ଭୁବନେଶ୍ୱର ଠାରେ ଭାରତର ପ୍ରଥମ କାର୍ବନ୍ ସେକ୍ୟୁଷ୍ଟ୍ରେସନ୍ ସେମିନାର୍ ଅନୁଷ୍ଠିତ

patiବର୍ଦ୍ଧିତ କୋଇଲା ବ୍ୟବହାର ହେତୁ ସୃଷ୍ଟି ହେଉଥିବା ଗ୍ଲୋବାଲ୍ ୱାର୍ମିଙ୍ଗ୍ ପରି ଉକ୍ରଟ ସମସ୍ୟାର ସମାଧାନ ନିମନ୍ତେ ନାଲ୍କୋ, ଇଣ୍ଡୋକାନ୍ ଟେକ୍ନୋଲୋଜି ଏବଂ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ମିଳିତ ଭାବେ ‘ସ୍କୋପ୍ ଅଫ୍ ଆଲ୍ଜି ବେସ୍ଡ ଟେକ୍ନୋଲୋଜି ଫର୍ କାର୍ବନ୍ କ୍ୟାପ୍ଚର୍ ଆଣ୍ଡ ପୋଟେନ୍ସିଆଲ୍ ଅଫ୍ ଟେକ୍ନୋଲୋଜି ଆଟ୍ ପାଇଲଟ୍ ପ୍ଲାଣ୍ଟ ଅଫ୍ ନାଲ୍କୋ, ସିପିପି’ ଶିର୍ଷକ ବିଶିଷ୍ଟ ଭାରତର ପ୍ରଥମ କାର୍ବନ୍ ସେକ୍ୟୁଷ୍ଟ୍ରେସନ୍ ସେମିନାର୍ ୨୦୧୫ ର ଆୟୋଜନ କରିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ପତି (ଆଇ.ଏ.ଏସ୍.) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସେମିନାର୍କୁ ଉଦ୍ଘାଟନ କରିଥିବା ବେଳେ ବନ୍ୟ ଓ ପରିବେଷ ବିଭାଗର ଡେଭ୍ଲୋପ୍ମେଣ୍ଟ କମିସନର୍ ତଥା ଏସ୍ପିସିବିର ଚେୟାର୍ମ୍ୟାନ ଶ୍ରୀ ୟୁ ଏନ୍ ବେହେରା (ଆଇ.ଏ.ଏସ୍.) ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ କାର୍ବନ୍ ସେକ୍ୟୁଷ୍ଟ୍ରେସନ୍ ସେମିନାର୍ ୨୦୧୫ର କନ୍ଭେନର୍ ପ୍ରଫେସର୍ ରଞନ୍ ଆର୍. ପ୍ରଧାନ କହିଥିଲେ, “ବାୟୋମାସ୍ର ବ୍ୟବହାର ପାଇଁ ଫ୍ଲୁ୍ୟ ଗ୍ୟାସ ଓ ବାୟୋ ରିଫାଇନାରି ଟେକ୍ନୋଲୋଜି ଆଦିରୁ ସୃଷ୍ଟି ମାଇକ୍ରୋଆଲ୍ଜି ବିଶିଷ୍ଟ ସେକ୍ୟୁଷ୍ଟ୍ରେସନ୍ ପଦ୍ଧତିର ଉପକାରିତା ସମ୍ବନ୍ଧୀୟ ଏହି ସେମିନାର୍ଟି, ନିୟମ ପ୍ରଣୟେତାମାନଙ୍କୁ ରାଜ୍ୟରେ ଗ୍ଲୋବାଲ୍ ୱାର୍ମିଙ୍ଗ୍ ଭଳି ଉକ୍ରଟ ସମସ୍ୟାକୁ ରୋକିବା ଲାଗି ଉପଲବ୍ଧ ଥିବା ଦୀର୍ଘ ମିଆଦି ଏବଂ ପରିସ୍ଥିତି ଅନୁକୂଳ ବୈଷୟିକ ଜ୍ଞାନକୌଶଳ ଆଦି ବିଷୟରେ ସମ୍ପୂର୍ଣ୍ଣରୂପେ ବୁଝିବାରେ ସହାୟକ ହେବା ସହିତ ଆଗକୁ ଏହି ଜ୍ଞାନକୌଶଳମାନଙ୍କୁ ଆପଣାଇବାରେ ମଧ୍ୟ ସହାୟକ ହେବ ।”
