ବିଜେପି ସ୍ୱତନ୍ତ୍ର ସଦସ୍ୟତା ଯୁବ ଅଭିଯାନକୁ ଆଶାତୀତ ସଫଳତା

ବିଜେପି ସ୍ୱତନ୍ତ୍ର ସଦସ୍ୟତା ଯୁବ ଅଭିଯାନକୁ ଆଶାତୀତ ସଫଳତା ମିଳିଛି । ଚଳିତ ମାସ ମାର୍ଚ୍ଚ ୯, ୧୦ ଓ ୧୧ ଏବଂ ୧୬, ୧୭ ଓ ୧୮ ଦୁଇଦଫାରେ ୬ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା । ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ବଳିଷ୍ଠ ନେତୃତ୍ୱ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାଦାୟୀ ବ୍ୟକ୍ତିତ୍ୱରେ ଅଭିମନ୍ତ୍ରିତ ହୋଇ ହଜାର ହଜାର ଯୁବକ ଓ ଯୁବତୀ ବିଜେପିରେ ସାମିଲ୍ ହୋଇଛନ୍ତି । ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତି ଅନୁରାଗ ଠାକୁରଙ୍କ ଆହ୍ୱାନକ୍ରମେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ପଶ୍ଚିମାଂଚଳ ରାଜ୍ୟ ସହ ସମକକ୍ଷ କରିବା ସହ ଭାରତକୁ ବିଶ୍ୱର ଏକ ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ପାଇଁ ମୋଦିଜୀ ଯେଉଁ ସଂକଳ୍ପ ଗ୍ରହଣ କରିଛନ୍ତି ତାହା ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଓ ଦୃଢ଼ତା ସୃଷ୍ଟି କରିଛି । ଅପରପକ୍ଷରେ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ବେକାରୀ ସମସ୍ୟାରେ ଯୁଝି ହେଉଥିବାବେଳେ ବିଜେଡ଼ି ସରକାର ପ୍ରତି ସେମାନଙ୍କର ଆସ୍ଥା ତୁଟିଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଛାତ୍ର ସମାଜ ଓ ଯୁବବର୍ଗ ବିଜେପିକୁ ହିଁ ବିକଳ୍ପ ବୋଲି ଗ୍ରହଣ କରିବା ସହ ଯେଉଁଭଳି ସ୍ୱତଃସ୍ଫୂର୍ତ ଭାବେ ଦଳରେ ସାମିଲ୍ ହୋଇଛନ୍ତି ତାହା ଦଳକୁ ଆହୁରି ଶକ୍ତିଶାଳୀ କରିଛି । ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟର ଦେଢ଼ କୋଟିରୁ ଉଦ୍ଧ୍ୱର୍ ଯୁବ ଓ ଛାତ୍ର ସମାଜ ପାଇଁ ଲଢ଼େଇ କରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିବା ସହ ନବାଗତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!