ସାମ୍ପ୍ରତିକ ବଜେଟରେ ଅଛି ବିକାଶର ଦୀର୍ଘସ୍ଥାୟୀ ବ୍ୟବସ୍ଥା

ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ‘ପରିଚର୍ଚ୍ଚା ବଜେଟ୍ – ୨୦୧୫’ ସମ୍ପର୍କିତ ଏକ ଆଲୋଚନା ଚକ୍ର ଇଂ ଅଭୟ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ
ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମଂଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ ଡକ୍ଟର ଧୀରେନ୍ଦ୍ର ନନ୍ଦ ସମସ୍ତ ଅତିଥି ମାନଙ୍କୁ ନାରିକେଳ ଏବଂ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ଅର୍ଥନୀତି ବିଶେଷଜ୍ଞ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଦେଶର ୧୧୬ କୋଟି ସାଧାରଣ ବର୍ଗ ଲୋକଙ୍କ ପାଇଁ ବିଭିନ୍ନ ସାମାଜିକ ନିରାପ•ା ଯୋଜନା ସମ୍ପର୍କରେ ଚଳିତ ବର୍ଷ ବଜେଟରେ ଉଲ୍ଲେଖ କରାଯାଇଛି ।

ଦରିଦ୍ର ଓ ଅବହେଳିତ ବର୍ଗଙ୍କ ଜୀବନରେ ପରିବ•ର୍ନ, ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ଏବଂ ସେମାନଙ୍କ ଉତ୍ଥାନ ସରକାରଙ୍କ ମୂଳ ଲକ୍ଷ୍ୟ ହୋଇଛି । ଓଡିଶାକୁ ସ୍ୱତନ୍ତ୍ର ଆର୍ଥôକ ଅନୁଦାନ ନ ଦେଇ ବିହାର ଓ ପଶ୍ଚିମବଙ୍ଗକୁ ଦେବା ଉପରେ ଯୁକ୍ତି ଦର୍ଶାଇ କହିଲେ ଓଡିଶା ଗରିବ ରାଜ୍ୟ ହେଲେ ମଧ୍ୟ ଓଡିଶାରେ ଆଜିସୁଦ୍ଧା ୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ଯୋଜନା ଅଛି । କୋଇଲା ଏବଂ ଖଣିଜ ଦ୍ରବ୍ୟ ନିଲାମ ହେଲେ ଓଡିଶା ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ପାଇପାରିବ ।