ସୂଚନା ଯୋଗ୍ୟ ଯେ, ଓଡିଶାର ଲିଡିଙ୍ଗ୍ ପବ୍ଲିକ୍ ସେକ୍ଟର୍ ନବରତ୍ନ କମ୍ପାନି ନାଲ୍କୋ ତରଫରୁ ଭାରତର ପ୍ରଥମ ବାୟୋଟେକ୍ନୋଲୋଜି ବିଶିଷ୍ଟ କାର୍ବନ୍ ସେକ୍ୟୁଷ୍ଟ୍ରେସନ୍, ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ପରି ବୃହତ୍ତ ଉତ୍ସମାନଙ୍କ ଠାରୁ ନିର୍ଗତ ୱେଷ୍ଟ କାର୍ବନ୍ ଡାଇଅକ୍ସାଇଡ୍ (ଉଙ୨)କୁ କ୍ୟାପ୍ଚର୍ କରିବାର ଏକ ପଦ୍ଧିତ୍ତି ଯାହାକି ପରିକ୍ଷାମୂଳକ ଭାବେ ୨୦୧୩ ମାର୍ଚମାସରେ ସର୍ବପ୍ରଥମେ ବ୍ୟବହାର କରାଯାଇଥିଲା । ସେବାଠାରୁ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ରହିଅଛି ଏବଂ ଏହା ଜିଏଚ୍ଜି ନର୍ଗତର ମାତ୍ରାକୁ ହ୍ରାସ କରିବା ସହିତ ବିକାଶର ଧାରାକୁ ଅବ୍ୟାହତ ରଖିବାରେ ଦେଶର ପ୍ରତିଶୃତିକୁ ପୁରଣ କରିବ ।
ସେମିନାର୍ର କନ୍ଭେନର୍ ତଥା ନାଲ୍କୋର ଟେକ୍ନିକାଲ୍ କନ୍ସଲ୍ଟାଣ୍ଟ୍ ପ୍ରଫେସର୍ ରଞନ୍ ଆର୍. ପ୍ରଧାନ ପରିକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିବା ଏହି ପଦ୍ଧତିରୁ ମିଳିଥିବା ଟେକ୍ନିକ୍ ଉପକାରୀତା ଅଦିକୁ ଉପସ୍ଥାପନା କରିଥିଲେ । ଏହି ପରୀକ୍ଷାମୂଳକ ପ୍ରୋଜେକ୍ଟଟି ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ଠାରୁ ନିର୍ଗତ ୱେଷ୍ଟ କାର୍ବନ୍ ଡାଇଅକ୍ସାଇଡ୍କୁ କ୍ୟାପ୍ଚର୍ କରିବା ପାଇଁ ଦୀର୍ଘ ମିଆଦି ଏବଂ ପରିସ୍ଥିତି ଅନୁକୂଳ ବୈଷୟିକ ଜ୍ଞାନକୌଶଳ ଆଦିକୁ ଅତ୍ୟନ୍ତ ଭଲଭାବେ ପରିବେଷଣ କରିଛି । ନାଲ୍କୋର ସିଏମ୍ଡି ଶ୍ରୀ ଅଂଶୁମାନ୍ ଦାସ ଏହି ସେମିନାର୍କୁ ଆଗେଇନେଇଥିବା ବେଳେ ବନ୍ୟ ବିଭାଗର ଆଡିସ୍ନାଲ୍ ପ୍ରନ୍ସିପାଲ୍ କନ୍ଜର୍ର୍ଭେଟର୍, ଶ୍ରୀ ସିଦ୍ଧାନ୍ତ ଦାସ(ଆଇ.ଏଫ୍.ଏସ୍.) ଏହାର କି ନୋଟ୍ ଗୁଡିକ କହିଥିଲେ ।
