ସରକାରୀ ଛାତ୍ରୀ ନିବାସରେ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାର ପ୍ରତିବାଦରେ ରାଜଭବନ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା : ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ରାଜ୍ୟ ସରକାରଙ୍କର ସମାଜ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସରେ ୪ ଜଣ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାର ପ୍ରତିବାଦରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ତରଫରୁ ମାର୍ଚ୍ଚ ୧୩ ତାରିଖ ଶୁକ୍ରବାର ସକାଳ ୧୦ରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଓଡିଶା ରାଜଭବନ ସମ୍ମୁଖରେ ଏକ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ।

ନାବାଳିକା ମାନଙ୍କର ସନ୍ତାନ ପ୍ରସବ କରିବା ଘଟଣା ରାଜ୍ୟର ତଫସିଲ ଭୁକ୍ତ ଜାତି ଓ ଉପ ଜାତିମାନଙ୍କ ପ୍ରତି ସରକାରଙ୍କର ହେୟ ମନୋଭାବ , ଦାୟୀତ୍ୱ ହୀନତା ଓ ସର୍ବୋପରି ଭ୍ରଷ୍ଟାଚାର ଶାସନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରୁଛି । ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ କଳଙ୍କିତ ଘଟଣାର ଦଳ ମତ ନିର୍ବିଶେଷରେ ରାଜ୍ୟର ସବୁ ମା ଭଉଣୀମାନେ ପ୍ରତିବାଦ କରିବା ପାଇଁ ଆଗେଇ ଆସିବା ଉଚିତ୍ ଏବଂ ଆମର ପ୍ରସ୍ତାବିତ ରାଜଭବନ ସମ୍ମୁଖନରେ ଆୟୋଜିତ ହେବାକୁ ଥିବା ଗଣଧାରଣାରେ ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସୀମନ୍ତୀନି ଜେନା ଏବଂ ରାଜ୍ୟ ବିଜେପି ସଂପାଦିକା ପ୍ରଭାତୀ ପରିଡା ଓ ନିୟତି ଗିରି ଆହ୍ୱାନ ଦେଇଛନ୍ତି ।

Share in top social networks!