ଏଠାରେ ପ୍ରଚୁର ଖଣିଜ ଦ୍ରବ୍ୟ ଥିବାରୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ମଧ୍ୟ ସମ୍ଭବ ହୋଇପାରିବ । ମଂଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ କହିଲେ ବଜେଟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟିକ ସଂସ୍ଥାମାନଙ୍କୁ ଅର୍ଥ ଯୋଗାଣ ପାଇଁ ‘ମୁଦ୍ରା’ ବ୍ୟାଙ୍କ ଗଠନ ପ୍ରସ୍ତାବ, ଶିକ୍ଷିତ ଯୁବ ଗୋଷ୍ଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଷ୍ଟାଟ୍-ଅପ୍’ କମ୍ପାନୀଗୁଡ଼ିକୁ ଅର୍ଥ ଯୋଗାଣ, କାରିଗରି ଓ ଅନ୍ୟାନ୍ୟ ବ୍ୟବସାୟିକ ସହାୟତା ପାଇଁ ‘ସେତୁ’ ଯୋଜନା ବେଶ୍ ସ୍ୱାଗତ ଯୋଗ୍ୟ । କିନ୍ତୁ ‘ଜିଏଏଆର୍’କୁ ଆସନ୍ତା ଦୁଇ ବର୍ଷ ପାଇଁ ଲାଗୁ ନ କରିବା ଦ୍ୱାରା ଏହା ବିଦେଶୀ ପୁଞ୍ଜିନିବେଶ (ଏପଡିଆଇ)କୁ ପ୍ରୋସôାହନ ଦେବ ଯାହାକୁ କି ମଂଚ ବିରୋଧ କରି ଆସିଛି । ଭାରତୀୟ ଜନତା ପାର୍ଟିର ଓଡିÿଶା ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ଯୋଗଦେଇ କହିଲେ ଆସନ୍ତା ୨୦୨୨ ସୁଦ୍ଧା ସହରା•ଳରେ ୨କୋଟି ଏବଂ ଗ୍ରାମା•ଳରେ ୪କୋଟି ବାସଗୃହ ନିର୍ମାଣ ସହିତ ୨୪ ଘ•ିଆ ବିଦୁ୍ୟତ୍ ଯୋଗାଣ ସହିତ ସ୍ୱଚ୍ଛ ପାନୀୟ ଜଳ, ପାଇଖାନା ଓ ସଡକ ସଂଯୋଗ
ଯୋଗାଇଦେବା, ପ୍ରତି ପରିବାରରୁ ଅନୂ୍ୟନ ଜଣକୁ ନିଯୁକ୍ତି ପ୍ରଦାନ, ପ୍ରତ୍ୟେକ ଗ୍ରାମ ଓ ସହରରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା, ପ୍ରତି ପିଲା ପାଇଁ ୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏକ ସିନିୟର ସେକେଣ୍ଡାରୀ ସ୍କୁଲ ସ୍ଥାପନା, ଗ୍ରାମା•ଳ ଅର୍ଥନୀତିକୁ ସୁଦୃଢ଼ କରିବା, ସମସ୍ତ ଗ୍ରାମକୁ ସଂଚାର ସଂଯୋଗୀକରଣ, ସ୍କିଲ ଇଣ୍ଡିଆ ଜରିଆରେ ଭାରତକୁ ଉପôାଦନ ସ୍ଥଳ କରି ଗଢିତୋଳିବା ଭଳି ଚଳିତ ବଜେଟରେ ଥିବା ସମସ୍ତ ଦୀର୍ଘସ୍ଥାୟୀ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଖରେ ପହଂଚିବା ଦରକାର ।

budget ଓଡିÿଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା କହିଲେ ସାରା ଦେଶରେ ଏକ ପ୍ରକାର ଏବଂ ସରଳ ଟିକସ ବ୍ୟବସ୍ଥା ପ୍ରଚଳନ ହେଲେ ଟିକସ ଚୋରି ବନ୍ଦ ହେବା ସହିତ ଦେଶର ସାଧାରଣ ଜନତା ଏବଂ ସରକାର ଲାଭବାନ୍ ହୋଇପାରିବେ । କାର୍ଯ୍ୟକ୍ରମ ସଂଯୋଜକ ପ୍ରଭାସ ମିଶ୍ର ରେଳ ବଜେଟ୍, କେନ୍ଦ୍ର ବଜେଟ୍ ଓ ରାଜ୍ୟ ବଜେଟ୍ର ସାରମର୍ମକୁ ଉପସ୍ଥାପନ କରି ଏହାର ସୂକ୍ଷ୍ମ ଦିଗ ଗୁଡିକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଶେଷରେ ମହାନଗର
ସଂଯୋଜକ ବିଜୟ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଂଚର ପ୍ରାନ୍ତ ପ୍ରଚାର ପ୍ରମୁଖ ପ୍ରସନ୍ନ ଛୋଟରାୟ, ନିର୍ମଳ ଷଡଙ୍ଗୀ, ଡା. ସଜିବ ପଣ୍ଡା, ଗୋବିନ୍ଦ ନୟକ, ବିଜୟ କୁମାର ପାତ୍ର, ଦୁର୍ଯେ୍ୟାଧନ କାଠୁଆ, ଜଗନ୍ନାଥ ପଟ୍ଟନାୟକ, ସତ୍ୟସୁନ୍ଦର ଦାଶ, ଅର୍ପଣ ଘୋଷ୍ ପ୍ରମୁଖଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟବସାୟୀ, ଶିକ୍ଷାବିତ୍, ବୁଦ୍ଧିଜୀବି, ସାମ୍ବାଦିକ ଓ ସମାଜସେବୀ ଯୋଗଦେଇ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।

Share in top social networks!