ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଗ୍ଲୁକୋମା ପାଇଁ ବିରଳ ‘ଭିସ୍କୋନାଲୋଷ୍ଟୋମି’ ଅସ୍ତ୍ରୋପଚାର ପୂର୍ବ ଭାରତରେ ପ୍ରଥମ

lpvpeiଭିସ୍କୋନାଲୋଷ୍ଟୋମି, ଏକ ପ୍ରକାର ଅଭେଦ୍ୟ ସୋଧନ କଳା ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ, ଭୁବନେଶ୍ୱର ପ୍ରଥମ ଥର ପାଇଁ ପୂର୍ବ ଭାରତରେ ସମ୍ପନ୍ନ କରି ପୁନର୍ବାର ଇତିହାସ ସୃଷ୍ଟି କରିଛନ୍ତି । ପ୍ରତିଷ୍ଠାନର ଗ୍ଲୁକୋମା ବିଶେଷଜ୍ଞ (ପରାମର୍ଶଦାତା) ଡଃ ଅପର୍ଣ୍ଣା ରାଓ ଏ ବର୍ଷ ଫେବୃୟାରୀ ମାସରେ ୩୮ ବର୍ଷରୁ ୬୨ ବର୍ଷ ବୟସ ମଧ୍ୟରେ ୩ ଜଣ ରୋଗୀଙ୍କ ଉପରେ ଉକ୍ତ ଅସ୍ତ୍ରୋପଚାର କରିଥିଲେ । ଏହି ଅସ୍ତ୍ରୋପଚାର କୌଶଳ ସ୍ଲେମ୍ସ କେନାଲ୍ (ଚକ୍ଷୁ ଜଳାଭରସ ନିଷ୍କାସନର ମୁଖ୍ୟ ପଥ) ଉପରେ ଲକ୍ଷ୍ୟ ରଖିଥାଏ । ଉକ୍ତ କେନାଲ୍ର ଚିହ୍ନଟ ଅସ୍ତ୍ରୋପଚାର ସମ୍ବନ୍ଧିୟ ସବିଶେଷ ଜ୍ଞାନକୌଶଳ ଉପରେ ନିର୍ଭରଶୀଳ ହେତୁ ଏହା ସାଧାରଣ କାର୍ଯ୍ୟ ପ୍ରଣାଳୀ ବୋଲି ଧରି ହେବ ନାହିଁ । ଯେଉଁ ରୋଗୀମାନଙ୍କର ପ୍ରଚଳିତ ପ୍ରଣାଳୀ ଟ୍ରାବିକୁ୍ୟଲେକେଟ୍ମୀ ଦ୍ୱାରା ଜଟିଳ ସମସ୍ୟା ଉପୁଜିବାର ଆଶଙ୍କା ଥାଏ ସେମାନଙ୍କ ପାଇଁ ଭିସ୍କୋନାଲୋଷ୍ଟୋମି ଏକ ଉକ୍ରୃଷ୍ଟ ବିକଳ୍ପ । ଏହି ଅସ୍ତ୍ରୋପଚାର ନିମ୍ନ ଅନ୍ତର୍ଚକ୍ଷୁ ଚାପ ସମ୍ପର୍କିତ ସମସ୍ୟା, ମୁଖ୍ୟତଃ ଯୁବକ ଓ କିଶୋରାବସ୍ଥାର ମୁକ୍ତକୋଣୀୟ ଗ୍ଲକୋମା ଏବଂ ଶିଶୁମାନଙ୍କ ପାଇଁ ଉପଯୋଗୀ ।
ଗ୍ଲକୋମା ଭାରତ ବର୍ଷ ଅପ୍ରତ୍ୟାବର୍ତ୍ତୀ ଅନ୍ଧତ୍ୱର ଏକ ମୂଖ୍ୟ କାରଣ । ଅନ୍ତର୍ଚକ୍ଷୁ ଚାପ ହେତୁ ଦୃଷ୍ଟିବାହୀ ସ୍ନାୟୁ ନଷ୍ଟ ହୋଇ ଏହି ରୋଗ ଅନ୍ଧତ୍ୱ ସୃଷ୍ଟି କରିଥାଏ । ଅଧୁନା ଭାରତ ବର୍ଷରେ ପ୍ରତ୍ୟେକ ଅଷ୍ଟମ ବ୍ୟକ୍ତି ବିଶେଷ ଅର୍ଥାତ୍ ପ୍ରାୟ ୪୦ ବର୍ଷ ବା ତତୋଧିକ ବୟସ୍କ ବ୍ୟକ୍ତି ଗ୍ଲକୋମା ରୋଗରେ ଆକ୍ରାନ୍ତ ବା ଏହାର ସମ୍ଭାବ୍ୟ ଆକ୍ରାନ୍ତ ସ୍ଥିତିରେ ଅଛନ୍ତି । ୧୧.୨ ନିୟୁତ ଭାରତୀୟ ଗ୍ଲକୋମା ରୋଗୀଙ୍କ ମଧ୍ୟରୁ ୧.୧ ନିୟୁତ ଅନ୍ଧ । ଡଃ ଅପର୍ଣ୍ଣା ରାଓ ତାଙ୍କର ଅନୁଭୂତିରୁ କହନ୍ତି ଭିସ୍କୋନାଲୋଷ୍ଟୋମି ଗ୍ଲକୋମା ନିୟନ୍ତ୍ରକ ଔଷଧର ସଂଖ୍ୟା କମାଇବାରେ ସାହାଯ୍ୟ କରିଥାଏ । ଅଧୁନା ବିଜ୍ଞାନର ଅଗ୍ରଗତୀ ହେତୁ ଆମ୍ଭେ ସୂକ୍ଷ୍ମଦର୍ଶୀ ରୋଗୀମାନଙ୍କୁ ସାହାଯ୍ୟ କରିପାରୁଛୁ । ଏହା ଭାରତୀୟ ଜନତାଙ୍କ ପାଇଁ ଏକ ବର ହୋଇପାରିବ । ଯେଉଁଠି ଔଷଧର ଦାମ୍ ଅଧିକାଂଶ ଲୋକଙ୍କ ପାଇଁ ଏକ ଆର୍ଥିକ ବୋଝ ।
