ବକେୟା କେନ୍ଦ୍ରୀୟ ଅଂଶଧନ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିବେଦନ

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପରିକଳ୍ପନା ଅନ୍ତର୍ଗତ
ଭିତ୍ତିଭୂମିର ବିକାଶ ପାଇଁ ପ୍ରୋଜେକଫ ଆପ୍ରାଇଜଲ ବୋର୍ଡ ଦ୍ୱାରା ଅନୁମୋଦିତ ହୋଇଥ#ବା କେନ୍ଦ୍ରୀୟ ଅଂଶଧନ
ବାବଦକୁ ୧୨୩୫୧.୫୫ ଲକ୍ଷ ଟଙ୍କା ବକେୟା ରହିଛି । ଉକ୍ତ ଅନୁଦାନ ମିଳିବାରେ ବିଳମ୍ବ ହେଉଥ#ବାରୁ
ବିଦ୍ୟାଳୟମାନଙ୍କର ଭିତ୍ତିଭୂମି ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି । ଏହାର ଗୁରୁତ୍ୱ ଉପଲବ୍ଧ# କରି ବିଦ୍ୟାଳୟ
ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ବକେୟା ଅନୁଦାନ ପ୍ରଦାନ ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ
ମନ୍ତ୍ରୀ ଶ୍ରୀମତୀ ସ୍ମ&ୃତି ଯୁବିନ୍ ଇରାନୀଙ୍କୁ ଅନୁରୋଧ କରି ପତ୍ର ଲେଖ#ଛନ୍ତି ।

Share in top social networks!