ଆନ୍ତର୍ଜାତିୟ ନୌବାଣିଜ୍ୟ ସମ୍ମିଳନୀର ୨ୟ ଦିବସରେ ଅଭିନବ ବୋଇତ ବନ୍ଦାଣ ଉତ୍ସବ

boitaଭାରତ ଏବଂ ଭାରତ ମହାସାଗରୀୟ ରିମ୍ ଦେଶମାନଙ୍କୁ ନେଇ ଆରମ୍ଭ ହୋଇଥିବା “ଭାରତ ଏବଂ ଭାରତ ମହାସାଗର – ନୌବାଣିଜ୍ୟ ଏବଂ ସଭ୍ୟତାଗତ ସମ୍ବନ୍ଧର ନବୀକରଣ” ଶୀର୍ଷକ ତ୍ରିଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀର ଦ୍ୱିତୀୟ ଦିବସରେ ଉତ୍କଳ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ତଥା ଓଡିଆ ସାଧବ ପୁଅ ମାନଙ୍କର ଦରିଆପାରି ବାଣିଜ୍ୟ ସ୍ମୃତିକୁ ସୁମଧୁର କରିବା ଲକ୍ଷ୍ୟରେ ଆଜି ଏକ ଅଭିନବ ବୋଇତ ବନ୍ଦାଣ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ବୋଇତ ବନ୍ଦାଣ ଉତ୍ସବକୁ କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ରାଷ୍ଟମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡଃ ମହେଶ ଶର୍ମା ସୋଲରେ ନିର୍ମିତ ଏକ ସୁଦୃଶ୍ୟ ବୋଇତ ଭସାଇ ଶୁଭାରମ୍ଭ କରିଥିଲେ । ନୌବାଣିଜ୍ୟ କ୍ଷେତ୍ରରେ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି । ପୁରାତନ କାଳରେ ଓଡିଶାର ସାଧବ ପୁଅ ମାନେ ବାଣିଜି୍ୟକ କାରବାର ନିମନ୍ତେ ଜାଭା, ସୁମାତ୍ରା ଆଦି ଦେଶମାନଙ୍କୁ ସାମୁଦ୍ରିକ ପଥରେ ଯାତ୍ରା କରୁଥିଲେ । ଉକôଳର ସାଧବ ପୁଅମାନଙ୍କ ବୈଦେଶିକ ବାଣିଜ୍ୟ ସମୟରେ ଉତ୍କଳୀୟ ସଂସ୍କୃତି ଏବଂ ପରମ୍ପରାର ନିଦର୍ଶନ ଏବେ ମଧ୍ୟ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୂର୍ତିଦେବୀ ପୁରସ୍କାରପ୍ରାପ୍ତ ଲେଖକ ତଥା ସମ୍ମିଳନୀ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ହରପ୍ରସାଦ ଦାସ ଏବଂ ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ଅଭିନବ ବୋଇତ ବନ୍ଦାଣ ଉସôବ ଆଜି ସମ୍ମିଳନୀର ପରିବେଶକୁ ସମ୍ପୂର୍ଣ୍ଣ ଉସôବମୁଖରିତ କରିଥିଲା । ଓଡିଶାର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ତଥା ଉକôଳୀୟ ନୌବାଣିଜ୍ୟ ପରମ୍ପରାକୁ ସମଗ୍ର ବିଶ୍ୱ ଦରବାରେ ପୁର୍ନଜୀବିତ କରାଇବା ଲକ୍ଷ୍ୟରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ସମ୍ମିଳନୀରେ ଏଭଳି ବୋଇତବନ୍ଦାଣ ଉସôବ ଏକ ଦୁର୍ଲଭ ପ୍ରୟାସ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଥିଲେ ।
ପାରମ୍ପରିକ ବୋଇତ ବନ୍ଦାଣ ଉସôବର ଆୟୋଜନ ଅବସରରେ ଉପସ୍ଥିତ ଥିବା ବିଭିନ୍ନ ଦେଶର ପ୍ରତିନିଧିମାନେ ମଧ୍ୟ କଦଳୀ ପାଟୁଆ ଏବଂ ସୋଲରେ ନିର୍ମିତ ଡଙ୍ଗା ଭସାଇ ଅହେତୁକ ଆନନ୍ଦ ଏବଂ ନିଆରା ଅନୁଭୂତି ହାସଲ କରିଥିଲେ । ଅଷ୍ଟ୍ରେଲିଆରୁ ଆସିଥିବା ଜଣେ ବିଶିଷ୍ଟ ଐତିହାସିକଙ୍କ ମତରେ ଓଡିଶାର ଏଭଳି ଏକ ପାରମ୍ପରିକ ଏବଂ ଐତିହ୍ୟସମ୍ପନ୍ନ ପ୍ରଥା ସହିତ ପ୍ରତ୍ୟକ୍ଷ ଭାବରେ ନହେଲେ ସୁଦ୍ଧା ଜଡିତ ହେବା ଆମପାଇଁ ବାସ୍ତବରେ ଏକ ଖୁସିର ବିଷୟ ।
ଏଠାରେ ଉଲ୍ଲେଖଯୋଗ୍ୟ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ସମ୍ମିଳନୀର ଉଦ୍ଘାଟନୀ ଉସôବରେ ମଧ୍ୟ ଉକôଳର ଏହି ପାରମ୍ପରିକ ନୌବାଣିଜ୍ୟ, ବାଲିଯାତ୍ରା ଏବଂ ଐତିହ୍ୟ ସମ୍ପର୍କରେ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିବା ସହିତ ଏହିଭଳି ସମାନ ଧରଣର ପରମ୍ପରା ଇଣ୍ଡୋନେସିଆ ଭଳି ଭାରତ ମହାସାଗର ତଟବର୍ତୀ କେତେକ ଦେଶରେ ପାଳିତ ଉସôବ ସହିତ ସାମଞ୍ଜସ୍ୟ ରହିଥିବା ପ୍ରକାଶ କରିଥିଲେ ।

Share in top social networks!