ନାରୀ ସମାଜର ପ୍ରଗତି ଓଡ଼ିଶା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ

atanusabyasachiବିଜୁବାବୁଙ୍କ ଉଦ୍ୟମରେ ୧୯୯୨ ମସିହାରେ ମହିଳାମାନଙ୍କୁ ପନ୍ଚାୟତରାଜ ଅନୁଷ୍ଠାନରେ ସାମିଲ କରିବା, ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା, ଗର୍ଭବତୀ ଓ ପ୍ରସୂତୀମାନଙ୍କୁ ମମତା ଯୋଜନାରେ ସହାୟତା ପ୍ରଦାନ କରିବା, ଛାତ୍ରୀମାନଙ୍କୁ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି ପାଇଁ ସାଇକେଲ୍ ପ୍ରଦାନ କରିବା, ଗର୍ଭବତୀ, ପ୍ରସୂତୀ ଓ ଶିଶୁମାନଙ୍କୁ ଡାକ୍ତରଖାନା ନେବାକୁ ୧୦୨ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା , ଏପରିକି ପ୍ରସୂତୀ ମହିଳାମାନଙ୍କୁ ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ । ଏଥିପାଇଁ ଆଜି ରାଜ୍ୟ ଗର୍ବିତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ଗତକାଲି ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳାମାନଙ୍କ ଉଦେ୍ଧଶ୍ୟରେ ନିଜର ଅଭିଭାଷଣ ରଖି ମହିଳା ମାନଙ୍କ ବିକାଶ ଦିଗରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ପନ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ୨୭ ଗୋଟି ପନ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା, ବ୍ଲକ ତୃପ୍ତିର କର୍ମଚାରୀବୃନ୍ଦ, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସମେତ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ୧୪୧୩ ଜଣ ବିକଳାଙ୍ଗ, ବିଧବା ଓ ବୃଦ୍ଧା ମାନଙ୍କୁ ଭତା ବନ୍ଟନ କରିବା ସହ ୨୦୦ରୁ ଉଦ୍ଧ୍ୱର୍ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆବର୍ତନ ପାଣ୍ଠି ବନ୍ଟନ କରିଥିଲେ । ମହିଳା ଭିନ୍ନକ୍ଷମଙ୍କୁ ମଧ୍ୟ ସାଇକେଲ ପ୍ରଦାନ କରାଯାଇଥିଲା । ଦୁସ୍ଥ ପରିବାର ଭାବେ ଚଢ଼ାଇଗୁଆଁ ଗ୍ରାମର ମାଳତୀ ପାହିଲିଙ୍କୁ ତୃପ୍ତି ତରଫରୁ ଆର୍ଥିକ ସହାୟତା ପ୍ରଦାନ ସହ ୩୫ କିଲୋ ଚାଉଳ ଦିଆଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ କୈଳାସ ଚନ୍ଦ୍ର ବେହେରା, ସିଡ଼ିପିଓ କ୍ରୀଷ୍ଣପ୍ରୀୟା ପାଣିଗ୍ରାହୀ, ତୃପ୍ତିର ଟିମ୍ ଲିଡ଼ର ପ୍ରକାଶ ଚନ୍ଦ୍ର ସେଠୀ, ଏସିଓ ସଂଗ୍ରାମ କେଶରୀ ବେହେରା, ସମାଜସେବୀ ସୁରଭି ଜେନା, ଆତ୍ମା ଅଧ୍ୟକ୍ଷ ଅଶୋକ ମହାପାତ୍ର, ବ୍ରଜେନ୍ଦ୍ର ଜେନା, ଶ୍ରୀଧର ସାମଲ, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ସାମନ୍ତରାୟ, ସରପଞ୍ଚ ନିଗମାନନ୍ଦ ବେହୁରା, ମନୋଜ ପାତ୍ର, ବାଦଲ ସେନାପତି, ଦିଲ୍ଲିପ ବେହୁରା, ବିମଳା ଦେଓ, ମୀନାରାଣୀ ପରିଡ଼ା ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।

Share in top social networks!