ଯକ୍ଷ୍ମାମୃତ୍ୟୁ ରହିତ ସମାଜ ଗଠନ ଦିଗରେ ପ୍ରୟାସ ଜାରି

atanuଏକ ଯକ୍ଷ୍ମା ମୃତ୍ୟୁ ରହିତ ସମାଜ ଗଠନ ପାଇଁ ଜାତୀୟ ପରିବର୍ତିିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମମାଧ୍ୟମରେ ଉଦ୍ୟମ ଜାରି ରହିଛି । ପ୍ରତିଟି ଯକ୍ଷ୍ମା ରୋଗୀଙ୍କ ପାଖରେ ପହଂଚି ଚିକିତ୍ସା ଓ ଆରୋଗ୍ୟ ନିଶ୍ଚିତ କରାନ୍ତୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆହ୍ୱାନ ଜଣାଇଛନ୍ତି । ଆଜି ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଏକଦା ଓଡିଶା ଦେଶର ଏକ ପଛୁଆ ରାଜ୍ୟ ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୋଲି ଯେଉଁ ଧାରଣା ଥିଲା ତାକୁଆମେ ଦୁରକରିବାରେ ସକ୍ଷମ ହୋଇଛୁ । ସ୍ୱାସ୍ଥ୍ୟ ସେବାର ବିଭିନ୍ନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବା ସହିତ ଦେଶର ଅନ୍ୟ ରାଜ୍ୟମାନଙ୍କ ଠାରୁ ତୁଳନାତ୍ମକ ଭାବେ ଆଗକୁ ଯାଇଛୁ ।
ଯକ୍ଷ୍ମା ଭଳି ଏକ ମାରତ୍ମକ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ମଧ୍ୟ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ । ରାଜ୍ୟରେ ପରିବର୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ଦିନ ଠାରୁ ଗତ ୨୦୧୪ ଡିସେମ୍ବର ମାସ ଶେଷ ସୁଦ୍ଧା ୪୮୧୦୫୮ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସିତ କରାଯାଇଛି । ସେଥି ମଧ୍ୟରୁ ୩୬୪୨୧ ଜଣ ସଫଳତାର ସହ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି । ଗତ୨୦୧୪ ମସିହାରେ ୪୫୭୭୭ ଜଣ ନୂତନ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ନୂତନ ଯକ୍ଷ୍ମା ରୋଗୀ ଚିହ୍ନଟ ହାର ପ୍ରାୟ ୫୫ ପ୍ରତିଶତ ହୋଇଥିବା ବେଳେ ଆରୋଗ୍ୟ ହାର ୮୭ ପ୍ରତିଶତରୁ ଅଧିକ ରହିଛି । ଆରୋଗ୍ୟ ହାର ଜାତୀୟ ୮୫ ପ୍ରତିଶରୁ ଅଧିକ । ତେବେରାଜ୍ୟରେ ନୂତନ ରୋଗୀ ଚିହ୍ନଟହାର ୫୫ ରୁ ୬୦ ପ୍ରତିଶତ ରହୁଥିବା ବେଳେ ଏହାକୁ ୭୦ ରୁ ଅଧିକକରିବା ପାଇଁ ଉଦ୍ୟମ ଜାରି ରହିଛି । ଜଟିଳ ଘାତକ ଏମ୍.ଡି.ଆର୍ ଯକ୍ଷ୍ମାର ଚିକିତ୍ସା ପାଇଁଡଟସ୍ ପ୍ଲସ୍ ଚିକିତ୍ସା ସେବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏମ୍.ଡି.ଆର୍ ଯକ୍ଷ୍ମା ଚିକିତ୍ସା ନିମନ୍ତେ କ୍ୟାଟ୍-୪ ସେବା ୨୦୦୯ ମସିହା ନଭେମ୍ବର ମାସରୁ ଉପଲବ୍ଧ କରାଯାଇଛି । ଏହା ମାଧ୍ୟମରେ ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ୭୦୦ ଜଣ ଏମ୍.ଡି.ଆର୍ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେଥିରୁ ୬୧୩ ଜଣ ଚିକିତ୍ସାଧୀନ । ଏତଦ୍ବ୍ୟତିତ ୧୭ ଜଣ ଏକ୍ସ.ଡି.ଆର୍ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇ ବର୍ତମାନ ଚିକିତ୍ସାଧୀନ ଅଛନ୍ତି । ପୂର୍ବରୁ ଯକ୍ଷ୍ମାରୋଗ ଚିହ୍ନଟ ପାଇଁ ୨ ରୁ ୩ ମାସ ଲାଗୁ ଥିବା ବେଳେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ଖୋଲା ଯାଇଥିବା ଲାଇନ୍ ପ୍ରୋବ ଆସେ ପରୀକ୍ଷାରେ ୨ ରୁ ୩ ଦିନ ମଧ୍ୟରେ ଚିହ୍ନଟ କରାଯାଇ ପାରୁଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲାରେ ଏମ୍.ଡି.ଆର୍ ଯକ୍ଷ୍ମା ଚିକିତ୍ସା ସୁବିଧା ଉପଲବ୍ଧ ହୋଇଛି । ଏଚ୍,ଆଇ,ଭି,ଏଡସ୍ ଆକ୍ରାନ୍ତମାନେ ଯକ୍ଷ୍ମା ରୋଗରେ ଆକ୍ରାନ୍ତହେବାର ବିଶେଷ ସମ୍ଭାବନା ରହୁଥିବାରୁ ଏଡସ୍ ନିୟନ୍ତ୍ରଣ ଏବଂ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷା କରାଯାଇ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର୍ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ରାଜ୍ୟରେ ଯକ୍ଷ୍ମାନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଚିକିତ୍ସା ସେବା ସୁବିଧାକୁ ତ୍ୱରାନ୍ନିତ କରାଯାଉଥିବାକହିଛନ୍ତି । ଗତ ୩ ରୁ ୪ ବର୍ଷ ମଧ୍ୟରେ ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତିହୋଇଥିବା ସେ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର , ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶକ ଡାଃ ସି .ଆର୍ ନାୟକ ଏବଂ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାଶ ଚନ୍ଦ୍ର ଦାଶ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ ଯକ୍ଷ୍ମା ବାର୍ଷିକ ରିପୋର୍ଟ୨୦୧୪-୧୫ ଉନ୍ମୋଚନ କରିଥିଲେ । ଯୁଗ୍ମ ନିଦେ୍ର୍ଧଶିକା ଡାଃ ସଂଯୁକ୍ତା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

Share in top social networks!