କୋଲଣଗିରିରେ ପୁଲିସ ଅତ୍ୟାଚାର ବନ୍ଦ ହେଉ ପିଡିତମାନଙ୍କୁ ରିଲିଫ୍ ଦିଆଯାଉ : ବିଜେପି

ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୋଲଣଗିରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଓ ଗୃହ ଦାହରେ ୨୭ ବଖରା ଘର ଜଳିଯିବାପରେ ପୁଲିସ ଗୋଟିଏ ଗୋଷ୍ଠୀକୁ ସମର୍ଥନ ଜଣାଇ ଅନ୍ୟ ଗୋଷ୍ଠି ଉପରେ କରୁଥିବା ମାତ୍ରାଧିକ ଅତ୍ୟାଚାରକୁ ରାଜ୍ୟ ମହିଳା ମୋର୍ଚ୍ଚା ତୀବ୍ର ନିନ୍ଦା କରିଛି ।

ମହିଳା ମୋର୍ଚ୍ଚା ସଭାପତି ସିମନ୍ତିନୀ ଜେନାଙ୍କ ଅଧ୍ୟକ୍ଷତାରେ ଘଟଣାର ସରଜମିନ୍ ତଦନ୍ତ କରାଯିବା ପରେ ଏବଂ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ନ ରଖିବାକୁ ନେଇ ପିଡିତା ରେଣୁ ମଲ୍ଲିକ, ପ୍ରମିଳା ମଲ୍ଲିକ, ରେବତୀ ମଲିକ ଓ ଉପେନ୍ଦ୍ର ମଲିକ, ପୂର୍ବତନ ସରପଞ୍ଚ ଲମ୍ବୋଦର ମଲିକଙ୍କ ନେତୃତ୍ୱରେ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ପୁଲିସ ଅତ୍ୟାଚାର ବିରୁଦ୍ଧରେ ନିଜର ଆପତ୍ତି ଜଣାଇଛନ୍ତି ।

ଆଜି ପୀଡିତମାନଙ୍କର ଏକ ୩୫ ଜଣିଆ ପ୍ରତିନିଧି ଦଳ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ନେତାମାନଙ୍କୁ ସାକ୍ଷାତ କରିବା ପରେ ରାଜ୍ୟ ସଂପାଦିକା ନିୟତି ଗିରି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ, ଦଳିତ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲିପ ମଲିକ, ନାରୀନେତ୍ରୀ ସୁଜାତା ବାରିକ, ଗୀତା ଦାସ, ମାନସୀ ମଞ୍ଜରୀ ରାଏ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ ପ୍ରମୁଖ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ସାକ୍ଷାତ କରି ପୋଲିସ୍ ଅତ୍ୟାଚାର ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବାସହରା ମାନଙ୍କୁ ୭ ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ସରକାରଙ୍କୁ ନିଦେ୍ର୍ଧଶ ଦେବାପାଇଁ କୁହାଯାଇଛି ।

ଏହି ସଂଘର୍ଷରେ ୧୫ ଟି ପରିବାରର ସଂମ୍ପୂର୍ଣ୍ଣ ରୁପେ ଗୃହଦାହ ହୋଇଥିବାର ସେମାନଙ୍କୁ ଇନ୍ଦିରା ଆବାସ ବା ବିଜୁ ପକ୍କାଘର ଯୋଗାଇ ଦେବା ସହିତ ଡାକ୍ତରଖାନାରେ ଚିକିସôିତ ହେଉଥିବା ପୀଡିତ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ବିଜେପି ତରଫରୁ ଦାବି କରାଯାଇଛି ।

Share in top social networks!