କଟକରେ “ଆହାର’ ଯୋଜନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଜି ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉପସ୍ଥିତିରେ କଟକ ମହାନଗର ନିଗମ, ଓଡ଼ିଶା ଖଣି ନିଗମ ଏବଂ ଟଚ୍ ଷ୍ଟୋନ୍ ଫାଉଣ୍ଡେସନ୍ (ଯାହା କି “ଅକ୍ଷୟପାତ୍ର’ ଫାଉଣ୍ଡେସନ୍ର ଏକ ସହଯୋଗୀ ସଂସ୍ଥା) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ
ହୋଇଯାଇଛିା

ଏହି ଚୁକ୍ତିନାମା ଅନୁଯାୟୀ ଆସନ୍ତା ଅପ୍ରେଲ ପହିଲାଠାରୁ କଟକ ମହାନଗର ନିଗମ
ଅଞ୍ଚଳର ବାଦାମବାଡି ବସଷ୍ଟାଣ୍ଡ, ଶିଶୁଭବନ ଛକ, ମାଲ ଗୋଦାମ ଏବଂ ବଡ ମେଡିକାଲ ଠାରେ
ସମାଜର ଗରିବ ଶ୍ରେଣୀର ଲୋକମାନଙ୍କୁ ୫ ଟଙ୍କାରେ ଭାତ ଡାଲମା ଆକାରରେ ସୁସ୍ୱାଦୁ ମଧ୍ୟାହ୍ନ
ଭୋଜନ ଦିଆଯିବା ଏହା ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ
ସ୍ଥାନମାନଙ୍କରେ ବିକ୍ରୟ କରାଯିବା ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳର ଦୈନିକ ୪
ହଜାର ଲୋକ ଉପକୃତ ହେବୋ ଏହି ଖାଦ୍ୟ ବାବଦରେ ପ୍ରତି ଥାଳି ପିଛା ୨୦ଟଙ୍କା ଖର୍ଚ୍ଚ ହେବା
ଓଡ଼ିଶା ଖଣି ନିଗମ ଏହି ଖର୍ଚ୍ଚ ଅର୍ଥରୁ ୧୫ ଟଙ୍କା ତାହାର ସାମାଜିକ ଦାୟିତ୍ୱବୋଧ ପା=ିରୁ ଖର୍ଚ୍ଚ
ଭରଣା କରିବ ବୋଲି ଏହି ଚୁକ୍ତିନାମାରେ ଉଲ୍ଲେଖ ରହିଛିା ଏହି ଖର୍ଚ୍ଚ ଭରଣା ପାଇଁ ଓଡ଼ିଶା ଖଣି
ନିଗମ ପ୍ରଥମ ତିନିମାସରେ ୫୪ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରିବା ଏହା ଛଡା ପରିବହନ,
ଖାଦ୍ୟ ରନ୍ଧନ ଓ ବିତରଣ ସରଞ୍ଜାମ, ଜେନେରେଟର ଯୋଗାଣ, ଖାଦ୍ୟ ବିତରଣ କରିବା ବ୍ୟକ୍ତି
ବିଶେଷଙ୍କର ବେତନ ଓ ସେମାନଙ୍କର ପୋଷାକ ପରିଚ୍ଛଦ ଆଦି ଆନୁସଙ୍ଗିକ କାର୍ଯ୍ୟ ପାଇଁ ଖଣି
ନିଗମ ଏକକାଳୀନ ୬୪ ଲକ୍ଷ ଟଙ୍କା ପ୍ରଦାନ କରିବା ଏହିପରି ଓଡ଼ିଶା ଖଣି ନିଗମ ସମୁଦାୟ ୧
କୋଟି ୧୮ ଲକ୍ଷ ୬୦ ହଜାର ଟଙ୍କା ୩ ମାସ ପାଇଁ ଅଗ୍ରୀମ ଆକାରରେ ପ୍ରଦାନ କରିବା ରାଜ୍ୟର
ଅନ୍ୟାନ୍ୟ ସହରମାନଙ୍କରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଟାଟା, ନାଲକୋ ଏବଂ
ରାଉରକେଲା ଷ୍ଟିଲ ପ୍ଲାଣ୍ଟମାନଙ୍କୁ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛିା
ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ବାରବାଟି ବିଧାୟକ ଶ୍ରୀ ଦେବାଶୀଷ
ସାମନ୍ତରାୟ, କଟକ ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ, କଟକ ମହାନଗର ନିଗମର ମେୟର ଶ୍ରୀମତୀ
ଅନୀତା ନାୟକ, ଗୃହ ଓ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଶ୍ରୀ ଜି. ମାଥ#ଭାଥନନ୍, ଇସ୍ପାତ
ଓ ଖଣି ବିଭାଗ ସଚିବ ଶ୍ରୀ ଆର୍. କେ. ଶର୍ମା, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ
ଗିରୀଶ ଏସ୍.ଏନ୍, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଶିଶିର କୁମାର ରଥ,
“ଅକ୍ଷୟପାତ୍ର’ ଫାଉଣ୍ଡେସନ୍ର ସ୍ୱାମୀ ପଞ୍ଚରନ# ଦାସ ଏବଂ ଶ୍ରୀ ମହେଶ ପ୍ରଧାନ ପ୍ରମୁଖ ଉପସ୍ଥିତ
ଥ#ଲୋ

Share in top social networks!