ବିଶ୍ୱବ୍ୟାପୀ ୬୧ ନିୟୁତ ଲୋକ ଗ୍ଲକୋମା ଭୋଗିଥାନ୍ତି । ଏହି ସଂଖ୍ୟା ୨୦୨୦ ବେଳକୁ ପ୍ରାୟ ୮୦ ନିୟୁତ ଛୁଇଁଥିବ । ଗ୍ଲକୋମାଜନିତ ଅନ୍ଧତ୍ୱ ୮୦ ଶତକଡ଼ା ନିରାକରଣ କରିହେବ । ତଥାପି ୩ ନିୟୁତ ବ୍ୟକ୍ତି ସାରା ପୃଥିବୀରେ ଗ୍ଲକୋମା ହେତୁ ଅନ୍ଧ । ବିଶ୍ୱର ଅନ୍ଧ ଓ ଦୃଷ୍ଟଶକ୍ତିବାଧିତଙ୍କ ମଧ୍ୟରୁ ୨/୩ ଭାଗ ମହିଳା । ଯଦିଓ ଗ୍ଲକୋମାର ସଠିକ୍ କାରଣ ସ୍ପଷ୍ଟ ଭାବରେ ଜଣାପନି ନାହିଁ ତଥାପି ଏହା ଷ୍ଟିରଏଡ୍ର ଅହେତୁକ ବ୍ୟବହାର, ଚକ୍ଷୁ କ୍ଷତ ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଜଟିଳ ସମସ୍ୟା ଯୋଗୁ ହୋଇପାରେ । ଗ୍ଲକୋମା ସାଧାରଣତଃ ୪୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଭାବିତ କରେ । ଉଚ୍ଚ ସମୀପଦୃଷ୍ଟି ଦୋଷ, ମଧୁମେହ ରୋଗ ଓ ବଂଶଗତ ଗ୍ଲକୋମା ଇତିହାସ ଥିଲେ ବ୍ୟକ୍ତି କଳା ମୋତିଆ ବିନ୍ଦୁ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବେଶୀ ।
ସମାଜ ବା ଗୋଷ୍ଠୀର ୯୦ ଶତକଡ଼ା ଗ୍ଲକୋମା ଚିହ୍ନଟ ହୋଇପାରେ ନାହିଁ । ଜନ ସଚେତନତାର ଅଭାବ ହିଁ ଏହାର ମୁଖ୍ୟ କାରଣ ।
ଅଧିକାଂଶ ରୋଗୀ ଜାଣନ୍ତି ନାହିଁ ଯେ –
କ. ସେମାନେ ଗ୍ଲକୋମା ଆକ୍ରାନ୍ତ କାରଣ ଏହି ରୋଗର ଲକ୍ଷଣ ବହୁତ ବିଳମ୍ବରେ ପ୍ରକାଶ ପାଏ ଯେତେବେଳେ ଦୃଷ୍ଟି ଶକ୍ତି କମିଯାଏ ସେତେବେଳେ ହିଁ ବ୍ୟକ୍ତି ଡାକ୍ତରଙ୍କୁ ଦେଖାଇଲେ ଚିହ୍ନଟ ହୋଇଥାଏ ।
ଖ. ସେମାନେ ଏତେ ବିଳମ୍ବରେ ଚକ୍ଷୁ ପରାମର୍ଶଦାତାଙ୍କୁ ଦେଖା କରନ୍ତି ଯେତେବେଳେକି ସେମାନଙ୍କ କାର୍ଯ୍ୟକ୍ଷମ ଦୃଷ୍ଟିଶକ୍ତି ଫେରାଇବା ପ୍ରାୟତଃ ଅସମ୍ଭବ ହୋଇପଡ଼େ ।
ଗ. ସଅଳ ନିଦାନ ରୋଗର ପ୍ରଗତିକୁ ହ୍ରାସ କରିବାରେ ଓ ଅନ୍ଧତ୍ୱରୁ ନିବୃତ୍ତ ରଖିଥାଏ ।
ଘ. ଏଭଳି ପରିସ୍ଥିତିକୁ ନିୟମିତ ଚକ୍ଷୁ ପରୀକ୍ଷା ଦ୍ୱାରା ରୋକାଯାଇପାରିବ ।

Share in top social networks!