ମାର୍ଚ ୨୦-୨୧ରେ ନବ କଳେବରର ସମୀକ୍ଷା କରିବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଡ. ଶର୍ମା

dharmendra କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ପର୍ଯଟନ ମନ୍ତ୍ରୀ ଡା. ମହେଶ ଶର୍ମାଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବ କଳେବର କାର୍ଯକ୍ରମର ସମୀକ୍ଷା କରିବା ସହ ଆସନ୍ତା ୨୦ ଓ ୨୧ ତାରିଖରେ ଉଭୟ ମନ୍ତ୍ରୀ ଓଡିଶାରେ ଉପସ୍ଥିତ ରହି ସବିଶେଷ ସମୀକ୍ଷା କରିବେ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମହାପ୍ରଭୁଙ୍କ ନବକଳେବର ରଥଯାତ୍ରାକୁ ସାରା ଦୁନିଆରେ ବିସ୍ତୃତ ପ୍ରଚାର ପ୍ରସାର କରିବା ପାଇଁ କେନ୍ଦ୍ର ପର୍ଯଟନ ବିଭାଗ
ସହ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବିଶେଷ ଭାବରେ କାର୍ଯ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା
ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପର୍ଯଟନ ବିଭାଗ ତରଫରୁ ଶ୍ରୀଜଗନ୍ନାଥଙ୍କ ଉପରେ ଏକ ସୁଦଶ୍ୟ କଫିଟେବଲ ବୁକ ସହ ଏକ
ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରିବ । କେନ୍ଦ୍ର ସରକାରଙ୍କ ତରଫରୁ ବିଶେଷ ଭାବରେ ପ୍ରସ୍ତୁତ ମୁଦ୍ରା ଓ ଡାକଟିକଟ ପ୍ରସ୍ତୁତ
କରାଯିବ ।

କେନ୍ଦ୍ର ପର୍ଯଟନ ବିଭାଗ ଏହି ଧାର୍ମିକ କାର୍ଯକ୍ରମ ପାଇଁ ୫୦ କୋଟି ଟଙ୍କାର ଖର୍ଚ ଅନୁମୋଦନ କରିଥିବା ବେଳେ କେନ୍ଦ୍ର
ସରକାର ଏଥ# ପାଇଁ ଅତିରିକ୍ତ ବଜେଟ ବ୍ୟବସ୍ଥା କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଶା ସରକାରଙ୍କର ପର୍ଯଟନ
ବିଭାଗ, ହୋଟେଲ ଶିଳ୍ପ, ଟୁରିଷ୍ଟ ଗାଇଡ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯଟନ ବିଭାଗ ମିଳିତ ଭାବରେ କାର୍ଯ କରି ଆଗାମୀ
ନବ କଳେବର ରଥଯାତ୍ରାକୁ ବିଶେଷ ଆନ୍ତରାଷ୍ଟ୍ରୀୟ ପର୍ଯଟନ କାର୍ଯକ୍ରମର ରୂପ ଦେବା ପାଇଁ ଚେଷ୍ଟା କରିବେ ବୋଲି ମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥ#ବା ପର୍ଯଟନ ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ଯେ ଓଡିଶାର
ବିସ୍ତୃତ ୪୫୦ କିମି ଦୀର୍ଘ ବେଲାଭୂମିକୁ ପର୍ଯଟନ କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ କାର୍ଯକ୍ରମ ହାତକୁ ନିଆଯିବ ।
ନବ କଳେବର ଅବିସ୍ମରଣୀୟ ଘଟଣାରେ ପରିବର୍ତିତ କରିବା ପାଇଁ ପଦକ୍ଷେପରେ କୌଣସି କମି ରଖାଯିବ ନାହିଁ ବୋଲି
ପର୍ଯଟନ ମନ୍ତ୍ରୀ ଶ୍ରୀ ଶର୍ମା ଗଣମାଧ୍ୟମକୁ କହିଛନ୍ତି ।

Share in top social networks!