ସ୍ୱାଇନ ଫ୍ଲୁ ଓ କାମଳ ରୋଗ ସଂପର୍କରେ ସମୀକ୍ଷା, ସର୍ବେକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ ବଜାୟ ରଖିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ନିଦେ୍ର୍ଧଶ

ରାଜ୍ୟରେ ସ୍ୱାଇନ ଫ୍ଲୁ ଓ କାମଳ ଆକ୍ରାନ୍ତଙ୍କ ହାର ହ୍ରାସ ପାଇ ବର୍ତମାନ ନିୟନ୍ତ୍ରଣାଧୀନ । ତେବେ ଏଥିରେ ଆଶ୍ୱସ୍ତି ଅନୁଭବ ନକରି ସର୍ବେକ୍ଷଣ ବ୍ୟବସ୍ଥାକୁ ଅଧିକ ଯୋରଦାର କରିବା ସହ ସଚେତନତା କାର୍ଯ୍ୟକ୍ରମ ବଜାୟ ରଖିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀମତୀ ଆହୁଜା ଆଜି ସ୍ୱାଇନ ଫ୍ଲୁ ଏବଂ କାମଳ ରୋଗ ସଂପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ ଆଜି ସୁଦ୍ଧା ମୋଟ ୧୮୩ ଜଣଙ୍କର ରକ୍ତ ନମୂନା ପରୀକ୍ଷାରୁ ୩୬ ଜଣ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହେଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ କହିଛନ୍ତି । ସ୍ୱାଇନଫ୍ଲୁର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ସବୁ ପ୍ରକାର ବ୍ୟବସ୍ଥାକୁ ବଜାୟ ରଖି ଅଧିକ ସତର୍କତା ଅବଲମ୍ବନ କରିବାକୁ କଡା ନିଦେ୍ର୍ଧଶ ଦେଇଛନ୍ତି ।
ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା କାମଳ ରୋଗ ବର୍ତମାନ ନିୟନ୍ତ୍ରଣାଧୀନ ହୋଇଛି । ଗତ କିଛିଦିନ ଧରି କାଁ ଭାଁ ଜଣେ ଅଧେ ଆକ୍ରାନ୍ତ ହେଉଥିବାର ଖବର ମିଳୁଛି । ପରିସ୍ଥିତିରେ ଉନ୍ନତି ଘଟିଛି । ନିୟମିତ ଭାବରେ ବିଭିନ୍ନ ଅଂଚଳରୁ ପାନୀୟ ଜଳ ନମୂନା ସ୍ୱାସ୍ଥ୍ୟ ବିଭାଗ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଫଳରେ କାମଳ ରୋଗକୁ ନିୟନ୍ତ୍ରଣାଧୀନ କରାଯାଇ ପାରିଛି । ଏଣୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ କହିଛନ୍ତି । ବିଭିନ୍ନ ଅଂଚଳରେ ଦେଖା ଦେଉଥିବା ରୋଗ ସଂପର୍କରେ ସମ୍ମନ୍ୱିତ ରୋଗ ସର୍ବେକ୍ଷଣ ସେଲ ନିୟମିତ ତଥ୍ୟ ସଂଗ୍ରହ କରି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ଏଥିରେ କୌଣସି ପ୍ରକାର ଅବହେଳା ବା ତୃଟି ଗ୍ରହଣୀୟ ନୁହେଁ ବୋଲି ସତର୍କ କରିଦେଇଛନ୍ତି । ସ୍ୱାସ୍ଥ୍ୟସେବା ଜନିତ କୌଣସି ପ୍ରକାର ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀମତୀ ଆହୁଜା ପରାମର୍ଶ ଦେଇଛନ୍ତି ।

Share in top social networks!