ବିଶ୍ୱଭୂଷଣ ଭୁବନେଶ୍ୱର ଶାନ୍ତିପଲ୍ଲୀ ସହିଦ୍ ନଗରରୁ ବିଜେପିର ସକ୍ରିୟ ସଦସ୍ୟ ହେଲେ

bbhଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ସହିଦ୍ ନଗର (ୱାର୍ଡ ନଂ-୩୪) ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରୁ ସକ୍ରିୟ ସଦସ୍ୟ ହୋଇଛନ୍ତି ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କେ ନେତୃତ୍ୱରେ ଅନୁଷ୍ଠିତ ସଦସ୍ୟତା ଅଭିଯାନରେ ଯୋଗଦେଇ ବିଜେପି ଆଗାମୀ ଦିନରେ ବିପୁଳ ସଫଳତା ଲାଭ କରିବା ସହିତ ଓଡିଶାରେ ସରକର ଗଠନ କରିବ ବୋଲି ସେ ଦୃଢୋଉକ୍ତି ପ୍ରକାଶ କରିଥିଲେ । ଏହି ସଭାରେ ଭୁବନେଶ୍ୱର ଜିଲ୍ଲା ଉପସଭାପତି କାଳୀପ୍ରସାଦ ମିଶ୍ର, ସଂପାଦକ ବିଭାସ ସେନ ଗୁପ୍ତା, ଜିତେନ୍ଦ୍ର ରଥ, ତ୍ରିଲୋଚନ ମହାପାତ୍ର, ମଣ୍ଡଳ ସଭାପତି ମନୋରଞ୍ଜ ସ୍ୱାଇଁ ଏବଂ ଅଶୋକ ମାଣିଆ ପ୍ରମୁଖ ଉପସ୍ଥିତ ରହି ସଦସ୍ୟତା ଅଭିଯାନକୁ ସଫଳ କରିଥିଲେ ।

Share in top social networks!