ନବକଳେବର ଡାକ ଟିକଟ ପାଇଁ ସଂସ୍କୃତି ବିଭାଗ ଅର୍ଥ ଦେବ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର-୨୦୧୫ ଅବସରରେ ଡାକ ଓ ତାର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଟିକଟ ପ୍ରକାଶନ ଓ ପ୍ରଥମ ଦିବସ ଲଫାପା ପ୍ରଚଳନ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛିା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏକ ଲକ୍ଷ ଡାକ ଟିକଟ ପ୍ରକାଶନ
ବାବଦରେ ପ୍ରାୟ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାଯାଇଛିା ଏହି ଅର୍ଥ ଓଡ଼ିଶା ରାଜ୍ୟ ସଂସ୍କୃତି ପରିଷଦ ପା=ିରୁ ଦିଆଯିବ ବୋଲି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତିା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବରକୁ ଦୃଷ୍ଟିରେ ରଖ# ସ୍ମାରକୀ ଡାକଟିକଟ ଓ ଲଫାପା ପ୍ରକାଶନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଥ#ଲାା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥ# ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ବୋଲି
କୁହାଯାଇଥ#ଲାା ତେବେ ଡାକ ଓ ତାର ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଡାକ ଟିକଟ ପ୍ରକାଶନ ବାବଦକୁ ଅର୍ଥ ରାଶି ପ୍ରଦାନ କରିବା ପାଇଁ କୁହାଯିବା ପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା

Share in top social networks!