ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରିଣୀର ପୁର୍ନଗଠନ

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଆଜି ରାଷ୍ଟ୍ୀୟ ସ୍ତରରେ ବିଜେପି କାର୍ଯ୍ୟକାରିଣୀର ପୁର୍ନଗଠନ କରିଛନ୍ତି । ଏହି ପୁର୍ନଗଠିତ କାର୍ଯ୍ୟକାରିଣୀରେ ୧୧୧ ଜଣ ସଦସ୍ୟ, ୨୭ ଜଣ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ, ୪୦ ଜଣ ବିଶେଷ ଆମନ୍ତ୍ରିତ ସଦସ୍ୟ ଏବଂ ପ୍ରତି ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ବିଜେପି ନେତା, ରାଜ୍ୟ ସଭାପତି ଏବଂ ରାଜ୍ୟ ସଂଗଠନ ଦାୟୀତ୍ୱରେ ଥିବା ସାଧାରଣ ସଂପାଦକ ସଦସ୍ୟ ରୁପେ ରହିଛନ୍ତି । ଏହି ନବଗଠିତ କାର୍ଯ୍ୟକାରିଣୀରେ ଓଡିଶାରୁ ବିଶ୍ୱଭୂଷଣ ହରିଚନ୍ଦନ,ବିଜୟ ମହାପାତ୍ର, ସୁରେଶ ପୂଜାରୀ, ଓ ଦିଲ୍ଲିପ୍ ରାୟ, ବିଶେଷ ଆମନ୍ତ୍ରିତ ସଦସ୍ୟ ରୁପେ ରାଜ୍ୟ ବିଧାନ ସଭାରେ ବିଜେପି ଦଳ ନେତା ବସନ୍ତ ପଣ୍ଡା, ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରସନ୍ନ ମିଶ୍ର, ସାଧାରଣ ସଂପାଦକ (ସଂଗଠନ) ସଦସ୍ୟ ରହିଛନ୍ତି । ଏହି ମର୍ମରେ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା କେନ୍ଦ୍ରୀୟ କାର୍ଯ୍ୟାଳୟର କାର୍ଯ୍ୟାଳୟ ସଂପାଦକ ଇଂ. ଅରୁଣ କୁମାର ଜୈନଙ୍କର ପତ୍ର ଇମେଲ ଜରିଆରେ ରାଜ୍ୟ କାର୍ଯ୍ୟାଳୟରେ ପହଂଚିଛି ।

Share in top social networks!