ନାଲ୍‍କୋ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

intwomenଆନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ୍‍ ୭ ତାରିଖରେ, ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ, ମହିଳା, ଶିଶୁ ଓ ଭିନ୍ନକ୍ଷମଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହମଞ୍ଜରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥରଲେ । ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅଂଶୁମାନ ଦାସ, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ ଓ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଏ.କେ. ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ମହିଳା ଦିବସର ଗୁରୁତ୍ୱ ତଥା ମହିଳା ସଶକ୍ତିକରଣ ସମ୍ପର୍କରେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସିନିଅର୍‍ ମ୍ୟାନେଜର୍‍ (ଏଚ୍‍ଆର୍‍ଡି) ଶ୍ରୀମତୀ ଗୀତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନିଦେ୍ର୍ଧଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳଙ୍କ ଅନୁପସ୍ଥିତିରେ ଶୁଭଦର୍ଶିନୀ ସେନାପତି ତାଙ୍କ ବାର୍ତ୍ତା ପାଠ କରିଥିଲେ । ଶ୍ରୀମତୀ ନୀଳିମା କଙ୍ଗାରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଉର୍ମି ଅଧିରା ରାୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଶେଷରେ, ନାରୀ ସଶକ୍ତିକରଣ ଉପରେ ଆଧାରିତ ଏକ କ୍ଷୁଦ୍ର ନାଟିକା ‘ଯୁଗରୁ ଯୁଗାନ୍ତ, ନାରୀ ଅପରାଜେୟ’ ପରିବେଷିତ ହୋଇଥିଲା ।

Share in top social networks!