Utkal ଆଲୁମିନା ବିରୁଦ୍ଧରେ ବିଜେପିର ରାଜ୍ୟ ପ୍ରଦୂଷଣ ନିୟତ୍ରଣ ବୋର୍ଡରେ ଅଭିଯୋଗ

ଓଡିଶା ରାଜ୍ୟ ବିଜେପିର ଏକ ତଦନ୍ତକାରୀ ଦଳ ଉକôଳ ଆଲୁମିନା ଇଂଟରନ୍ୟାସନାଲ ଲିଃର ରାୟଗଡା ଜିଳ୍ଲା କାଶୀପୁର ବ୍ଲକ୍ରେ ଥିବା ବାଫ୍ଲିମାଲି ମାଇନିଂ ଅଂଚଳ ପରିଦର୍ଶନ କରି ପରିବେଶକୁ ଧ୍ୱଂସ କରିବା ସହିତ ବିନା କାରଣରେ କମ୍ପାନୀ କିପରି ସେ ଅଂଚଳରେ ୧୪୪ ଧାରା ଜାରିକରି ଜନଜୀବନକୁ ବିପର୍ଯ୍ୟସ୍ତ କରୁଛି ତାର ରିପୋର୍ଟ ଦେବାପରେ ଆଜି ବିଜେପିର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଓଡିଶା ରାଜ୍ୟ ପରିବେଷ ପ୍ରଦୂଷଣ ନିୟତ୍ରଣ ବୋର୍ଡର ସଦସ୍ୟ ସଚିବକୁ ସାକ୍ଷାତ କରି କମ୍ପାନୀ ବିରୁଦ୍ଧରେ ତଦନ୍ତ କରିବା ପାଇଁ ଏକ ଦଶ ଦଫା ଦାବୀ ପତ୍ର ଦେଇଛନ୍ତି ।
ଏଥିରେ ବୃକ୍ଷରୋପଣ ନକରି ବୃକ୍ଷରୋପଣ କରାଯାଇଛି ବୋଲି ମିଥ୍ୟା ରିପୋର୍ଟ ଦେବା, ବିଭିନ୍ନ ଡ୍ରେନେଜ୍ ସିଷ୍ଟମ୍ରେ ଉପଯୁକ୍ତ ଟ୍ରିଟ୍ମେଂଟ ନକରି ସେସବୁକୁ ଝରଣା ଓ ନଦୀ ଜଳରେ ପକାଇ ଜଳକୁ ଦୂଷିତ କରିବା , ରାସ୍ତା ଘାଟର ବ୍ୟବସ୍ଥା ନକରିବା , ଉପଯୁକ୍ତ ରକ୍ଷଣା ବେକ୍ଷଣର ବ୍ୟବସ୍ଥା ନକରି ବିପଜ୍ଜନକଭାବେ ବ୍ଲାଷ୍ଟିଂ କରିବା , ଆଦିବାସୀ ସଂପ୍ରଦାୟର ମୁଖ୍ୟ ଦେବତା ବାଫଲିଙ୍କ ବିଜେସ୍ଥଳୀକୁ ଯାଉଥିବା ରାସ୍ତାଘାଟକୁ ବିଚ୍ଛିନ୍ନ କରି ସେମାନଙ୍କ ସଂସ୍କୃତି ଓ ଧର୍ମକୁ ନଷ୍ଟ କରିବାକୁ ଉଦ୍ୟମ କରିବା ପ୍ରଭୃତି ସଂଙ୍ଗୀନ ଆରୋପ ସହିତ କାଶୀନଗର ବ୍ଲକ୍ରେ ଆଇନ୍ର ଶାସନ ପରିବର୍ତେ କମ୍ପାନୀର ଶାସନ ଚାଲିଛି ବୋଲି ଅଭିଯୋଗ କରିବା ସହିିତ ତୁରନ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି । ସୀମିତ ସମୟ ଭିତରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ବିଜେପି ଏହାକୁ ନେଇ ବଡ ଧରଣର ଆନେ୍ଦାଳନର ଡାକରା ଦେବ ବୋଲି ରାଜ୍ୟ ସରକାରଙ୍କୁ ସତର୍କ କରାଇଦେଇଛି ।
ବିଜେପି ନେତା ଶିବଶଂକର ଉଳ୍ଲାକାଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ପୃଥୀରାଜ ହରିଚନ୍ଦନ, ସଂପାଦକ ଭୃଗୁ ବକ୍ସିପାତ୍ର, ଡଃ ଯତୀନ ମହାନ୍ତି ଓ ପ୍ରଭାତୀ ପରିଡା, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସୀମନ୍ତିନୀ ଜେନା ରାଜ୍ୟ ମୁଖପାତ୍ର ସମୀର ମହାନ୍ତି ଓ ସଜ୍ଜନ ଶର୍ମା , ତଫସିଲଭୁକ୍ତ ଜାତି ମୋର୍ଚ୍ଚା ସାଧାରଣ ସଂପାଦକ ଦିଳ୍ଳିପ୍ ମଲ୍ଲିକ୍ , ଖୋରଧା ଜିଲ୍ଲା ସଭାପତି ସୁଦୀପ୍ତ ରାୟ, ବିଜେପି ବାର୍ତା ମୁଖ୍ୟ ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଡଃ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ନେତା ଏହି ଦଳରେ ଯାଇ ସଚିବ ସଦସ୍ୟଙ୍କୁ ସାକ୍ଷାତ କରିଥିଲେ ।

Share in top social networks!