‘ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସଲେନ୍ସ) ଓ ଦୁଇଟି ଚେୟାର ପ୍ରତିଷ୍ଠା ହେବ -ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା

bhasadivasଭାଷା ହେଉଛି ସଂସ୍କୃତିର ବାହକ, ସମ୍ପର୍କ ଓ ଆବେଗର ସେତୁା ଭାଷାଗତ ସଂପର୍କର ବିକଳ୍ପ ନାହିାଁ ମାତୃଭାଷା ହେଉଛି ମାଆ ଓ ହୃଦୟର ଭାଷାା ସେଥ#ରେ ଆମର ଆବେଗ, ଆଗ୍ରହ ଓ ଉତ୍କ=ା ପର୍ଯ୍ୟବସିତା କେବଳ ମାତୃଭାଷା ଜରିଆରେ ଭାବପ୍ରକାଶର ପରମ ସ୍ୱାଧୀନତା ମିଳିଥାଏା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିରେ ସମସ୍ତେ ଏହାର ସମୃଦ୍ଧି ଓ ସଂରକ୍ଷଣ ଦିଗରେ ଆଗ୍ରହୀ ହେବା ଉଚିତ୍ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତିା
ଆଜି ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସମାରୋହର ଉଦ୍ଘାଟକ ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚଳନ ଓ ଅଭିବୃଦ୍ଧି ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥ#ଲେ ମଧ୍ୟ ବେସରକାରୀ ସ୍ତରରେ ମାତୃଭାଷାର ସମୃଦ୍ଧି ନିମନ୍ତେ ସର୍ବାଧ#କ ଉଦ୍ୟମ ହୋଇପାରିବା ସେ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଲେଖକ-ସାହିତି୍ୟକ ଏବଂ ସଂଗଠକ ତଥା ସମାଜକର୍ମୀମାନଙ୍କୁ ଏ ଦିଗରେ ଅନ୍ତଃକରଣରେ ତତ୍ପରତା ପ୍ରକାଶ କରିବାକୁ ଅନୁରୋଧ ଜଣାଇବା ସହିତ ରାଜ୍ୟ ସରକାର ଖୁବ୍ ଶୀଘ୍ର ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସଲେନ୍ସ) ଓ ଦୁଇଟି ବିଶ୍ୱବିଦ୍ୟାଳୟରେ ଦୁଇଟି ଚେୟାର ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି କହିଥ#ଲୋ
ଖ୍ୟାତନାମା ଭାଷାବିଜ୍ଞାନୀ ତଥା ପ୍ରାବନ୍ଧିକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ବିଶିଷ୍ଟ ଅତିଥ# ଭାବରେ ତାଙ୍କର ମତାମତ ଦେଇ କହିଲେ ଯେ କେବଳ ଭାବପ୍ରବଣତା ନୁହେଁ ବରଂ ଓଡ଼ିଆ ଭାଷାରେ ଜ୍ଞାନଭଣ୍ଡାର ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ା ସେ ଓଡ଼ିଆ ଭାଷାକୁ ଆକର୍ଷଣୀୟ ଓ ବ୍ୟାପକ ପ୍ରଚଳନସାପେକ୍ଷ କରିବା ଉପରେ ଗୁରୁତ୍ୱ ଦେଇଥ#ଲୋ ପ୍ରାଚୀନ ଓଡ଼ିଆ ପୁସ୍ତକର ଡିଜିଟାଇଜେସନ୍ ସାଙ୍ଗକୁ ସର୍ଜନଶୀଳ ରଚନା ବ୍ୟତୀତ ଅନ୍ୟ ବିଷୟର ପୁସ୍ତକ ରଚନା ନିମନ୍ତେ ୨ଟି ମର୍ଯ୍ୟାଦାଜନକ ପୁରସ୍କାର ପ୍ରବର୍ତ୍ତନ ପାଇଁ ପ୍ରଫେସର ଦାଶ ପ୍ରସ୍ତାବ ଦେଇଥ#ଲୋ ସଂସ୍କୃତି ବିଭାଗର ସଚିବ ଡ. ଅରବିନ୍ଦ କୁମାର ପାଢୀ କହିଲେ ଯେ ଏଣିକି ଭାଷା ଦିବସ ଯଥେଷ୍ଟ ପ୍ରଭାବି ଢଙ୍ଗରେ ପାଳିତ ହେବ ଏବଂ ପ୍ରୟାସକୁ ସବୁସ୍ତରରେ ପ୍ରୋତ୍ସାହନ ଦେଲେ ଓଡ଼ିଆ ଭାଷାର ଭବିଷ୍ୟତ ନେଇ କୌଣସି ଆଶଙ୍କା ରହିବ ନାହିାଁ
ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ବର୍ଷୀୟାନ୍ ସାହିତି୍ୟକ ଶ୍ରୀ ସାତକଡି ହୋତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଦାସ ମଧ୍ୟ ବକ୍ତବ୍ୟ ରଖ#ଥ#ଲୋ
ସଭାରେ ରାଜ୍ୟସ୍ତରରେ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପର୍ଯ୍ୟାୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥ#ବା ୧୪ ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥ#ଲାା ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ “କ୍ଲାସିକାଲ ଓଡ଼ିଆ ଇନ୍ ହିଷ୍ଟୋରିକାଲ୍ ପର୍ଫେକ୍ଟିଭ୍’ ଓ “କୋଣାର୍କ’ ପତ୍ରିକାର ଭାଷା ବିଶେଷାଙ୍କ ସମେତ ୭ଟି ପୁସ୍ତକ ଲୋକାର୍ପିତ ହୋଇଥ#ଲାା ଏକାଡେମୀର ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ପ୍ରାରମ୍ଭରେ ସୂଚନା ପ୍ରଦାନ ପ୍ରସଙ୍ଗରେ ଅତିଥ#ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଭାଷା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥ#ଲେ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଭାବରେ ଭାଷା ବନ୍ଦନା ପରିବେଷଣ କରିବା ସହିତ ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥ#ଲୋ ଏକାଡେମୀର ଉପସଭାପତି ତଥା ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ୍ ଉପସଂହାର ବକ୍ତବ୍ୟ ଦେଇ ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!