ସ୍ମୃତି ସମୀକ୍ଷା: ରିପୋର୍ଟ ମାଗିଲା ତୃତୀୟ ମହଲା

 

ଳେଖକ ଜ୍ୟୋତିପ୍ରକାଶ; ଯେ କୌଣସି ମୁହୂର୍ତରେ କୌଣସି ଏକ ଅନାହୁତ ଝଡର ଆଶଙ୍କା । ଏଆଡେ ପୁଣି ତଥାକଥିତ ଭାବମୂର୍ତ୍ତିର ସଙ୍କଟ । ଦଳ ଭିତରେ ହଇଚଇ । ଏମିତି ଗୋଟେ ସମସ୍ୟା ଭିତରେ ପଡିଥିବା ସରକାର ଏବେ ନିଜକୁ ଘଷି ମାଜି ସଫା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ରାଜ୍ୟର କୌଣସି ନିଭୃତ କୋଣରେ ପଡିଥିବା ସ୍ମୃତିକୁ ସମୀକ୍ଷା କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ସେଇ ଅନୁସାରେ ସବୁ ବିଭାଗକୁ ରିପୋର୍ଟ ମାଗିଛନ୍ତି ସରକାର । କହିଛନ୍ତି – ଗୋଟି ଗୋଟି କରି ସେସବୁର ଟିକିନିଖି ଯାଞ୍ଚ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ମଗା ଯାଇଛି ଏ ରିପୋର୍ଟ । ସଚିବାଳୟର ଚଳଚଞ୍ଚଳ ତୃତୀୟ ମହଲା ଆରମ୍ଭ କରିଛି ଏ ପ୍ରକ୍ରିୟା । ପ୍ରତି ବିଭାଗର ସଚିବ, ଶାସନ ସଚିବ ଆଉ ପ୍ରମୁଖ ଶାସନ ସଚିବଙ୍କୁ ସରକାର ଏ ରିପୋର୍ଟ ମାଗିଛନ୍ତି । ସରକାରୀ ସୂଚନା ଅନୁସାରେ- ବିଗତ ବର୍ଷମାନଙ୍କରେ ନିଜେ ମୁଖ୍ୟମନ୍ତ୍ରୀ ଶହ ଶହ ପ୍ରକଳ୍ପର ଶୁଭ ଦେଇ ଥିଲେ । ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ଏବେ ଦେଖା ଯାଉଛି ସେ ସବୁ ସେମିତି ବିକ୍ଷିପ୍ତ ଅବସ୍ଥାରେ ପଡିଛି । ନା କେହି ତାହାର ଯତ୍ନ ନେଉଛି, ନା ପ୍ରକଳ୍ପର କାମ ଇଞ୍ଚେ ବି ଆଗେଇଛି । ବରଂ ଅବହେଳିତ ଅବସ୍ଥାରେ ସେଗୁଡିକ ପାଲଟି ଯାଇଛି ସ୍ମୃତି ସ୍ତମ୍ଭ । ଯେଉଁ ବିଭାଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଗୁଡିକର ଶୁଭ ଦେଇଥିଲେ, ସେଇ ବିଭାଗ ଗୁଡିକ ବି ସମସ୍ତ କଥା ପାସୋରି ଦେଇଛନ୍ତି । ଯାହା ସରକାରଙ୍କ ପାଇଁ ବେଶ ଅଡୁଆଜନକ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଏମିତି ଏକ ଅବସ୍ଥାରେ ସରକାର ଏକ ଅପମାନଜନକ ଅବସ୍ଥାରୁ ଉତୁରିବା ନିମନ୍ତେ ରିପୋର୍ଟ ମାଗିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି । ରିପୋର୍ଟ ଆସିବା ପରେ ନିଜେ ମୁଖ୍ୟମନ୍ତ୍ରୀ ସେ ସମସ୍ତ ପ୍ରକଳ୍ପର ସମୀକ୍ଷା ଖୋଦ କରିବେ ।

ବିଜେଡିରେ ମେ 29 ରାତିରେ ଉଠିଥିବା ଝଡ କ୍ରମଶଃ ସରକାରଙ୍କ ଭାବମୂର୍ଟିକୁ ଗିଳିବାକୁ ବସିଥିଲା । ଯେଉଁଥିରୁ ନବୀନ ପଟ୍ଟନାୟକ ସରକାର ବାହାରି ଆସିଛନ୍ତି । ତେବେ ବି ରାଜ୍ୟର ଦୁରନ୍ତ ଇଲାକାରେ ପଡି ରହିଥିବା ସେଇ ସ୍ମୃତି ଗୁଡିକ ସରକରଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି । ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଏଥିପାଇଁ ଆରମ୍ଭ କରିଛନ୍ତି ଉଦ୍ୟମ । ସଚିବାଳୟ ପରିସରରେ ପାରିଜାତ ଫୁଲ ସାମ୍ନାରେ ଫୋଟୋପୋଜ ତାହାରି ସଜ ଉଦାହରଣ । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ।ଲୟ ପକ୍ଷରୁ ମଗା ଯାଇଥିବା ରିପୋର୍ଟକୁ ଅତ୍ୟନ୍ତ ଗୁରୁତ୍ଵର ଶହ ନେବା ପାଇଁ ବିଭାଗ ଗୁଡିକୁ ନିର୍ଦେଶ ଦିଅ। ଯାଇଥିବା ସମ୍ପୃକ୍ତ ସରକାରୀ ଅଧିକାରୀ ଜଣକ କହିଛନ୍ତି ।

Share in top social networks!