Mindfire Solutions ପକ୍ଷରୁ ଡିଡିଏମ୍ ଆଇ. ଟି. କୁଇଜ୍ର ୫ମ ସଂସ୍କରଣ ଅନୁଷ୍ଠିତ

ddmଦେବାଷିସ ଦାସ ମେମୋରିଆଲ୍ ନାମକ ଜାତୀୟ ସ୍ତରିୟ କୁଇଜ୍ ପ୍ରତିଯୋଗିତାର ୫ମ ସଂସ୍କରଣ ଆଜି ଭୂବନେଶ୍ୱର ଠାରେ ମାଇଁଣ୍ଡଫାୟାର୍ ସଲୁ୍ୟସନ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଭାରତର ବିଭିନ୍ନ ଇଂଜିନିୟରିଂ ଓ ମ୍ୟାନେଜ୍ମେଣ୍ଟ କଲେଜରୁ ପାଖାପାଖି ୩୦୦ରୁ ଅଧିକ ଟିମ୍ (ପ୍ରତି ଟିମ୍ରେ ୨ଟି ଛାତ୍ର/ଛାତ୍ରୀ) ଏହି ପ୍ରତିଯୋଗିତାରେ ଭାଗ ନେବା ସହିତ ନିଜର ପ୍ରତିଭା ଓ ବୁଦ୍ଧିମତାର ପରିଚୟ ଦେଇଥିଲେ । ଭାରତର ଆଗଧାଡିର ଆଇ.ଟି. ସର୍ଭିସ୍ ପ୍ରୋଭାଇଡର୍ମାନଙ୍କ ମଧ୍ୟରେ ଅନ୍ୟତମ ମାଇଁଣ୍ଡଫାୟାର୍ ସଲୁ୍ୟସନ୍ସ୍ ସବୁଥର ଭଳି ଏଥର ମଧ୍ୟ ଏହାକୁ ସଫଳତାର ସହିତ ଆୟୋଜନ କରିଥିଲା ।
ଭାରତର ବିଭିନ୍ନ ଟେକ୍ନିକାଲ୍ ଓ ମ୍ୟାନେଜ୍ମେନ୍ଟ୍ ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆଧାରିତ ଏହି କୁଇଜ୍ ପ୍ରତିଯୋଗିତାଟି ସ୍ୱର୍ଗତଃ ଦେବାଷିସ ଦାସଙ୍କର ସ୍ମୃତିରେ ଆୟୋଜନ କରାଯାଇଥିଲା । ଦେବାଷିସ ଦାସ ଜଣେ ଭଲ ବ୍ୟକ୍ତିତ୍ୱ ସହିତ ମାଇଁଣ୍ଡଫାୟାର ସଲୁ୍ୟସନ୍ସ୍ର ଜଣେ ଅତି ଭଲ ଓ ପ୍ରତିଭାବାନ୍ କର୍ମଚାରୀ ଥିଲେ । ୩୦୦ ରୁ ଅଧିକ ଟିମ୍ ଏହି ପ୍ରତିଯୋଗିତାରରେ ଭାଗ ନେଇଥିଲେ ଏବଂ ସବୁଠାରୁ ଖୁସିର ବିଷୟ ହେଉଛି ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ଓଡିଶା, ଆନ୍ଧ୍ର ପ୍ରଦେଶ, ଉତର ପ୍ରଦେଶ, ତାମିଲ୍ନାଡୁ, କର୍ଣ୍ଣାଟକ, ଦିଲ୍ଲୀ ଇତ୍ୟାଦି ରାଜ୍ୟରୁ ଆସିଥିଲେ । ଆଇ.ଆଇ.ଟି., ଆଇ.ଆଇ.ଏମ୍.ଏସ୍., ଏନ୍.ଆଇ.ଟି.ଏସ୍., ବି.ଆଇ.ଟି.ଏସ୍., ଏକ୍ସ୍.ଆଇ.ଏମ୍.ବି. ଭଳି ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ କେ.ଆଇ.ଆଇ.ଟି.(କିଟ୍), ଏନ୍.ଆଇ.ଏସ୍.ଟି., ଓ.ଇ.ସି., ଆଇ.ଟି.ଇ.ଆର୍., ସି.ଇ.ଟି., ସିଲିକନ୍, କେ.ଆଇ.ଏସ୍.ଡି ଭଳି ଓଡିଶାର ବିଭିନ୍ନ ଇଂଜିନିଅରିଂ କଲେଜ୍ରୁ ଏହି ଛାତ୍ରଛାତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ ।
ପ୍ରତିଯୋଗିତା ଶେଷରେ ବିଜେତାମାନେ ଟ୍ରଫି ଓ ସର୍ଟିଫିକେଟ୍ ସହିତ ୧୦୦୦୦୦, ୫୦୦୦୦ ଓ ୩୦୦୦୦ ଟଙ୍କା ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ବିଜେତା ଭାବେ ପୁରଷ୍କାର ଗ୍ରହଣ କରିଥିଲେ । ଏହା ବ୍ୟତିତ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ମଧ୍ୟ ଆଇପଡ୍, ଟିସର୍ଟ, ପେନ୍ଡ୍ରାଇଭ୍ ଭଳି ଅନେକ ଆକର୍ଷଣୀୟ ପୁରସ୍କାର ଦିଆଯାଇଥିଲା ।
