କ୍ରାଇସିଲ୍ ଦ୍ୱାରା Kingston Business ପାର୍କକୁ ଫୋର୍ ଷ୍ଟାର୍ ରେଟିଙ୍ଗ୍

estateKingston ଇଷ୍ଟେଟ୍ ଫ୍ରାଇଭେଟ୍ ଲିମିଟେଡ୍ର କମର୍ସିଆଲ୍ ତଥା ରେସିଡେନ୍ସିଆଲ୍ ପ୍ରୋଜେକ୍ଟ କିଙ୍ଗ୍୍ଷ୍ଟୋନ ବିଜ୍ନେସ୍ ପାର୍କକୁ ଆଜି ଭୁବେନେଶ୍ୱର ଠାରେ କ୍ରାଇସିଲ୍ ରିଆଲ୍ ଇଷ୍ଟେଟ୍ ଷ୍ଟାର୍ ରେଟିଙ୍ଗ୍ (ସିଆର୍ଇଏସ୍ଟି)ସଂସ୍ଥା ପକ୍ଷରୁ ଫୋର୍ ଷ୍ଟାର୍ ରେଟିଙ୍ଗ୍ ପ୍ରଦାନ କରାଯାଇଛି । କିଙ୍ଗ୍୍ଷ୍ଟୋନ ଇଷ୍ଟେଟ୍ ଫ୍ରାଇଭେଟ୍ ଲିମିଟେଡ୍ର ନିଦେ୍ର୍ଧଶକ ଶ୍ରୀ ନବିନ୍ କାଣ୍ଡୋଇଙ୍କୁ କ୍ରାଇସିଲ୍ ରିଆଲ୍ ଇଷ୍ଟେଟ୍ ଷ୍ଟାର୍ ରେଟିଙ୍ଗ୍ର ଆଂଚଳିକ ମୁଖ୍ୟ ଶ୍ରୀ ଅନିରୁଦ୍ଧ ଆଗରୱାଲ୍ ଏହି ସମ୍ମାନକୁ ପ୍ରଦାନ କରିଥିଲେ ।
କିଙ୍ଗ୍୍ଷ୍ଟୋନ ଇଷ୍ଟେଟ୍ ଫ୍ରାଇଭେଟ୍ ଲିମିଟେଡ୍ର ନିଦେ୍ର୍ଧଶକ ଶ୍ରୀ ନବିନ୍ କାଣ୍ଡୋଇ କହିଥିଲେ, “ଯେକୌଣଷି ପ୍ରୋଜେକ୍ଟ ପାଇଁ କ୍ରାଇସିଲ୍ ରେଟିଙ୍ଗ୍ ହେଉଛି ସର୍ବୋକ୍ରୃଷ୍ଟ ରେଟିଙ୍ଗ୍ । ଲୋକଙ୍କଠାରୁ ସର୍ବୋକ୍ରୃଷ୍ଟ ରେଟିଙ୍ଗ୍ ସଂସ୍ଥା ଭାବେ ଆଦୃତ ହୋଇଥିବା ସ୍ୱତନ୍ତ୍ର ସଂସ୍ଥା ଠାରୁ ଏହି ଫୋର୍ ଷ୍ଟାର୍ ରେଟିଙ୍ଗ୍ ସମ୍ମାନ ପାଇଥିବାରୁ ଆମେ ବହୁତ୍ ଉତ୍ସାହିତ । ଏହି ରେଟିଙ୍ଗ୍ର ଆମକୁ ଆମର କାର୍ଯ୍ୟଶୈଳୀ ତଥା ପର୍ଫର୍ମାନ୍ସକୁ ଆହୁରୀ ଉନ୍ନତ କରିବା ନିମନ୍ତେ ଏକ ସୁଯୋଗ ପ୍ରଦାନ କରିଛି ।”
ସିଆର୍ଇଏସ୍ଟିର ମିୟମ ଅନୁସାରେ କ୍ରାଇସିଲ୍ ଏକ କଠୋର ପଦ୍ଧତି ମାଧ୍ୟମରେ କିଙ୍ଗ୍୍ଷ୍ଟୋନ ବିଜ୍ନେସ୍ ପାର୍କକୁ କଂଷ୍ଟ୍ରକ୍ସନ, ଫାଇନାନ୍ସ୍୍, ଇନୋଭେସନ୍ ଏବଂ ଆଇନ୍ ଆଦି ବିଭିନ୍ନ ଦିଗରୁ ତର୍ଯମା କରିଥିଲା ।
କ୍ରାଇସିଲ୍ ରିଆଲ୍ ଇଷ୍ଟେଟ୍ ଷ୍ଟାର୍ ରେଟିଙ୍ଗ୍ (ସିଆର୍ଇଏସ୍ଟି) ଏକ ସିଟି ସ୍ପେସିଫିକ୍ ତଥା ଗ୍ରାହକଙ୍କ ଲାଗି ଉଦ୍ଧିଷ୍ଟ ରିଆଲ୍ ଇଷ୍ଟେଟ୍ ପ୍ରୋଜେକ୍ଟମାନ ଯୋଗାଇଥାଏ ଏବଂ ସହର ମଧ୍ୟରେ ଉକ୍ରୃଷ୍ଟ ପ୍ରୋଜେକ୍ଟମାନକୁ ଚିହ୍ନଟ କରି ଗ୍ରାହକମାନଙ୍କ ଆବଶ୍ୟକତା ପୁରମ କରିଥାଏ । ୨୦୧୦ରେ ପ୍ରତିଷ୍ଠିତ କ୍ରାଇସିଲ୍ ପାଖାପାଖି ୫୦ଟି ସହରରେ ୩୦୦ରୁ ଉର୍ଦ୍ଧ ପ୍ରୋଜେକ୍ଟମାନ ଚିହ୍ନଟ କରିଛି । ଏହି ରେଟିଙ୍ଗଂ ସାଧାରଣତଃ ପ୍ରୋଜେକ୍ଟର ସ୍ୱଛତା, ଦୃଢତା ଓ ନୂତନତା କୁ ଭିତିକରି କାରାଯାଇଥାଏ ।
