ ପୁନେ
୨୫ ୨୫ ମଇ ପୁନେ ଠାରୁ ବାଙ୍ଗାଲୁରୁ
୨୬ ୨୬ ମଇ ବାଙ୍ଗାଲୁରୁ
୨୭ ୨୭ ମଇ ବାଙ୍ଗାଲୁରୁଠାରୁ ରାମେଶ୍ବରମ୍
୨୮ ୨୮ ମଇ ରାମେଶ୍ବରମ୍
୨୯ ୨୯ ମଇ ରାମେଶ୍ବରମ୍ ଠାରୁ ଚେନ୍ନାଇ (ମାଡ୍ରାସ୍)
୩୦ ୩୦ ମଇ ଚେନ୍ନାଇଠାରୁ ତିରୁପତି
୩୧ ୩୧ ମଇ ତିରୁପତି
୩୨ ୧ ଜୁନ୍ ତିରୁପତି ଠାରୁ ବିଶାଖାପାଟଣା
୩୩ ୨ ଜୁନ୍ ବିଶାଖାପାଟଣା
୩୪ ୩ ଜୁନ୍ ବିଶାଖାପାଟଣା ଠାରୁ ରାୟପୁର
୩୫ ୪ ଜୁନ୍ ବିଳାସପୁର
୩୬ ୫ ଜୁନ୍ ବିଳାସପୁର ଠାରୁ ନାଗପୁର
୩୭ ୬ ଜୁନ୍ ନାଗପୁରଠାରୁ ଇନ୍ଦୋର୍
୩୮ ୭ ଜୁନ୍ ଇନ୍ଦୋର ଠାରୁ ଭୋପାଳ
୩୯ ୮ ଜୁନ୍ ଭୋପାଳଠାରୁ କାନପୁର
୪୦ ୯ ଜୁନ୍ କାନପୁର ଠାରୁ ଲକ୍ଷ୍ନୌ
୪୧ ୧୦ ଜୁନ୍ ଲକ୍ଷ୍ନୌ ଠାରୁ ବାରାଣସୀ
୪୨ ୧୧ ଜୁନ୍ ବାରଣାସୀଠାରୁ ଗୟା, ପାଟନା
୪୩ ୧୨ ଜୁନ୍ ପାଟଣା ଠାରୁ ଗୌହାଟି
୪୪ ୧୩ ଜୁନ୍ ଗୌହାଟି ଠାରୁ କୋଲକାତା (କଲିକତା)
୪୫ ୧୪ ଜୁନ୍ କୋଲକାତାଠାରୁ ପୁରୀ
୪୬ ୧୫ ଜୁନ୍ ପୁରୀରେ ନବକଳେବର

ଆମେ ପୁଣିଥରେ କହିଦେଉଛୁ ଯେ ଏହି ଯାତ୍ରାରେ ଅଂଶଗ୍ରହଣ କରିବାକୁ କୌଣସି ବାଧ୍ୟବାଧକତା ନାହିଁ୤ ଏହା ସମ୍ପୂର୍ଣ୍ଣତଃ ସ୍ବେଚ୍ଛାକୃତ ଭାବରେ ଅଂଶଗ୍ରହଣ ପାଇଁ ଇଚ୍ଛୁକ ଭକ୍ତମାନଙ୍କ ଯାତ୍ରା୤ ସମଗ୍ର ଯାତ୍ରା ପଥରେ ଆମ ସହ ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ରହି ଯାତ୍ରାକୁ ସଫଳ କରିବାକୁ ପ୍ରୟାସ କରିବେ୤ ସମସ୍ତ ଜଗନ୍ନାଥ ପ୍ରେମୀ ଓ ଓଡ଼ିଆ ଭାଇଭଉଣୀ ଏହି ଯାତ୍ରାରେ ସକ୍ରିୟ ଅଂଶ ଗ୍ରହଣ କରି ଯାତ୍ରାକୁ ସଫଳ କରିବାକୁ ନିବେଦନ କରୁଛୁ୤

ଶ୍ରୀ ଶ୍ୟାମସୁନ୍ଦର ସାହୁ

ଯାତ୍ରା ସଂଯୋଜକ

09899808330/01126503518
Email: odiapuadelhi@gmail.com

Share in top social networks!