ଉପ-ନିର୍ବାଚନରେ ବିଜୟିନୀ ଡଃ ନମିତାରାଣୀ ପଣ୍ଡାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉଚ୍ଛ୍ୱସିତ ସମ୍ବର୍ନ୍ଧନା

bmccorporatorବ୍ରହ୍ମପୁର ମହାନଗର ନିଗମର ଉପନିର୍ବାଚନରେ ନିର୍ବାଚିତ ହୋଇଥିବାରୁ ଡଃ ନମିତାରାଣୀ ପଣ୍ଡାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଉଚ୍ଛ୍ୱସିତ ସମ୍ବର୍ନ୍ଧନା ଦିଆଯାଇଛି । ଆଜି ସେ ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ , ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ମନ୍ତ୍ରୀ ପ୍ରସନ୍ନ କୁମାର ମିଶ୍ର ଏବଂ ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ନ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଜିଳ୍ଲା ବିଜେପି ସଭାପତି ବିଜୟ କୁମାର ସ୍ୱାଇଁ , ପୂର୍ବତନ ମେୟର ଶିବ ଶଂକର ଦାଶ, ଜିଳ୍ଲା ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଏନ୍.ଋାଜେନ୍ଦ୍ର କୁମାର ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଭାତ କିରଣ ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଡଃ ପଣ୍ଡା ତାଙ୍କ ବିଜୟକୁ ବିଜେପିର ବିଜୟ ବୋଲି କହିଥିଲେ ।

Share in top social networks!