ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ମୁଖପାତ୍ର ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର ଯୋଗଦେଇ ଓଡିଆ ଭାଷାକୁ ଦୈନଦିନ ଜୀବନରେ ଭାବ ବିନିମୟର ମୁଖ୍ୟ ମାଧ୍ୟମରୁପେ ବ୍ୟବହାର ଓ ଓଡିଆରେ ସୃଜ୍ଜନାତ୍ମକ ସହିତ୍ୟ ସୃଷ୍ଟି ପାଇଁ ସବୁସ୍ତରରେ ଉଦ୍ୟମ ଆରମ୍ବ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ମୁଖପାତ୍ର ସଜ୍ଜନ ଶର୍ମା ଓଡିଆରେ ସବୁ ସରକାରୀ ଫାଇଲରେ କାର୍ଯ୍ୟ କରିବାକୁ ଏବଂ ମୁଖ୍ୟମନ୍ତ୍ରୀ ଓଡିଆରେ ଫାଇଲରେ ତାଙ୍କ ମନ୍ତବ୍ୟ ଲିପିବଦ୍ଧ କରିବାକୁ ଆଜିଠାରୁ ଆରମ୍ବ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଏହି ସଭାରେ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସୀମନ୍ତିନୀ ଜେନା, ସଂପାଦିକା ପ୍ରଭାତୀ ପରିଡା, ବିଜେପି ବାର୍ତାର ମୁଖ୍ୟ ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,୍ ଦିଲ୍ଲିପ୍ରାଜ ବେହେରା, ଆଇ.ଟି ସେଲର ସଂଯୋଜିକା ଲେଖାଶ୍ରୀ ସାମନ୍ତସିଂହାର, ମିଡିଆ ସେଲର ସୁଜିତ୍ ଦାସ, ବିଜେପି ବାର୍ତାର ମନୋରଂଜନ ପଟ୍ଟନାୟକ, ସବୁସ୍ତରରେ ଓଡିଆରେ ସବୁବେଳେ କହିବା, ସହିତ୍ୟ ସୃଷ୍ଟି କରିବା, ସହିତ୍ୟ ପ୍ରତିକା ଓ ବିଭିନ୍ନ ପୁସ୍ତକ ମେଳାରୁ ଓଡିଆ କିଣିବା ପାଇଁ ସବୁ ଓଡିଆ ଆଗେଇ ଆସିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।

Share in top social networks!