ଏହି ସେମିନାରରେ ଆଲ୍ଗାଲ୍ ବାୟୋଲୋଜି, ବାୟୋମାସ୍ ଉପôାଦନ, ଚାଷ, ଅମଳ, ବାୟୋପ୍ରଡକ୍ଟ ଉପôାଟନ ଆଦି ଉଦ୍ୟମାନ ବୈଶୟିକ ଜ୍ଞାନକୌଶଳ ବିଷୟରେ ଆଲୋଚନା ହୋଇଥିଲା । ପାଖାପାଖି ୧୦୦ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଟେକ୍ନୋଲୋଜିଷ୍ଟ ଓ ପେସାଦାରମାନେ ଏହି ସେମିନାର୍ରେ ଯୋଗଦେଇ ‘ମାଇକ୍ରୋଆଲ୍ଜି ସସ୍ଟେନେବଲ୍ କାର୍ବନ୍ ସେକ୍ୟୁଷ୍ଟ୍ରେସନ୍ ଫ୍ରମ୍ ଫ୍ଲୁ୍ୟ ଗ୍ୟାସ୍’, ‘ମାଇକ୍ରୋଆଲ୍ଜି ମାସ୍ କଲଲ୍ଟିଭେସନ୍ ଆଣ୍ଡ ହେର୍ଭେଷ୍ଟିଂ, ଏକ୍ସଟ୍ରାକ୍ସନ୍ ସିଷ୍ଟମ୍’, ‘ବାୟୋ-ରିଫାଇନାରି ଆଣ୍ଡ ବାୟୋ-ପ୍ରଡକ୍ଟସ୍ ଫ୍ରମ୍ ଆଲ୍ଜି ବାୟୋନ୍ସ୍’, ‘ଲାଇଫ୍ ସର୍କଲ୍ ଆନାଲିସିସ୍’ ଏବଂ ‘ଟେକ୍ନୋ-ଇକୋନୋମିକ୍ ମଡେଲିଙ୍ଗ୍ ଅଫ୍ ଆଲ୍ଜି ବେସ୍ଡ୍ କାର୍ବନ୍ ସେକ୍ୟୁଷ୍ଟ୍ରେସନ୍ ସିଷ୍ଟମ୍’ ଆଦି ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଦ୍ଧାନ୍ତ ଦାସ(ଆଇ.ଏଫ୍.ଏସ୍.)କହିଥିଲେ, “ଏହି ସେମିନାର୍ ବାୟୋ-ରିଫାଇନାରି ପ୍ରଡକ୍ଟସ୍ ନିମନ୍ତେ କାର୍ବନ୍ ସେକ୍ୟୁଷ୍ଟ୍ରେସନ୍ ଓ ଆଲ୍ଜିର ବ୍ୟବହାର ସମ୍ବନ୍ଧରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥୁବା ବିଭିନ୍ନ ବୁଦ୍ଧିଜିବୀମାନଙ୍କ ଚିନ୍ତାଧାରରେ ଏକ ସାକାରାତ୍ମକ ପ୍ରଭାବ ପକାଇବ । ସାଧାରଣରେ ଲୋକମାନେ ଗ୍ଲୋବାଲ୍ ୱାର୍ମିଙ୍ଗର ପ୍ରଭାବ ଓ ଏହାର ସମାଧାନ ପ୍ରତି ଅଧିକ ସତର୍କ ରହିବେ ।” ସେ ଆହୁରୀ ମଧ୍ୟ କହିଥିନେ ଯେ, ବହୁ କମ୍ପାନି ରାଜ୍ୟ ପ୍ରତି ଥିବା ନିଜର ପ୍ରତିସୃତି ବଦ୍ଧତା ରେକ୍ଷା କରିବା ନିମନ୍ତେ ଏହି ପଦ୍ଧତିକୁ ଆପଣାଇବା ଲାଗି ଦୃଢ ମତାମତ ରଖିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ୟୁଏସସେଏର ଲସ୍ ଆଲମସ୍ ଅନ୍ତର୍ଜାତୀୟ ପରୀକ୍ଷାଗାରରେ କାର୍ଯ୍ୟରତ ସିନିଅର୍ ବୈଜ୍ଞାନିକ ଡାକ୍ତର ରିଚର୍ଡ ସାୟ୍ରେ ଓ ମାଇକ୍ରୋଆଲ୍ଜି କ୍ଷେତ୍ରରେ ଦୀର୍ଘ ୩୦ ବର୍ଷରୁ ଅଧିକ କାର୍ଯ୍ୟ କରିଆସୁଥିବା ଓି୍ୱସ୍କନ୍ସିନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ତୋଇଭୋ କାଲାସ୍ ଏହି ସେମିନାର୍ରେ ଯୋଗଦେଇ ନିଜର ଅଭିଜ୍ଞତା ସେୟାର୍ କରିଥିଲେ ।

Share in top social networks!