ସ୍ୱର୍ଗତଃ ଦେବାଷିସ ଦାସ ଜେ.ଆଇ.ଟି.ଏମ୍. ପାରଳାଖେମୁଣ୍ଡିରୁ ଇଂଜନିୟରିଂ କରିଥିବା ବେଳେ, ଆଇ.ଆଇ.ଟି. ଖଡଗପୁରରୁ୍ ନିଜର ଏମ୍.ବି.ଏ. ଡିଗ୍ରୀ ସଂମ୍ପୂର୍ଣ୍ଣ କରିଥିଲେ । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ପ୍ରତିଭାବାନ୍ ବ୍ୟକ୍ତିତ୍ୱଙ୍କର ଜୀବନ ଯାତ୍ରାର ପରିସମାପ୍ତି ଘଟିଥିଲା । ଆଇ.ଟି. ଉପରେ ଜାତୀୟ ସ୍ତରରେ କୁଇଜ୍ ପ୍ରତିଯୋଗିତାର କରିବାର ତାଙ୍କର ପ୍ରଗାଢ ଇଛା ଥିଲା ।
ଏହି ପ୍ରତିଯୋଗିତା ରେ ସନ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ମାଇଁଣ୍ଡଫାୟାର ସଲୁ୍ୟସନ୍ସ୍ ର ସିଇଓ ଚିନ୍ମୟ ପଣ୍ଡା କହିଥିଲେ, “ଏହି କୁଇଜ୍ ପ୍ରତିଯୋଗିତା ସ୍ୱର୍ଗତଃ ଦେବାଷିସ ଦାସଙ୍କର ପରିକଳ୍ପନା ଥିଲା । ସେ ଜଣେ ଭଲ ଟିମ୍ ଲିଡର୍, ପ୍ରତିଭାବାନ୍ ବ୍ୟକ୍ତିତ୍ୱ ସହିତ ଜଣେ ଅତି ଭଲ ଓ ବନ୍ଧୁତ୍ୱପୂର୍ଣ୍ଣ ସହକର୍ମୀ ଥିଲେ । ତାଙ୍କର ଇଛାକୁ ସମ୍ମାନ ଜଣାଇବା ଉଦେ୍ଧଶ୍ୟରେ ମାଇଁଣ୍ଡଫାୟାର ସଲୁ୍ୟସନ୍ସ୍ ୨୦୧୧ ଠାରୁ ଏହି ପ୍ରତିଯୋଗିତାର ଆୟୋଜନ କରିଆସୁଛି । ପ୍ରତିଯୋଗି ମାନଙ୍କର ଏହିଭଳି ସହଯୋଗ ଓ ଉତ୍ସାହ ରହିଲେ ଭବିଷ୍ୟତରେ ଆମେ ଏହି ପ୍ରତିଯୋଗିତାକୁ ସାରା ବିଶ୍ୱରେ ପରିଚିତ କରାଇପାରିବୁ ।”
ମାଇଁଣ୍ଡଫାୟାର ସଲୁ୍ୟସନ୍ସ୍ ବିଷୟରେ:
୧୯୯୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏବଂ ଗ୍ଲୋବାଲ୍ ମାର୍କେଟ୍କୁ ନିଜର ୭୦୦ ପ୍ରତିଭାବାନ୍ ଇଂଜିନିଅର୍ମାନଙ୍କ ସହିତ ସଫ୍ଟଓୟାର୍ ଡେଭ୍ଲପ୍ମେଣ୍ଟ ଓ ଟେଷ୍ଟିଙ୍ଗ ସେବା ଯୋଗାଇବା କ୍ଷେତ୍ରରେ ବିଭିନ୍ନ ଆୱାର୍ଡ ପାଇଥିବା କମ୍ପାନି ମାଇଁଣ୍ଡଫାୟାର ସଲୁ୍ୟସନ୍ସ୍ର ଏବେ ଭାରତରେ ୩ଟି କେନ୍ଦ୍ର ରହିଛି । ନିଜ ଲୋକଙ୍କର ତଥା ନିଜର ଆକ୍ଳାନ୍ତ ପରିଶ୍ରମ ବଳରେ ହିଁ କଂପାନୀ ଡଲୋଇଟେ ଟେକ୍ନୋଲୋଜି ଫାଷ୍ଟ ୫୦ ଇଣ୍ଡିଆ ଆୱାର୍ଡ ୨୦୧୩ ଏବଂ ୨୦୧୪, ଡଲୋଇଟେ ଟେକ୍ନୋଲୋଜି ଫାଷ୍ଟ ୫୦୦ ଏସିଆ ପେସିଫିକ୍, ଡନ୍ ଆଣ୍ଡ ବ୍ରାଡ୍ଷ୍ଟି୍ରଟ୍ ଫଗେ୍ଧଷ୍ଟ ଗ୍ରୋଇଙ୍ଗ ଏସ୍ଏମ୍ଇ ୨୦୧୩ ଆୱାର୍ଡ, ରେଡ୍ ହେରିଂ ଟପ୍ ୧୦୦ ଏସିଆ ଆୱାର୍ଡ ଓ ଜିନୋଭ୍ ଜିଏସ୍ପିଆର୍ ୨୦୧୪ ଆଦି ପୁରସ୍କାର ଜିତିବାରେ ସଫଳ ହୋଇଛି । ଆଇଏସ୍ଓ ୯୦୦୧:୨୦୦୮ ଏବଂ ଆଇଏସ୍ଓ ୨୭୦୦୧:୨୦୦୫ ସାର୍ଟିଫିକେସନ୍ ସହିତ ରେକଗ୍ନାଇଜ୍ ହୋଇଆସୁଥିବା ମାଇଁଣ୍ଡଫାୟା ସଲୁ୍ୟସନ୍ସ୍ ନାସ୍କମ୍ର ଏକ ଅବିଛିନ୍ନ ସଦସ୍ୟ ଅଟେ ।

Share in top social networks!