ମାତୃତ୍ୱ, ନବଜାତ, ଶିଶୁ ସ୍ୱାସ୍ଥ୍ୟ ଏବଂ ଟୀକାଦାନ ଉପରେ କର୍ମଶାଳା

UNICEFPECOC ରାଜ୍ୟରେ ମାତୃ ଓ ଶିଶୁ ମୃତୁ୍ୟହାର କମିଥିଲେ ମଧ୍ୟ ଉଦ୍ବେଗଜନକ ଅବସ୍ଥାରେ ରହିଛି । ଅନୁନ୍ନତ ଅଞ୍ଚଳରେ ଦୁର୍ବଳ ବର୍ଗର ମହିଳା ଓ ଶିଶୁ ଠିକଣା ଭାବେ ସ୍ୱାସ୍ଥ୍ୟସେବା ପାଉନାହାନ୍ତି । ଏଥିପାଇଁ ଟୀକାଦାନ, ସ୍ୱଚ୍ଛ ପାନୀୟଜଳ ଯୋଗାଣ, ପରିଚ୍ଛନ୍ନତା ଏବଂ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ଆଦି କାର୍ଯ୍ୟକ୍ରମକୁ ଆଗେଇନେବାର ଆବଶ୍ୟକତା ରହିଛି । ନାଗରିକ ସଙ୍ଗଠନମାନେ ସାଧାରଣ ଲୋକଙ୍କୁ ଏ ଦିଗରେ ସଚେତନ କରାଇବା ସହିତ ମହିଳା, ନବଜାତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ସରକାର ଓ ସାଧାରଣ ଲୋକଙ୍କ ଭିତରେ ସଂଯୋଗର ସେତୁ ଭଳି କାର୍ଯ୍ୟ କରିବାକୁ ଏଠାରେ ଅନୁଷ୍ଠିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।
ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ପକ୍ଷରୁ ୟୁନିସେଫ୍ ସହଯୋଗରେ “ମାତୃତ୍ୱ, ନବଜାତ, ଶିଶୁ ସ୍ୱାସ୍ଥ୍ୟ , ଏବଂ ଟୀକାଦାନ” ଉପରେ ସ୍ୱେଚ୍ଛାସେବୀ ସଙ୍ଗଠନର ଭୂମିକା ଶୀର୍ଷକ ଏକ କର୍ମଶାଳାକୁ ଉଦ୍ଘାଟନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଦେ୍ର୍ଧଶିକା ଡାକ୍ତର ନିର୍ମଳା ଦେଇ କହିଥିଲେ ଯେ କେବଳ ସରକାରୀ ଡ଼ାକ୍ତରଖାନାରେ ହିଁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ମିଳିପାରୁଛି । ଏହାର ସୁଯୋଗ ନେବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି । ନିୟମିତ ଟୀକାକରଣ, ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ଆଦି କାର୍ଯ୍ୟକ୍ରମ ସହିତ ମା ଓ ଶିଶୁଙ୍କୁ କିପରି ଉତ୍ତମ ସେବା ଯୋଗାଇହେବ ସେ ଦିଗରେ ସ୍ୱେଚ୍ଛାସେବୀ ସଙ୍ଗଠନ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ । ୟୁନିସେଫ ଓଡିଶାର ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ମିନା ସୋମ ମା, ଶିଶୁ ଓ କିଶୋର ଅବସ୍ଥାରେ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଜାତୀୟସ୍ତରରେ ୧୮୪ଟି ଜିଲା ମା ଓ ଶିଶୁଙ୍କ ପାଇଁ ସର୍ବନିମ୍ନ ପ୍ରାଥମିକ ସେବା ଯୋଗାଇବା କ୍ଷେତ୍ରରେ ସମସ୍ୟାପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରେ ଓଡ଼ିଶାର ୧୦ଟି ଜିଲ୍ଲା ରହିଥିବା ଏହି ତଥ୍ୟରୁ ଜଣାପଡ଼ିଛି । ଏସବୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ୱିତ କରିବା ଉପରେ ସେ ମତ ରଖିଥିଲେ । ରାଜ୍ୟ ପରିବାର କଲ୍ୟାଣ ନିଦେ୍ର୍ଧଶାଳୟର ଯୁଗ୍ମ ନିଦେ୍ର୍ଧଶିକା ଡ଼ା.ବୀଣାପାଣି ନନ୍ଦ ଜନନୀ ସୁରକ୍ଷା ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିବାବେଳେ ଗ୍ରମାଞ୍ଚଳ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିଦେ୍ର୍ଧଶିକା ଡ଼ା.ରଞ୍ଜିତା ପଟ୍ଟନାୟକ ନିୟମିତ ଟିକାକରଣ ବିଷୟରେ ଆଲୋକପାତ କରିଥିଲେ । ୨୦୧୫ ଏପ୍ରିଲ ୧୫ରୁ ଜୁଲାଇ ୧୫ ମଧ୍ୟରେ ଏଥିପାଇଁ ଇନ୍ଦ୍ରଧନୁଶ କାର୍ଯ୍ୟକ୍ରମ ପ୍ରଚଳନ କରାଯିବ ଏବଂ ଏହା ମାଧ୍ୟମରେ ୭ ପ୍ରକାର ଟୀକାଦାନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଥିଲେ । ଅତିରିକ୍ତ ନିଦେ୍ର୍ଧଶକ ଡକ୍ଟର ଏଲ.ବି.ମିଶ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ ଜନସାଧାରଣଙ୍କ ଭିତରେ ନାଗରିକ ସଙ୍ଗଠନ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ହେଲ୍ଥ ରିସୋର୍ସ ସେଣ୍ଟର ଟିମ ଲିଡ଼ର ଡ଼କ୍ଟର ଡ଼ି.କେ.ପଣ୍ଡା ଜନସାଧାରଣଙ୍କ ପାଖରେ ବିଶେଷ ଭାବେ ଅପହଞ୍ଚ ଅଞ୍ଚଳରେ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।
ପିକକ୍ର ସଂପାଦକ ରଞ୍ଜନ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ୟୁନିସେଫ୍ ଓଡ଼ିଶା ପକ୍ଷରୁ କମୁ୍ୟନିକେସନ ସ୍ପେସାଲିଷ୍ଟ ଅଳକା ଗୁପ୍ତା କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ସମ୍ପର୍କରେ ଅବତାରଣା କରିବା ସହିତ ସ୍ୱଳ୍ପ ବୟସରେ ବିବାହ ନେଇ ବହୁ ସମୟରେ ଅଭିଯୋଗ ଉଠୁଥିବାରୁ ବିବାହ ପଞ୍ଜୀକରଣ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଭାର କ୍ଷମାକର ସ୍ୱାଇଁ, ବିଜିଭିଏସର ଉଷାରାଣୀ ବେହେରା, ସମାଜସେବୀ ସୁଦର୍ଶନ ଦାସ ପ୍ରମୁଖ କର୍ମଶାଳାରେ ନିଜର ମତ ରଖିଥିଲେ । ପିକକ୍, ଏନ.ସି.ସି.ଆର୍. ଏବଂ ୟୁନିସେଫର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ୭୫ ଜଣ ପ୍ରତିନିଧି ଯୋଗଦେଇଥିଲେ । ଶେଷରେ ଡଃ. ଏମ୍. ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ । ପିକକ୍ର କାର୍ଯ୍ୟକ୍ରମ ପରିଚାଳିକା ଜ୍ୟୋତି ମହାପାତ୍ର, ଜ୍ୟୋତିଶଂକର ମହାନ୍ତି, ତେନଜିଙ୍ଗ୍ ସୋଭାପତି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Share in top social networks!