ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ହିଂସା ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ୱାନ

pecuc୮ ମାର୍ଚ୍ଚ ୨୦୧୫ ଦିନ ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍), ଦି ହଙ୍ଗର ପ୍ରୋଜେକ୍ଟ, ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ମହାସଂଘ ଓ ରୋଟାରି କ୍ଲବ୍ ଅଫ ଭୁବନେଶ୍ୱର ହେରିଟେଜର ମିଳିତ ଆନୂକୁଲ୍ୟରେ ଏକ କର୍ମ ଶାଳା ଓ ଦସ୍ତଖତ ଅଭିଯାନ ପ୍ରତାପଶାସନ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷିରେ ଉପସ୍ଥିତ ଅତିଥି ବୃନ୍ଦ ଯେଉଁମାନେ ଆଜି ଆମ ଗହଣରେ ନାହାନ୍ତି ସେମାନଙ୍କ ସ୍ମୃତିରେ ପ୍ରଦ୍ୱିପ ପ୍ରଜ୍ୱୋଳନ କରି ଦସ୍ତଖତ ଅଭିଯାନରେ ମହିଳାମାନଙ୍କ ଉଦେ୍ଧଶ୍ୟରେ ନିଜର ମତ ପ୍ରକାଶ କରିଥିଲେ ।
ପିକକ୍ର କାର୍ଯ୍ୟକାରୀ ନିଦେ୍ର୍ଧଶିକା ଶ୍ରୀମତି ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ସହିତ ଏହି କର୍ମଶାଳାର ଆଭିମୁଖ୍ୟ ଉପସ୍ଥାପନ କରି କହିଥିଲେ ଯେ ପରିବର୍ତ୍ତନ ସମସ୍ତଙ୍କୁ ପ୍ରେରଣା ଦିଏ । ମହିଳା ମାନଙ୍କପ୍ରତି ହେଉଥିବା ହିଂସାକୁ ରୋକିବା ଦିଗରେ ସେ ଆଲୋକପାତ କରିଥିଲେ ।
ସତ୍ୟରଞ୍ଜନ ସାହୁ, ଉପଜିଲ୍ଲାପାଳ ଖୋର୍ଦ୍ଧା କହିଥିଲେଯେ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ଜନ ସାଧାରଣ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ସମାଜରେ ଉଭୟ ମହିଳା ଓ ପୁରୁଷ ତପôର ହେବା ସହ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋ ଳନ କରିବା ପାଇଁ ମତ ପ୍ରକାଶ କରିଥିଲେ ।
ଶ୍ରୀମତୀ ରଶ୍ମିପ୍ରଭା ମିଶ୍ର, ପୋଟେକସନ ଅଫିସର, ଖୋର୍ଦ୍ଧା, କହିଲେ ଯେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ଦିଗରେ ସଶକ୍ତ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକଟି ବ୍ୟକ୍ତିର ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ।
ଶ୍ରୀମତି ଅନାମିକା ଅଧିକାରୀ , ବାଲିଅନ୍ତା ବ୍ଲକ୍ ବିଡିଓ କହିଲେ ଯେ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ପଞ୍ଚାାୟତ, ବ୍ଲକ ତଥା ଜିଲ୍ଲା ସ୍ତରରେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ରୋକିବାକୁ ସମସ୍ତେ ଯନôବାନ ହେବା ଉଚିତ ।
ଶ୍ରୀ ଯୁକ୍ତ ସ୍ୱେତ କୁମାର ଦାଶ ତହସିଲ ଦାର ବାଲିଅନ୍ତା କହିଲେ ଯେ ମହିଳାମାନଙ୍କ ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ କରିବା ଦିଗରେ ଯନôବାନ ହେବା ଆବଶ୍ୟକ ।
ଶ୍ରୀମତୀ କବିତା ମଞ୍ଜରୀ ପରିଡା, ଚେୟାରମ୍ୟାନ୍ ବାଲିଅନ୍ତା କହିଲେ ଯେ ମହିଳା ମାନେ ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ସମ୍ମାନର ସହ ବଚିଂବା ଦରକାର ।
ଶ୍ରୀମତୀ ପୁଷ୍ପଲତା ମଲ୍ଲିକ, ଭାଇସ୍ଚୟୋରମ୍ୟାନ ବାଲିଅନ୍ତା,ଶ୍ରମତି ସୁଲୋଚନା ଭୋଇ,ସରପଞ୍ଚ, ପ୍ରତାପଶାସନ, ଅର୍ଚ୍ଚନା ସାହୁ,ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ମହାସଂଘ, ବାଲିଅନ୍ତା ବ୍ଲକ୍ କହିଥିଲେ ଯେ ମହିଳା ମାନେ କିପରି ନିଶାଦ୍ରବ୍ୟର ବହୁଳ ବ୍ୟବହାର ଉପରେ କଟକଣା ଲଗାଇଲେ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସାକୁ ବହୁ ମାତ୍ରାରେ ରୋକାଯାଇପାରିବ ତଥା ନାରୀ ନିର୍ଯ୍ୟାତନା ବିରୋଧରେ ସମସ୍ତେ ସ୍ୱର ଉତୋଳନ କରିବା ଉଚିତ୍ । ଏହି ଅଭିଯାନକୁ ପରିବାର ତଥା ନିଜ ଅଞ୍ଚାଳରୁ ଆରମ୍ଭ କରିବା ପାାଇଁ ସେ ଅହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲିଅନ୍ତା ବ୍ଲକର ୮୦ରୁ ଉଦ୍ଧ୍ୱର୍ ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ଏହି କାର୍ଯ୍ୟକ୍ରମରେ ପିକକ୍ ଜ୍ୟୋତିମହାପାତ୍ର ଜ୍ୟୋତିଶଂକର ମହାନ୍ତି, ଅନିସା ମିତ୍ର, ଉପମା ମହାନ୍ତି, ସୁରେନ୍ଦର ଦାଶ, ଲିତା ପଟ୍ଟନାୟକ, ଲିପ୍ସାରାଣି ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

Share in top social networks!
Powered By Indic IME