୩୦ରୁ ଜାତୀୟ ଭାଷା ସମ୍ମିଳନୀ; ଭାରତୀୟ ଭାଷାମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ

bhasaଭାରତୀୟ ଭାଷାମାନଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟ ଅଭାବରୁ ବିଶ୍ୱ ସ୍ତରରେ ଯେତିକି ମର୍ଯ୍ୟାଦା ପାଇବା କଥା ସେତକ ପାଇପାରୁ ନାହାଁନ୍ତି । ଏହି ସମନ୍ୱୟ ରକ୍ଷା କରିବା ଉପରେ ଆସନ୍ତା ମାର୍ଚ୍ଚ ୩୦ରୁ ଅପ୍ରେଲ ୨ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜାତୀୟ ଭୌତିକ ସଂସ୍ଥାନ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହେବାକୁ ଥିବା ଦେଶର ଦ୍ୱିତୀୟ ଜାତୀୟ ଭାଷା ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ ବୋଲି ଭୁବନେଶ୍ୱରର ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ଣରେ ଆୟୋଜିତ ଅନ୍ତିମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ଆୟୋଜିତ ଏହି ୪ଦିନିଆ ସମ୍ମିଳନୀରେ ଭାରତର ସମସ୍ତ ଭାଷାଭିତ୍ତିକ ବିଶ୍ୱବିଦ୍ୟାଳୟର କୁଳପତି, ସମସ୍ତ କ୍ଲାସିକାଲ ଭାଷା ସଂସ୍ଥାର ମୁଖ୍ୟ, କେନ୍ଦ୍ର ଲଳିତକଳା ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, କେନ୍ଦ୍ରିୟ ଭାରତୀୟ ଭାଷା ସଂସ୍ଥା, କେନ୍ଦ୍ରିୟ ହିନ୍ଦୀ ସଂସ୍ଥାନ, କେନ୍ଦ୍ରିୟ ହିନ୍ଦୀ ନିଦେ୍ର୍ଧଶାଳୟ, କେନ୍ଦ୍ରିୟ ଇଂରାଜୀ ଓ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ, କେନ୍ଦ୍ରିୟ ନୃତାତ୍ତ୍ୱିକ ଅନ୍ୱେଷଣ ସଂସ୍ଥା, ଭାରତର ପ୍ରତ୍ନତାତ୍ତ୍ୱିକ ସର୍ଭେ ସଂସ୍ଥା, ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ଜାତୀୟ ଅଭିଲେଖାଗାର, ଜାତୀୟ ପାଣ୍ଡୁଲିପି ମିଶନ ଆଦି ଅନୁଷ୍ଠାନ ସମେତ ଓଡିଶା ବିଷୟରେ ଗବେଷଣା କରିଥିବା ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗବେଷକ ଏବଂ ଓଡିଶାର ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ, ରାଜନେତା ଆଦି ଯୋଗଦେଇ ନିଜର ସୁଚିନ୍ତିତ ମତ ରଖିବେ । ସର୍ବଭାରତୀୟ ସ୍ତରରେ ଭାରତୀୟ ଭାଷାଚର୍ଚ୍ଚାପାଇଁ ଏକକ ମଞ୍ଚ ତିଆରି କରିଥିବା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦେ୍ଧଶ୍ୟ ହେଲା ଭାରତୀୟ ଭାଷାମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ମାତୃଭାଷାଭିତ୍ତିକ ବହୁଭାଷିକ ଶିକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରାଇବା । ଏଥି ସହିତ ଭାରତରେ ବିଭିନ୍ନ ଭାଷାଗୋଷ୍ଠୀ ରହୁଥିବାରୁ ଏକ ଜାତୀୟ ଭାଷାନୀତି ପ୍ରଚଳନପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରାଇବା ।

ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଓଡିଆକୁ ରାଷ୍ଟ୍ରିୟ ସ୍ତରରେ ପ୍ରତିଷ୍ଠା କରିବାକୁ ବିଶେଷ କିଛି ଉଦ୍ୟମ ହୋଇ ନ ଥିବାରୁ ଏସବୁ କାର୍ଯ୍ୟକ୍ରମ ଉଭୟ କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ଓ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ଭବିଷ୍ୟତ କାର୍ଯ୍ୟକ୍ରମ ଦିଗରେ ଅନେକ ନୂଆ ଚିନ୍ତାଧାରା ସୃଷ୍ଟି କରିବ ବୋଲି ଆୟୋଜକଗଣ ସୂଚନା ଦେଇଛନ୍ତି । ଓଡିଆ ଓ ଭାରତୀୟ ଭାଷା, ଲିପି, କଳା, ସଂଗୀତ, ନୃତ୍ୟ ଆଦି ବିଷୟରେ ୨୦ଟି ସତ୍ରରେ ୧୫୦ଟି ଉଚ୍ଚକୋଟୀର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରାଯାଉଥିବାବେଳେ ଦେଶବିଦେଶରୁ ପ୍ରାୟ ୫୦୦ ଗବେଷକ, ଭାଷାବିତ, ଶିକ୍ଷାବିତ, ସାହିତ୍ୟିକ ଯୋଗଦେବେ । ଓଡିଶାର ମାନ୍ୟବର ରାଜ୍ୟପାଳଦ୍ୱାରା ଏହାକୁ ଉଦ୍ଘାଟନ ଓ ମୁଖ୍ୟଅତିଥି ଭାବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବାପାଇଁ ଅନୁରୋଧ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।
bhasa
ଭାଷାକୁ ନେଇ ଜାତୀୟ ସ୍ତରରେ ଏଭଳି ସମ୍ମିଳନୀର ଆବଶ୍ୟକତା ଓ ସହଯୋଗ ବିଷୟରେ ଶ୍ରୀଯୁକ୍ତ ବୈ÷ଷ୍ଣବ ପରିଡା, ଡଃ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ୍, ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର ନିଜର ଅଙ୍ଗୀକାର ବଦ୍ଧତାକୁ ଦୋହରାଇବା ସହିତ ଓଡିଆ ଭାଷାର ପ୍ରଚାର, ପ୍ରସାର ଓ ସମୃଦ୍ଧିପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ । ଦ୍ୱିତୀୟ ଜାତୀୟ ଭାଷା ସମ୍ମିଳନୀର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡଃ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କମିଟି ସମ୍ପାଦକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ କାର୍ଯ୍ୟକ୍ରମ ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଏପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । କମିଟି ଉପାଧ୍ୟକ୍ଷ ପ୍ରଫେସର ଡଃ ଓଂକାରନାଥ ମହାନ୍ତି ଏହାର ରୂପରେଖ ଏବଂ ନିଆଯାଇଥିବା ପଦକ୍ଷେପ ଉପସ୍ଥାପନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ କରୁଣାକର ପଟ୍ଟନାୟକ, ଶିକ୍ଷାବିତ ପ୍ରଫେସର ନଟବର ଶତପଥୀ, ପ୍ରଫେସର ଡଃ. କିଶୋର ବାସା, ଡଃ. ନିବେଦିତା ମହାନ୍ତି, କୂୂଟନୀତିଜ୍ଞ ଶ୍ରୀ ଅବସର ବେଉରିଆ, ଶରତ ଭଦ୍ର, ଜାତିୟ ଅଭିଲେଖାଗାରର ଉପନିଦେ୍ର୍ଧଶକ ଡଃ ଲଲାଟେନ୍ଦୁ ଦାସମହାପାତ୍ର, ପ୍ରଫେସର ଶକୁନ୍ତଳା ବଳିୟାର ସିଂହ, ପ୍ରଫେସର ଅଜିତ ନାୟକ,ଗବେଷିକା ଶର୍ମିଷ୍ଠା ମହାପାତ୍ର, ଅରୁଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରିଥିଲେ ।

Share in top social networks!