ଜୀବନବିନ୍ଦୁ ରକ୍ତଦାନ କାର୍ଯୟକ୍ରମ, ବିଜୁ ଜନତାଦଳ କାର୍ଯ୍ୟାଳରେ ଆଜି ଅନେକ ଯୁବ ବିଧାୟକଙ୍କ ରକ୍ତଦାନ

ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଅନେକ ଯୁବ ବିଧାୟକଙ୍କ ସମେତ ପ୍ରାୟ ୫୭ ଜଣ ରକ୍ତଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ସାଂସଦ ପ୍ରସନ୍ନ ପାଟ୍ଟଶାଣୀ , ଜୀବନବିନ୍ଦୁ ସଂଯୋଜକ ବିଧାୟକ ଦେବାଶିଶ ସାମନ୍ତରାୟ ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ର , ମେୟର ଅନନ୍ତ ନାରାୟଣ ଜେନା , ବିଧାୟକ ଡାଃ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ , ବିଧାୟକ ନୃସିଂହ ସାହୁ , ବିଧାୟୀକା ଡାଃ ରାଶେଶ୍ୱରୀ ପାଣିଗ୍ରାହୀ , ଏବଂ ବିଧାୟୀକା ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

bjdleaderପ୍ରକାଶ ଥାଉକି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂଣ୍ୟ ୯୯ ତମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ “ଜୀବନବିନ୍ଦୁର” ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମାନ ଆୟୋଜନ କରାଯାଉଛି ।ଏହି ଶିବିର ଦ୍ୱାରା ରକ୍ତ ସଂଗ୍ରହ କରାଯାଇ ଚିକିତ୍ସା କ୍ଷେତ୍ରରେ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯିବ ।

Share in top social networks!