NALCO ପକ୍ଷରୁ ୩୨୨ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଡିଭିଡ଼େଣ୍ଡ ଘୋଷଣା ।

କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଣାଳୟ ଅଧିନସ୍ଥ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟେକ ୫ ଟଙ୍କା ମୂଲ୍ୟ ବିଶିଷ୍ଟ ଶେୟାର ପ୍ରତି ୧.୨୫ ଟଙ୍କା ହାରରେ ୩୨୨.୧୫ କୋଟି ଟଙ୍କା ଡ଼ିଭିଡ଼େଣ୍ଡ ପ୍ରଦାନ କରାଯିବା ବିଷୟ ଘୋଷଣା କରାଯାଇଛି । ଏହା କମ୍ପାନୀର ୧୨୮୮.୬୨ କୋଟି ଟଙ୍କା ମୂଲ୍ୟର ପେଡ଼୍-ଅପ୍ ଇକ୍ୱିଟୀ କ୍ୟାପିଟାଲ୍ର ୨୫% ଅଟେ । ଗତ କାଲି ନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ କମ୍ପାନୀର ବୋର୍ଡ ଅଫ୍ ଡ଼ାଇରେକ୍ଟରସ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲ୍କୋ, ୧୯୯୨ ମସିହା ପରଠାରୁ ପ୍ରତି ଆର୍ଥôକ ବର୍ଷରେ ଡ଼ିଭିଡ଼େଣ୍ଡ ପ୍ରଦାନ କରିଆସୁଛି । ବିଗତ ୨୦୧୩-୧୪ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୩୮୬.୫୯ କୋଟି ଟଙ୍କାର ଡ଼ିଭିଡ଼େଣ୍ଡ ଘୋଷଣା କରିଥିଲା ।
ନାଲ୍କୋ ଏ ଯାବତ୍ ସମୁଦାୟ ୪୯୦୬ କୋଟି ଟଙ୍କା ଡ଼ିଭିଡ଼େଣ୍ଡ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୪୨୩୪ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

Share in top social networks!