କଟକ ନିକଟସ୍ଥ ମଙ୍ଗୁଳି ଠାରେ ଅବସ୍ଥିତ କିଙ୍ଗ୍୍ଷ୍ଟୋନ ବିଜ୍ନେସ୍ ପାର୍କ ହେଉଛି ଏକ କମର୍ସିଆଲ୍ ତଥା ରେସିଡେନ୍ସିଆଲ୍ ପ୍ରୋଜେକ୍ଟ । ଏକ ବାଉଣ୍ଡ୍ରି ଭିତରେ ବାସଗୃହ, ଦୋକାନ ବଜାର ଓ ଓୟାର୍ହାୁସ ଥିବା ପ୍ରୋଜେକ୍ଟଟି ଆଜିକାର କର୍ମମୟ ତଥା ବ୍ୟସ୍ତବହୁଳ ଜିବନ ପାଇଁ ଏକ ଉପଯୁକ୍ତ ସମାଧାନ ହେବା ସହିତ ସମୟସାପେକ୍ଷେ ମଧ୍ୟ ହେବ । ଏକ ଅତ୍ୟାଧୁନିକ ତଥା ସମୁଦ୍ର ପତନ ଠାରୁ ଉର୍ଦ୍ଧରେ ଥିବା ଏହି ପ୍ରୋଜେକ୍ଟଟି ବାସ୍ତୁର ସମସ୍ତ ପ୍ରକାର ସୁବିଧା ପ୍ରାଦାନ କରେ । ଏହି ପ୍ରୋଜେକ୍ଟରେ ୮୪ ୟୁନିଟ୍ ଅଫିସ୍, ୯୪ ୟୁନିଟ୍ ଫ୍ଲାଟ୍ (୮୮-୧ଈଐକ ଌ ୬-୨ଈଐକ), ୮ ୟୁନିଟ୍ ହାଉସ୍ଓୟାର୍ ଏବଂ ୧ ୟୁନିଟ୍ ସୋରୁମ୍ ଆଦିର ବ୍ୟବସ୍ଥା ରହିଛି ।
କ୍ରାଇସିଲ୍ ରିଆଲ୍ ଇଷ୍ଟେଟ୍ ଷ୍ଟାର୍ ରେଟିଙ୍ଗ୍ର ଆଂଚଳିକ ମୁଖ୍ୟ ଶ୍ରୀ ଅନିରୁଦ୍ଧ ଆଗରୱାଲ୍ କହିଥିଲେ, “ରିଅଲ୍ ଇଷ୍ଟେଟ୍ ସେକ୍ଟର୍ରେ ସ୍ଛତାର ଅତ୍ୟନ୍ତ ଆବଶ୍ୟକତା ରହିଛି, ଯାହାକି ଡେଭ୍ଲୋପର୍ମାନଙ୍କର ନିଜସ୍ୱ ପଦକ୍ଷେପ ଦ୍ୱାରା ପରଣ ହୋଇପାରିବ । ଆଉ ଖୁସି କଥାକି ଡେଭ୍ଲୋପର୍ମାଲେ ଏବେ ଏଥି ପ୍ରତି ଧ୍ୟାନ ଦେଉଛନ୍ତି ଯାହାକି ଗ୍ରାହକଙ୍କ ଆବଶ୍ୟକତା ତଥା ପ୍ରଫେସ୍ନାଲିଜମ୍ ପାଇଂ ଏକ ପଜେଟିଭ୍ ସାଇନ୍ ।”
ଓରିମାର୍କର ସିଇଓ ତଥା କ୍ରାଇସିଲ୍ ରିଆଲ୍ ଇଷ୍ଟେଟ୍ ଷ୍ଟାର୍ ରେଟିଙ୍ଗ୍(ସିଆର୍ଇଏସ୍ଟି)ର ଚାନେଲ୍ପାର୍ଟନର୍ ଶ୍ରୀ ଜିତୁ ମହାପାତ୍ର କହିଥିଲେ, “ଅଫିସ୍, ଘର ଦୋକାନ ବଜାର ପାଇଁ ଉପଯୁକ୍ତ ଜାଗା ବିଶିଷ୍ଟ ଏହି ପ୍ରୋଜେକ୍ଟ ଟି ଗ୍ରହକଙ୍କ ଚାହିଦାକୁ ଆଖିରେ ରଖି ନିର୍ମାଣ କରାଯାଇଥିଲା । ଏହା ଅତ୍ୟନ୍ତ ଆଧୁନିକ ହୋଇଥିବା ସହିତ ଏହା ମଧ୍ୟରେ ସମସ୍ଟ ବ୍ୟବସ୍ତା ରହିଛି । କ୍ରାଇସିଲ୍ ରେଟିଙ୍ଗ୍ କିଙ୍ଗଷ୍ଟୋନ୍ର ସଠିକ୍ ସମୟରେ ଡିଲିଭରି ଦେବାର ସେବାର ସୂଚନା ପ୍ରଦାନ କରୁଛି ।”

Share in top social networks!