ସୁକିନ୍ଦା କ୍ରୋମାଇଟ୍ ଖଣିକୁ ସମ୍ମାନଜନକ ଜାତୀୟ ସୁରକ୍ଷା ପୁରସ୍କାର

sukindaଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଲଗାତାର ୩ ବର୍ଷ ଧରି ଦୁର୍ଘଟଣା ମୁକ୍ତ ରହିବା କାରଣରୁ ମେଟାଲ ମାଇନ୍ସ ଓ ମେକାନାଇଜଡ୍ ଓପନ୍ କାଷ୍ଟ ବିଭାଗରେ ଜାତୀୟ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୧୨ ପର୍ଯ୍ୟନ୍ତ ହୋଇଥିବା ଆକଳନ ଅନୁସାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଜାତୀୟ ସୁରକ୍ଷା ପୁରସ୍କାର (ଖଣି) କମିଟି ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଏହି ପୁରସ୍କାର ନିମନ୍ତେ ଚୟନ କରାଯାଇଥିଲା ।

ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ଶ୍ରୀ ରାଜେଶ ପଟେଲ ଓ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଗୌରାଙ୍ଗ ଦାସ ମାର୍ଚ୍ଚ ୨୦ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜର୍ୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଖଣି କମ୍ପାନୀମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦିତା ଭାବନାର ପ୍ରସାର ମାଧ୍ୟମରେ ସୁରକ୍ଷା ସ୍ତର ବୃଦ୍ଧି କରିବା ତଥା ସୁରକ୍ଷା କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନକୁ ସମ୍ମାନିତ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ୧୯୮୩ରେ ଜାତୀୟ ସୁରକ୍ଷା ପୁରସ୍କାର (ଖଣି) କମିଟି ଗଠନ କରାଯାଇଥିଲା ।

ଏହାପୂର୍ବରୁ ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ମାଇନ୍ସକୁ ପରିବେଶ ସନ୍ତୁଳନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗତ ଜାନୁଆରୀ ୨୮ତାରିଖରେ କୋଲକାତାଠାରେ ଆୟୋଜିତ୧୫ତମ ବାର୍ଷିକ ଗ୍ରୀନ୍ଟେକ୍ ପରିବେଶ ପୁରସ୍କାର-୨୦୧୫ର ଗୋଲ୍ଡ ଓ ସିଲଭର ଶ୍ରେଣୀର ମେଟାଲ ଓ ମାଇନିଂ କ୍ଷେତ୍ରରେ ପୁରସ୍କୃତ କରାଯାଇଛି । ଏହା ସହିତ କର୍ପୋରେଟ୍ ସାମାଜିକ ଦାୟିିତ୍ୱବୋଧରେ ଉକôଷ୍ଟ ପ୍ରଦର୍ଶନ ପାଇଁ ମଧ୍ୟ ଏହି ଖଣି ପୁରସ୍କୃତ ହୋଇଛି ।

Share in top social networks!