ବ୍ରହ୍ମପୁରବାସୀଙ୍କୁ ବିଜେପିର ଅଭିନନ୍ଦନ

ବ୍ରହ୍ମପୁର ମହାନଗର ନିଗମର ଉପ-ନିର୍ବାଚନରେ ଡଃ ନମିତାରାଣୀ ପଣ୍ଡା ନିର୍ବାଚିତ ହୋଇଥିବାରୁ ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ବ୍ରହ୍ମପୁରବାସୀଙ୍କ ନିକଟରେ କୃତଞ୍ଜତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ବିଜେପି ନେତା ଓ କାର୍ଯ୍ୟକର୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ୱାର୍ଡ ନଂ ୨୬ର ଉପରୋକ୍ତ ଆସନ କଂଗ୍ରେସର ଗଡ କହିଲେ ଅତ୍ୟୁକ୍ତି ହେବନାହିଁ କିନ୍ତୁ ଧିରେ ଧିରେ ଦେଶ ଓ ରାଜ୍ୟ ରାଜନୀତିରେ କଂଗ୍ରେସ ଅପ୍ରାସଙ୍ଗିକ ହୋଇପଡିଛି । ବିଜେଡି ପ୍ରତି ଲୋକଙ୍କର ମୋହ ଭଙ୍ଗ ହୋଇଛି । ଉକ୍ତ ନିର୍ବାଚନରେ ବିଜେପି ପ୍ରତି ଜନସମର୍ଥନ ବଢିଥିବା ପ୍ରମାଣିତ ହୋଇଛି । ଆଗାମୀ ଦିନ ପୋ÷ର ନିର୍ବାଚନରେ ଏହି ଧାରା ବଜାୟ ରହିବ ବୋଲି ଶ୍ରୀ ସିଂହଦେଓ ଆଶା ପ୍ରକାଶ କରିଛନ୍ତି ।

Share in top social networks!